ସୁନ୍ଦରଗଡ଼ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Advertisment

ରାଜ୍ୟରେ ବଢ଼ିଚାଲିଛି ନାରୀଙ୍କ ଅତ୍ୟାଚାର ଓ ନିର୍ଯାତନା। ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି। ସୁନ୍ଦରଗଡ଼ ବିଜୁ ଯୁବ ଓ ଛାତ୍ର ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୂଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ।

ରାଜ୍ୟରେ ବଢ଼ିଚାଲିଛି ନାରୀଙ୍କ ଅତ୍ୟାଚାର ଓ ନିର୍ଯାତନା। ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି। ସୁନ୍ଦରଗଡ଼ ବିଜୁ ଯୁବ ଓ ଛାତ୍ର ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୂଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ।

Untitled

ସୁନ୍ଦରଗଡ଼: ରାଜ୍ୟରେ ବଢ଼ିଚାଲିଛି ନାରୀଙ୍କ ଅତ୍ୟାଚାର ଓ ନିର୍ଯାତନା। ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି। ଅପରାଧୀ ବେଲଗାମ ହୋଇ ରାସ୍ତାରେ ବୁଲୁଛନ୍ତି। ଆଜି ରାଜ୍ୟରେ ସୁରକ୍ଷିତ ନାହାନ୍ତି ନାରୀ ସମାଜ । ମୂଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ବରେ ଥିବା ବେଳେ ଗୋପାଳପୁର ଗଣଦୁଷ୍କର୍ମ ଭଳି ଘଟଣା ରାଜ୍ୟକୁ ଲଜ୍ଜିତ କରିଛି । ଆମେରିକା ଭଳି ଦେଶ ଓଡ଼ିଶାକୁ ଅସୁରକ୍ଷିତ ବୋଲି କହିବା ଅତ୍ୟନ୍ତ ଲଜ୍ଜାର ବିଷୟ। ଏହାକୁ ପ୍ରତିବାଦ କରି ଆଜି ସାରା ରାଜ୍ୟ ସମେତ ସୁନ୍ଦରଗଡ଼ ବିଜୁ ଯୁବ ଓ ଛାତ୍ର ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୂଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ।

ରାଜ୍ୟ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକଙ୍କ ନେତୃତ୍ବରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ଡିଆରଡିଏ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦେବେନ୍ଦ୍ର ମାଝୀ,ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଶହବାଜ ହୁସେନଙ୍କ ସମେତ କହୁ କର୍ମୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe