ସିପିଆଇ ପକ୍ଷରୁ ଢ଼ିଙ୍କିଆ ଓ ସାମ୍ବାଦିକ ଆକ୍ରମଣ ମାମଲାକୁ ନେଇ ବିକ୍ଷୋଭ

Advertisment
ସିପିଆଇ ପକ୍ଷରୁ ଢ଼ିଙ୍କିଆ ଓ ସାମ୍ବାଦିକ ଆକ୍ରମଣ ମାମଲାକୁ ନେଇ ବିକ୍ଷୋଭ

ଜୟପୁର : ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ପଂଚାୟତ ନିର୍ବାଚନରେ ସାମ୍ବାଦିକଙ୍କ ଉପରେ ଅତର୍କିତ ଆକ୍ରମଣ ଏବଂ ଢ଼ିଙ୍କିଆ ଜନସାଧାରଣଙ୍କ ଉପରେ ପୋଲିସ ଆକ୍ରମଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏଥିରେ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ କୁମାର ମହାନ୍ତି , ଜିଲ୍ଲା ସହ ସମ୍ପାଦକ ରାମକୃଷ୍ଣ ଦାସ , ଯୁବ ଛାତ୍ର ଆବାହକ ସତ୍ୟବ୍ରତ ନନ୍ଦ , ଯୁବ ସଂଘ କର୍ମୀ ନନ୍ଦ ହରିଜନ ପ୍ରମୁଖ ନେତୃତ୍ବ ନେଇଥିଲେ। ଢ଼ିଙ୍କିଆ ବଞ୍ଚାଅ ...ଜୀବନ ଜୀବିକା ବଞ୍ଚାଅ ଓ ଢ଼ିଙ୍କିଆ ବାସୀଙ୍କ ଉପରେ କମ୍ପାନୀ ଗୁଣ୍ଡାରାଜ୍ ଓ ନବୀନ ସରକାରଙ୍କ ପୋଲିସ୍ ର ଦମନ ଲୀଳା ବନ୍ଦ କର ବୋଲି ନାରା ବି ଦେଇଥିଲେ ।

ଗଣତନ୍ତ୍ରର ଚତୁର୍ଥସ୍ତମ୍ଭକୁ କଣ୍ଠରୋଧ କରିବା ପ୍ରୟାସ ବନ୍ଦ କର ବୋଲି ସ୍ଲୋଗାନ ଦେଇଥିଲେ। ଯାଜପୁର ରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କୁ ଦୃଢ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀ ଦୁର୍ବତ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଠାନ୍ତମୂଳକ ଦଣ୍ଡ ଦେବା ସହ ସାମ୍ବାଦିକଙ୍କ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଏମାନେ ଦାବି କରିଥିଲେ। ଢ଼ିଙ୍କିଆରେ ପୁଲିସର ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ସାଧାରଣଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରି ମାଡ଼ ମାରିବା ବନ୍ଦ କରାଯାଉ ବୋଲି ଏମାନେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe