ବିଜେପି ତରଫରୁ ତହସିଲ ଅଫିସ ସମ୍ମୁଖରେ ଧାରଣା

Advertisment
ବିଜେପି ତରଫରୁ ତହସିଲ ଅଫିସ ସମ୍ମୁଖରେ ଧାରଣା

ବାଲିପାଟଣା : ଖୋର୍ଦ୍ଧାଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ସଂଗଠନ ତରଫରୁ ଆଜି ବାଲିପାଟଣା ତହସିଲ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଫନି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳୁନାହିଁ, ଘରଭଙ୍ଗା ଟଙ୍କାପ୍ରଦାନରେ ବ୍ୟାପକ ଦୁର୍ନୀତି,ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ଅଭୟମୁଖି ସ୍କୁଲ ଖେଳ ପଡ଼ିଆ ଜବରଦଖଲ । ସୋସାଇଟି ଘର ଉଛେଦ ପ୍ରଭୃତି ଦାବିରେ ଦଳ ବିକ୍ଷୋଭ କରିଥିଲା|ସୂଚନା ଅନୁସାରେ,ଫନି ବାତ୍ୟାକୁ ୨ ବର୍ଷ ପୁରିବାକୁ ବସିଲାଣି । ହେଲେ ପାନ,ନଡ଼ିଆ,ଆମ୍ବ ଚାଷୀଙ୍କୁ ଟଙ୍କ ମିଳୁନି । ବଡ଼ବଡ଼ିଆଙ୍କୁ ଘର ଭଙ୍ଗା ଟଙ୍କା ମିଳିଲା ହେଲେ ପ୍ରକୃତ ହିତାଧିକାରୀ ଵାଦ ପଡିଲେ । ଦୁର୍ନୀତିରେ ଲିପ୍ତ ଆରଆଇଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉନାହିଁ । ଅଭୟମୁଖି ବରାହୀ ହାଇସ୍କୁଲ ଖେଳପଡ଼ିଆକୁ ଲୋକେ ଜବରଦଖଲ କରିଛନ୍ତି । ଗୋପ ବ୍ରାଞ୍ଚ କେନାଲ ବନ୍ଧରେ କ୍ଷୀର ସୋସାଇଟ ଘର ଯାତାୟତରେ ପ୍ରତିବନ୍ଧକ ହେଉଛି । ବିଜେପି ବିଧାୟକ ପାର୍ଥୀ ବସନ୍ତ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଧାରଣାରେ ଯୋଗଦେଇଥିଲେ ।

ତହସିଲଦାର ସୁନିତା ଜେନାଙ୍କ ସୂଚନା ଅନୁସାରେ,ଫନି ଦୁର୍ନୀତି ଅଭିଯୋଗର ତଦନ୍ତ ହୋଇଛି । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ଅଥଚ ଲୋକେ ଜାଣି ପାରୁନାହାଁନ୍ତି । ଆକାଉଣ୍ଟ ଯାଞ୍ଚ ପରେ ସ୍ପଷ୍ଟ ହେଉଛନ୍ତି । ପାନ,ନଡ଼ିଆ,ଆମ୍ବ ଚାଷୀଙ୍କ ଟଙ୍କା ବ୍ୟାଙ୍କକୁ ପଠାଇ ଦିଆଯାଇଛି । ଉଦ୍ୟାନ ବିଭାଗ ତଦାରଖ କରି ଚାଷୀଙ୍କୁ ସେହି ଟଙ୍କା ଦେବ । ପଡ଼ିଆ ଜବରଦଖଲ ସମ୍ପର୍କରେ ସ୍ଥାନୀୟ ଆରଆଇଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି । ସୋସାଇଟଘର ଉଛେଦ ସମ୍ପର୍କରେ ଗ୍ରାମ୍ୟ ଉନୟନ୍ନ ବିଭାଗ ସହିତ ଆଲୋଚନା ହୋଇଛି ବୋଲି ଶ୍ରୀମତୀ ଜେନା କହିଛନ୍ତି । ଧାରଣାରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ଜେନା, ସନ୍ତୋଷ କୁମାର କୁଣ୍ଡୁ, ଜିଲ୍ଲା ସଂପାଦିକା ପ୍ରତିମା ଭୋଇ, ଅନନ୍ତ ପ୍ରଧାନ, କୃଷ୍ଣ ଚନ୍ଦ୍ର କାଳିଆ, ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe