ଜରୁରୀକାଳୀନ ପରିସ୍ଥିତିରେ ପାଇଲଟ କରୁଥିବା ମେଡେ କଲ କ’ଣ ହୋଇଥାଏ ଆସନ୍ତୁ ଜାଣିବା

ଯାତ୍ରା ସମୟରେ ବିମାନର ପାଇଲଟ କିମ୍ବା କ୍ୟାପ୍ଟେନ ଯଦି କୌଣସି ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ଯାଉଥିବା ନେଇ ଅନୁଭବ କରନ୍ତି ସେମାନେ ରେଡିଓରେ ‘ମେଡେ, ମେଡେ, ମେଡେ’  କହିଥାଆନ୍ତି

ଯହଂୖହଂ

ନୂଆଦିଲ୍ଲୀ: ଏଆଇ-୧୭୧ ଯାତ୍ରୀବାହୀ ବିମ‌ାନ ଦୁର୍ଘଟଣାଗ୍ରସ୍ତ ହେବାପୂର୍ବରୁ ପାଇଲଟ ସୁମିତ ସବରୱାଲ ନିକଟସ୍ଥ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ମେଡେ କଲ କରିଥିଲେ। ଏହି କଲ ପରେ ଏଟିସିର ଅଧିକାରୀମାନେ ପାଇଲଟଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରକାର ସୂଚନା ମିଳି ପାରି ନଥିଲା। କିଛି ସମୟପରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ମିଳିଥିଲା।

 ତେବେ ଏ ମେଡେ କଲ କ’ଣ ହୋଇଥାଏ ଆସନ୍ତୁ ଜାଣିବା....

ଯାତ୍ରା ସମୟରେ ବିମାନର ପାଇଲଟ କିମ୍ବା କ୍ୟାପ୍ଟେନ ଯଦି କୌଣସି ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ଯାଉଥିବା ନେଇ ଅନୁଭବ କରନ୍ତି ସେମାନେ ରେଡିଓରେ ‘ମେଡେ, ମେଡେ, ମେଡେ’  କହିଥାଆନ୍ତି। ଏହି କଲ ସୂଚିତ କରିଥ‌ାଏ ଯେ ବିମ‌ାନ ବିପଦରେ ଅଛି ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଅଛି ତେଣୁ ତୁରନ୍ତ ସାହାଯ୍ୟର ଆବଶ୍ୟକ ରହିଛି।

୧୯୨୩ ମସିହାରେ ଲଣ୍ଡନର କ୍ରୋଏଡନ ବିମାନବନ୍ଦରରୁ ମେଡେ ଶବ୍ଦର ଆରମ୍ଭ ହୋଇଥିଲା। ଏହାକୁ ସେଠାକାର ଜଣେ ରେଡିଓ ଅଧିକାରୀ ଫ୍ରେଡେରିକ ମକଫୋର୍ଡ ଆରମ୍ଭ କରିଥିଲେ। ସେ ଏହାକୁ ଫରାସୀ ଶବ୍ଦ ‘m’aider’ ରୁ ନେଇଥିଲେ, ଯାହାର ଅର୍ଥ ହେଉଛି- “ମୋତେ ସାହାଯ୍ୟ କରନ୍ତୁ!”

ଏହାକୁ ୧୯୪୮ ମସିହାରେ ଅନ୍ତର୍ଜାତୀୟ ନିୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାହା ଦ୍ୱାରା ପ୍ରତ୍ୟେକ ଦେଶର ପାଇଲଟ ଜରୁରୀକାଳୀନ ସ୍ଥିତିରେ ମେଡେ ଶବ୍ଦ ବ୍ୟବହାର କରିବାର ନିୟମ ଲାଗୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe