କୋଟିଏ ଦେଲେ ମୁଁ ଆପଣଙ୍କୁ ଦୁଇକୋଟି ଦେବି.. ମୋ ବାପାଙ୍କୁ ଫେରାଇ ଆଣିପାରିବେ କି

୨୪୧ଜଣ ମୃତଙ୍କ ପରିବାରବର୍ଗଙ୍କ ମଧ୍ୟରୁ କିଛି ପରିବାର ସଦସ୍ୟ ଅଭିଯୋଗ କରି କହିଛନ୍ତି କି, ଏତେ ବଡ଼ ଅଘଟଣ ଘଟିଯାଇଥିବା ସତ୍ତ୍ବେ ଏୟାର ଇଣ୍ଡିଆ ପକ୍ଷରୁ ଏଯାବତ କୌଣସି ପ୍ରକାର ଖବର କି ସମବେଦନା ଆସିନାହିଁ।

et

ଅହମଦାବାଦ: ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି।

୨୪୧ଜଣ ମୃତଙ୍କ ପରିବାରବର୍ଗଙ୍କ ମଧ୍ୟରୁ କିଛି ପରିବାର ସଦସ୍ୟ ଅଭିଯୋଗ କରି କହିଛନ୍ତି କି, ଏତେ ବଡ଼ ଅଘଟଣ ଘଟିଯାଇଥିବା ସତ୍ତ୍ବେ ଏୟାର ଇଣ୍ଡିଆ ପକ୍ଷରୁ ଏଯାବତ କୌଣସି ପ୍ରକାର ଖବର କି ସମବେଦନା ଆସିନାହିଁ।

ଭୟାବହ ବିମାନ ଦୁର୍ଘଟଣାରେ ବାପାଙ୍କୁ ହରାଇଥିବା ଫାଲଗୁନି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କିଏ କହି ପାରିବ କି ମୋ ବାପାଙ୍କର କ’ଣ ଭୁଲ ଥିଲା ଯିଏକି ଏହି ବିମାନରେ ବସିଥିଲେ।

ମୁଁ ତାଙ୍କ ଝିଅ କହୁଛି। ମୋ ବାପାଙ୍କୁ ଆଣିକି ଦିଅ। ଏୟାର ଇଣ୍ଡିଆ କ’ଣ ଏହି ଘଟଣାକୁ ମଜାକ ଭାବିଛି। କିଛି ଉତ୍ତର ନାହିଁ। କୌଣସି ସମବେଦନା ନାହିଁ। ପ୍ରତି ମୃତକଙ୍କ ପରିବାରକୁ ଏକକୋଟି ଦେବାର କଥା ଉଠୁଛି। ମୁଁ ସେମାନଙ୍କୁ ଦୁଇକୋଟି ଦେବି.. ମୋ ବାପାଙ୍କୁ ଫେରାଇ ଆଣି ପାରିବେ କି? ଯଦି ଯାତ୍ରୀଙ୍କୁ ସୁରକ୍ଷିତ ଯାତ୍ରା ଯୋଗାଇ ପାରୁ ନାହିଁ ‌ତେବେ ଏୟାରଇଣ୍ଡିଆ ବିମାନ ‌ସେବାକୁ ବନ୍ଦ କରି ଦିଆଯାଉ।#

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe