ନୂଆଦିଲ୍ଲୀ: ଆଜିକାଲି ଆମ ଦୈନନ୍ଦିନ ଜୀବନରେ ଏଆଇ ପ୍ରବେଶ କରିସାରିଛି। ମନରେ ଯେକୌଣସି ଦ୍ଵନ୍ଦ୍ଵ ଆସୁନା କାହିଁକି, ଦ୍ଵନ୍ଦ୍ଵ ଦୂର କରିବା ପାଇଁ ତୁରନ୍ତ ଆମେ ଏଆଇର ବ୍ୟବହାର କରୁଛେ, କିନ୍ତୁ ଏଆଇ ବ୍ୟବହାର କେତେ ବିପଦ ହୋଇପାରେ ତା’ର ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଦିଲ୍ଲୀର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ପାଇଁ ଏଆଇର ସାହାଯ୍ୟ ନେବା ମହଙ୍ଗା ପଡ଼ିଛି। ଏହି ବ୍ୟକ୍ତି ଜଣକ ଏଆଇର ପରାମର୍ଶ ନେଇ ବିନା ପ୍ରେସକ୍ରିପସନରେ ଏଚଆଇଭି ଔଷଧ କିଣି ଖାଇଥିଲେ। ଯାହାଫଳରେ ତାଙ୍କୁ ଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲର ଭର୍ତ୍ତି ହେବାକୁ ପଡ଼ିଛି।
ବାସ୍ତବରେ, ସଂକ୍ରମଣକୁ ରୋକିବା ପାଇଁ ଏଚଆଇଭି ପୋଷ୍ଟ-ଏକ୍ସପୋଜର୍ ଔଷଧ ନିଆଯାଏ, ସାଧାରଣତଃ ଯୌନ ସମ୍ପର୍କ କିମ୍ବା ବ୍ୟବହୃତ ସିରିଞ୍ଜ ମାଧ୍ୟମରେ ଏଚଆଇଭି ବ୍ୟାପିଥାଏ, କିନ୍ତୁ ସଂକ୍ରମଣକୁ ରୋକିବା ପାଇଁ ୭୨ ଘଣ୍ଟା ମଧ୍ୟରେ ଏଚଆଇଭି ପୋଷ୍ଟ-ଏକ୍ସପୋଜର୍ ଔଷଧ ନେବା ଉଚିତ। ଯଦି କୌଣସି ବ୍ୟକ୍ତିଙ୍କ ଟେଷ୍ଟ ଏଚଆଇଭି ନେଗେଟିଭ୍ ଆସେ, ତେବେ ଏହି ଔଷଧକୁ ବନ୍ଦ କରିବା ଉଚିତ। ଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ, ବ୍ୟକ୍ତି ଜଣକ ଏଆଇ ପରାମର୍ଶ ଆଧାରରେ, କୌଣସି ପ୍ରେସକ୍ରିପସନ୍ ବିନା ସିଧାସଳଖ ସ୍ଥାନୀୟ ଔଷଧ ଦୋକାନରୁ ପୋଷ୍ଟ-ଏକ୍ସପୋଜର୍ ଔଷଧର ସମ୍ପୂର୍ଣ୍ଣ ୨୮ ଦିନିଆ କୋର୍ସ କିଣିଥିଲେ।
ଆହୁରି ପଢନ୍ତୁ: Blast in Iran: ଇରାନର ବନ୍ଦର ଆବ୍ବାସରେ ଭୟଙ୍କର ବିସ୍ଫୋରଣ; ୪ ମୃତ
ରୋଗୀ ପ୍ରାୟ ସାତ ଦିନ ଧରି ଏହି ଔଷଧଗୁଡ଼ିକ ଖାଇଲେ, ତା’ପରେ ତାଙ୍କ ଦେହରେ ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଥିଲା, ଯେତେବେଳେ ତାଙ୍କ ଆଖି ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗ ଗୁରୁତର ଭାବେ ପ୍ରଭାବିତ ହେଲା, ସେତେବେଳେ ତାଙ୍କୁ ଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଆହୁରି ପଢନ୍ତୁ:Accident in Uttrapradesh: ଘରେ ପହଂଚିପାରିଲାନି ନିର୍ମାଲ୍ୟ: କାଳିଆ ଦର୍ଶନ ସାରି ଫେରୁଥିବାବେଳେ ୫ ସାଙ୍ଗଙ୍କର ମୃତ୍ୟୁ
ସେଠାରେ ଡାକ୍ତରମାନେ ତାଙ୍କୁ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମରେ ପୀଡିତ ବୋଲି ରିପୋର୍ଟ କରିଥିଲେ, ଏହା ଏକ ଅତ୍ୟନ୍ତ ବିରଳ ଓ ବିପଦପୂର୍ଣ୍ଣ ରୋଗ, ଯେଉଁଥିରେ ଶରୀରର ଚର୍ମ ଓ ମ୍ୟୁକସ୍ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୁଏ ଏବଂ ଔଷଧ ପ୍ରତିକ୍ରିୟା ଯୋଗୁଁ ଅଲଗା ହେବାକୁ ଆରମ୍ଭ କରେ। ରୋଗୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଆଇସିୟୁରେ ଜୀବନ ମରଣ ସହ ଲଢ଼ୁଛନ୍ତି। ତେବେ ଏହି ଘଟଣା ସାମ୍ନାତୁ ଆସିବା ପରେ ଡାକ୍ତରମାନେ ଏଆଇକୁ ବ୍ୟବହାର କରି ବିନା ପରାମର୍ଶରେ କୌଣସି ବି ଔଷଧ ନଖାଇବାକୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/31/31bbs_35_31012026_112-2026-01-31-20-06-23.jpg)