ବିଶ୍ବ ମାତୄଭାଷା ଦିବସ ଅବସରରେ ଆଜି ସଂଧ୍ୟାରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନଠାରେ ‘ଆମ ମାତୄଭାଷା ଓ ଆମ ଭାଗବତ’ ଶୀର୍ଷକ ବିଶେଷ ଆଲୋଚନା ସହ ଭାଗବତ ପାଠ ପ୍ରତିଯୋଗିତା ସଂଭାବନା ପକ୍ଷରୁ ଅନୁଷ୍ଠିତ ହେଉଛି। ଆଲୋଚନା ସଭାରେ ବିଶିଷ୍ଟ ବିଦ୍ବାନ ପ୍ରଫେସର ଉଦୟନାଥ ସାହୁ ଓ ପ୍ରଫେସର ଡକ୍ଟର ସନ୍ତୋଷ ତ୍ରିପାଠୀ ଆଲୋଚକ ଭାବେ ଯୋଗ ଦେବା ବେଳେ ସାହିତ୍ୟିକ ଓ ସୁବକ୍ତା ଦାଶ ବେନହୁର୍ ଆଲୋଚନାକୁ ପରିଚାଳନା କରିବେ। ସେହିଭଳି ଭାଗବତ ପାଠ ପ୍ରତିଯୋଗିତା ସଂଧ୍ୟା ୫ ଘଟିକାରୁ ଆରମ୍ଭ ହେବ। ଦୟାକରି ସଂଧ୍ୟା ୭ଟାରେ ପ୍ରତିନିଧି ଓ କ୍ୟାମେରା ପଠାଇବା ପାଇଁ ବିନମ୍ର ଅନୁରୋଧ।
ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Feb 21, 2026 18:53 IST
ଚୋରି ରୁପା ଗହଣା ଜବତ, ୩ ଜଣ ଡକାୟତ ଗିରଫ
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୁଲିସର ତନାଘନା ପାଟ୍ରୋଲିଂ ଫଳରେ ଅନେକ ଅସାମାଜିକ ଯୁବକ ଓ ଚୋର, ଡକାୟତମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ପୂର୍ବରୁ ଏମାନେ ମୁନିଗୁଡ଼ା ଅଞ୍ଚଳରେ ଗୋଟିକ ପରେ ଗୋଟିଏ ଅଘଟଣ ଘଟାଇ ଖସି ଯାଉଥିବା ବେଳେ ଏବେ ପୁଲିସର ତନାଘନା ଏମାନଙ୍କୁ କୋର୍ଟର ରାସ୍ତା ଦେଖାଉଛି। ଗତକାଲି ସକାଳ ପ୍ରାୟ ୮ଟା ୩୦ରେ ମୁନିଗୁଡ଼ା ଖମଣସାହିର ରୁପା ଗହଣା ବ୍ୟବସାୟୀ ଭଗବାନ ନାୟକ କିଛି ଗହଣା ସାମଗ୍ରୀ ଧରି ବେପାରକୁ ବାହାରି ଥିବା ସମୟରେ ମୁନିଗୁଡ଼ା ହାଟମୁନିଗୁଡ଼ା ରାସ୍ତା ଡାକଲୁଗୁଡା ଛକ ନିକଟରେ ପୂର୍ବରୁ ଛକି ରହିଥିବା ଆନ୍ତ ଜିଲ୍ଲା ୫ଜଣ ଡକାୟତ ଭଗବାନଙ୍କୁ ଅସ୍ତ୍ର ଦେଖାଇ ଗହଣା ବ୍ୟାଗ ସହ ତାଙ୍କ ଆଧାର କାର୍ଡ ଓ ନଗଦ ୪,୪୦୦ ଟଙ୍କା ଛଡ଼ାଇ ନେଇଥିଲେ।ପରେ ଏହି ଦୃର୍ବୁତ୍ତ ମାନେ ଦୁଇଟି ବାଇକ୍ (ଓଡ଼ି ୩୪ଇ -୮୭୦୮ ଏବଂ ଓଡି ୦୬ଜି - ୮୪୧୧) ସେଠାରୁ ଚଂପଟ ମାରିଥିଲେ। ବ୍ୟବସାୟୀ ଜଣଙ୍କ ଏ ବିଷୟକୁ ନେଇ ଥାନାରେ ଜଣାଇବା ପରେ ପୁଲିସ ତେଲେଙ୍ଗାପଦର ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରୁ ତିନିଜଣ ଅଭିଯୁକ୍ତଙ୍କୁ ଅତି ଚତୁରତାର ସହ ପୁଲିସ ବାହିନୀ କାବୁ କରିନେଇଥିଲେ।
/filters:format(webp)/sambad/media/media_files/2026/02/21/whatsapp-image-2026-02-21-18-53-06.jpeg)
ଗିରଫ ଅଭିଯୁକ୍ତ ତିନିଜଣ ହେଲେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନ ଦଶ ମଣିଆ ଗ୍ରାମର ସୁମନ ପ୍ରଧାନ(୩୮) ପି:ବଞ୍ଚ ପ୍ରଧାନ, ଅଜୟ ପ୍ରଧାନ (୪୦) ପି:ବଂଚ ପ୍ରଧାନ ଏବଂ ଶିବ ପ୍ରଧାନ(୩୨) ପି: ଆନା ରାଓ ପ୍ରଧାନ। ମୁନିଗୁଡ଼ା ପୁଲିସ ଏହି ଡକାୟତ ମାନଙ୍କ ଠାରୁ ୧୪ଟି ରୂପା ମୁଦି,୧୪ଟି ଛୋଟ ମୁଦି, ୫ଟି ରୂପା ମାଳି ଓ ଏକ ଆଧାର କାର୍ଡ ଏବଂ ନଗଦ ୪୪୦୦ ଟଙ୍କା ଜବତ କରିଛି। ଏଥି ସହିତ ଗୋଟିଏ ଷ୍ଟିଲ ଛୁରୀ, ପେଚ କସ ଓ ଗୋଟିଏ ଡିକି ଭଙ୍ଗା ଚାବି ମଧ୍ୟ ଜବତ କରାଯାଇଛି। - Feb 21, 2026 17:48 IST
ଘରୋଇ ଡାକ୍ତରଖାନା ସିଲ୍
/filters:format(webp)/sambad/media/media_files/2026/02/21/whatsapp-image-2026-02-21-17-48-34.jpeg)
ନବଜାତ ଶିଶୁକନ୍ୟା ପ୍ରସବ ଘଟଣାରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ଲକ୍ଷ୍ମୀ ହସ୍ପିଟାଲ ସିଲ୍ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।
- Feb 21, 2026 13:48 IST
ସୋମାକ୍ର ନୂତନ ପାଠ୍ୟକ୍ରମର ଶୁଭାରମ୍ଭ
/filters:format(webp)/sambad/media/media_files/2026/02/21/untitled-2026-02-21-13-44-10.png)
ଭୁବନେଶ୍ବର: ସୋମାକ୍ର ନୂତନ ପାଠ୍ୟକ୍ରମର ଶୁଭାରମ୍ଭ। ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ୍ର ସଂପାଦକ ତନୟା ପଟ୍ଟନାୟକ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଧୃତିକାମ ମହାନ୍ତି ଉପସ୍ଥିତ ଥିଲେ।
- Feb 21, 2026 13:23 IST
ବାଇକ ଉପରେ ଚଢିଗଲା ଟ୍ରକ: ବାଇକ ଆରୋହୀ ମୃତ
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ବସ୍ତା: ୧୬ ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ସ୍କୁଲ ନିକଟରେ ବାଇକ ଆରୋହୀଙ୍କ ବାଇକ ଉପର ଦେଇ ଗୋଟିଏ ଟ୍ରକ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବାଲିଆପାଳ ଅଞ୍ଚଳର ସେକ୍ ଅହମ୍ମଦ ଉଲ୍ଲା (୪୧)।
- Feb 21, 2026 12:08 IST
ଭବାନୀପାଟଣା ଫରେଷ୍ଟର ଭାଗବତ ଭୂଷଣ ବେହେରା ଗିରଫ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଫରେଷ୍ଟ ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି।
/filters:format(webp)/sambad/media/media_files/2026/02/20/untitled-2026-02-20-08-09-04.png)
ଆଜି ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ପାଇଁ ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ।
- Feb 21, 2026 12:01 IST
ଭୁଶୁଡ଼ିଲା କୋଲାବ କେନାଲ ବ୍ରିଜ୍
ଜୟପୁର: ଭାଙ୍ଗିଲା କୋଲାବ କେନାଲ ବ୍ରିଜ୍। ବାରିଣିପୁଟ ପଞ୍ଚାୟତ ପଟ୍ରାଗୁଡ଼ା ନିକଟରେ ଥିବା ବ୍ରିଜଟି ଦୁର୍ବଳତା କାରଣରୁ ଭୁଶୁଡ଼ି ଯାଇଛି l ଏହି ପୋଲଟି ଭୁଶୁଡ଼ିବା ଫଳରେ ମହୁଲ ଭଟ୍ଟା, ଶୁଣ୍ଢୀ ଗୁଡା, ତାଡପାଣି, ଲକ୍ଷ୍ମୀପଦର, କନ୍ଧଗୁଡା, ରାମଗଡ଼ ଭଳି ଅନେକ ଗ୍ରାମ ବିଛିନ୍ନ ହୋଇଛିl
/filters:format(webp)/sambad/media/media_files/2026/02/21/untitled-2026-02-21-12-00-56.png)
ଏହା ଫଳରେ ୨ ହଜାର ଲୋକଙ୍କ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି ବୋଲି ବିଡିଓ ଶକ୍ତି ମହାପାତ୍ର ପ୍ରକାଶ କରିଛନ୍ତି l ଆଗାମୀ ଦିନରେ ଖୁବ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି l
- Feb 21, 2026 11:55 IST
ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ଶବ ଉଦ୍ଧାର
ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନାରଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଆଜି ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତକ ହେଲେ ଦଣ୍ଡାସିଂହା ଗ୍ରାମର ଶଙ୍କର ଦେହୁରୀ(୫୪)।
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ସେ ନିକଟସ୍ଥ ବାସୁପାଲି ସାପ୍ତାହିକ ବଜାରକୁ ଯାଇ ଘରକୁ ଫେରି ନଥିଲେ। ଶନିବାର ସକାଳୁ ରାସ୍ତାକଡ଼ ଚାଷ ଜମି ଭିତରେ ଶଙ୍କରଙ୍କ ମୃତଦେହ ଉପରେ ତାଙ୍କ ସାଇକେଲ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ହତ୍ୟାକାଣ୍ଡ ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ
ଅଧିକ ତଦନ୍ତ ଜାରି ରଖିଛି। - Feb 21, 2026 11:50 IST
ପୁଣି ‘କିସ୍’ରେ ଛାତ୍ର ମୃତ୍ୟୁ, ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ଭୁବନେଶ୍ବର: ପୁଣି ‘କିସ୍’ରେ ଛାତ୍ର ମୃତ୍ୟୁ। ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରି ଇନଫୋସିଟି ଥାନାର ତଦନ୍ତ ଜାରି। ମୃତକ ଯୁକ୍ତ ଦୁଇ କଳା ଛାତ୍ର ଓ ସେ ନୂଆପଡ଼ା ଜିଲ୍ଲାର ବୋଲି ସୂଚନା ରହିଛି।
- Feb 21, 2026 10:48 IST
ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ବିଧାନସଭା ମୁଲତବୀ
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଲା ମଣ୍ଡି ଓ କଟନି ଛଟନି ପ୍ରସଙ୍ଗ। ପ୍ଲାକାର୍ଡ ଧରି ଓ କଳା ବ୍ୟାଜ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ନାରାବାଜି। ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି।
- Feb 21, 2026 10:04 IST
କାର ଧକ୍କାରେ ଡେଲିଭରି ବଏୟଙ୍କ ମୃତ୍ୟୁ
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଦ୍ରୁତ ଗତିର ତାଣ୍ଡବ ଦେଖିବାକୁ ମିଳିଛି। ଦ୍ରୁତ ଗତିରେ ଗାଡି ଚାଳନା ଜଣେ ଯୁବକଙ୍କ ଜୀବନ ନେଇଛି। ଦୁର୍ଘଟଣାରେ ବାଇକ ଚଲାଉଥିବା ଜଣେ ଜୋମାଟୋ ଡେଲିଭରି ବୟର ମୃତ୍ୟୁ ଘଟିଛି। ପଶ୍ଚିମ ଦିଲ୍ଲୀର ସୁଭାଷ ନଗର ଅଞ୍ଚଳରେ, ଏକ ଦ୍ରୁତଗାମୀ କାର ବାଇକ ଚଲାଉଥିବା ଜଣେ ଜୋମାଟୋ ଡେଲିଭରି ବୟରକୁ ଧକ୍କା