ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଶେଷ ହୋଇଛି। ଏହି ଅବସରରେ ଏଆଇ ଘୋଷଣାନାମାରେ ଆମେରିକା, ବ୍ରିଟେନ, କାନାଡା, ଚୀନ, ଡେନମାର୍କ ଓ ଜର୍ମାନୀ ଭଳି ୮୬ଟି ଦେଶ ଓ ଦୁଇଟି ଅନ୍ତର୍ଜାତୀୟ ସଂଗଠନ ସ୍ବାକ୍ଷର କରିଛନ୍ତି। ୟୁରୋପୀୟ ସଂଘ (ଇୟୁ) ଓ ଆଇଏଫ୍ଏଡି ଭଳି ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଘୋଷଣାନାମାରେ ସ୍ବାକ୍ଷର କରିଛନ୍ତି। ଏଆଇକୁ ବିକାଶମୂଳକ ଟୁଲ୍ ଭାବେ ବ୍ୟବହାର କରିବା ଏବଂ ଏହାକୁ ଏକ ମିଳିତ ଦାୟିତ୍ବ ଭାବେ ଗ୍ରହଣ କରିବାକୁ ଦେଶଗୁଡ଼ିକ ରାଜି ହୋଇଛନ୍ତି।
ଆହୁରି ପଢନ୍ତୁ:Crime: ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା: ୫ ବିଦ୍ୟାଳୟ କର୍ମଚାରୀ ଗିରଫ, ଶିକ୍ଷୟିତ୍ରୀ ମଧ୍ୟ ସାମିଲ
ଏ ସମ୍ପର୍କରେ ସୂଚନା ଦେଇ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ କୈନ୍ଦ୍ରୀକ ଏଆଇ ଦୂରଦୃଷ୍ଟିକୁ ସାରା ବିଶ୍ବ ଗ୍ରହଣ କରିଛି। ଏଆଇ ସୁବିଧା, ସେବା ଓ ପ୍ରଯୁକ୍ତିକୁ ସମାଜର ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ସବୁ ରାଷ୍ଟ୍ର ଗ୍ରହଣ କରିଛନ୍ତି। ଦେଶଗୁଡ଼ିକ କେବଳ ଅଭିବୃଦ୍ଧି ନୁହେଁ, ବରଂ ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଆଲୋଚନା କରିଥିଲେ। ସୁରକ୍ଷା ଓ ବିଶ୍ବାସ ଉପରେ ଗୁରୁତ୍ବାରୋପ କରାଯାଇଥିଲା ବୋଲି ସେ କହିଛନ୍ତି।
ଏଆଇ ପ୍ରଯୁକ୍ତିକୁ ଅଧିକରୁ ଅଧିକ ସମାଜ ମଙ୍ଗଳ ଓ ଅର୍ଥନୈତିକ ବିକାଶ କାର୍ଯ୍ୟରେ ଲଗାଇବା ପାଇଁ ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ଭାରତୀୟ ସଂସ୍କୃତିରେ ଥିବା ‘ସର୍ବଜନ ହିତାୟ, ସର୍ବଧର୍ମ ସୁଖାୟ’ ନୀତି ଉପରେ ‘ଏଆଇ’କୁ ପର୍ଯ୍ୟବେସିତ କରିବା ପାଇଁ ଆହ୍ବାନ ଦିଆଯାଇଛି। ତେବେ ଏ ଦିଗରେ ଆନ୍ତର୍ଜାତିକ ସ୍ତରରେ ସମନ୍ବୟ ଆହୁରି ଦୃଢ଼ ହେବା ଆବଶ୍ୟକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଶାସନିକ କ୍ଷେତ୍ରଠାରୁ ଆରମ୍ଭ କରି କୃଷି, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଏଆଇ କିଭଳି ବିନିଯୋଗ ହୋଇ ପାରିବ ସେ ନେଇ ଗତ ଛଅ ଦିନ ଧରି ମାନସମନ୍ଥନ ହୋଇଥିଲା।ଆନ୍ତର୍ଜାତିକ ସ୍ତରର ନୀତି ନିର୍ଦ୍ଧାରକ ଓ ବୈଷୟିକ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ କୃତ୍ରିମ ବୁଦ୍ଧିମତା ଉପରେ ଅଧିକ ଗବେଷଣା ସହ ଏହାର ଅଧିକ ବିନିଯୋଗ ପାଇଁ ଏହି ସମ୍ମିଳନୀ ବାଟ ଫିଟାଇବ। ୬ ଦିନ ଧରି ଚାଲିଥିବା ଏଆଇ ସଂକ୍ରାନ୍ତ ପ୍ରଦର୍ଶନୀକୁ ୫ ଲକ୍ଷରୁ ଅଧିକ ଲୋକେ ବୁଲି ଦେଖିଥିଲେ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/21/21bbs_62_21022026_112-2026-02-21-19-41-47.jpg)