ଦେବାରୁ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଡ୍ରାଇଭର ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଲାଉଥିଲେ। ଦ୍ରୁତ ଗତି ଯୋଗୁଁ କାରଟି ନିୟନ୍ତ୍ରଣ ହରାଇ ପଛରୁ ବାଇକ ଚଲାଉଥିବା ଯୁବକଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଶନିବାର ଭୋର ପ୍ରାୟ ୩ଟା ସମୟରେ ସୁଭାଷ ନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମଦ୍ୟପ ଡ୍ରାଇଭର ବାଇକ ଚଲାଉଥିବା ଜୋମାଟୋ ବୟର ଉପରେ ଚଢ଼ିଯାଇଥିଲା। ଡେଲିଭରି ବୟଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
- Feb 21, 2026 09:34 IST
ତେଲ ଚୋରା ଚାଲାଣ ଅଭିଯୋଗ
/filters:format(webp)/sambad/media/media_files/2026/02/21/ship-2026-02-21-09-32-52.jpeg)
ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ଗତ ୬ ତାରିଖରେ ମୁମ୍ବାଇ ଉପକୂଳରୁ ଆମେରିକାର ପ୍ରତିବନ୍ଧକ ଅଧୀନରେ ଇରାନ ସହିତ ଜଡିତ ତିନୋଟି ତେଲ ଟ୍ୟାଙ୍କରକୁ ଜବତ କରିଥିଲା। ଏହି ଟ୍ୟାଙ୍କରଗୁଡ଼ିକ ଉପରେ ବେଆଇନ କାର୍ଯ୍ୟକଳାପ ଏବଂ ତେଲ ଚୋରା ଚାଲାଣ ଅଭିଯୋଗ ରହିଛି। ଫେବ୍ରୁଆରି ୧୫ ତାରିଖରେ ମୁମ୍ବାଇରେ ଦାୟର ହୋଇଥିବା ଏକ ମାମଲା ଅନୁଯାୟୀ, ଜବତ ହୋଇଥିବା ଜାହାଜ ମଧ୍ୟରୁ ଗୋଟିଏ, ଆସଫାଲ୍ଟ ଷ୍ଟାର, ଜାନୁଆରି ୨୦ରୁ ୨୮ ତାରିଖ ମଧ୍ୟରେ ପାକିସ୍ତାନୀ ଜଳସୀମାରେ ଅଜଣା ଭାବରେ ଯାତ୍ରା କରୁଥିଲା। ଟ୍ୟାଙ୍କରଗୁଡ଼ିକ ସେମାନଙ୍କର ପରିଚୟ ଲୁଚାଇବା ପାଇଁ ସେମାନଙ୍କର ସ୍ୱୟଂଚାଳିତ ପରିଚୟ ପ୍ରଣାଳୀ ଏବଂ ଅନ୍ୟାନ୍ୟ ସେନ୍ସରଗୁଡ଼ିକୁ ବନ୍ଦ କରିଦେଇଥିଲା। ICG କମାଣ୍ଡାଣ୍ଟ ଅନିରୁଦ୍ଧ ଧରମପାଲ ଦାବାଶଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ୟେଲୋ ଗେଟ୍ ପୋଲିସ ଷ୍ଟେସନରେ ଏହି ମାମଲାରେ ନଅ ଜଣଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି, ଯେଉଁଥିରେ ଜାହାଜର ମାଲିକ, ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ରହୁଥିବା ଯୋଗିନ୍ଦର ସିଂହ ବ୍ରାର ମଧ୍ୟ ସାମିଲ ଅଛନ୍ତି। ପୁଲିସ ‘ଆସଫାଲ୍ଟ ଷ୍ଟାର’ର କ୍ୟାପ୍ଟେନ୍ ଶ୍ୟାମ ବାହାଦୁର ଚୌହାନ ଏବଂ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି।
- Feb 21, 2026 09:31 IST
ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ଅନୁଗୁଳ: ଜାତୀୟ ରାଜପଥ-୫୫ର ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ଛକରେ ଟ୍ରକ୍ ପଛରୁ ପିଟିଲା କାର୍। ଦୁଇ ମୃତ, ଜଣେ ଗୁରୁତୁର।
- Feb 21, 2026 08:32 IST
ଦୁର୍ଘଟଣାରେ ୪ ମୃତ, ୬ ଗୁରୁତର
/sambad/media/post_attachments/2c9ef456-518.png)
କାନପୁର: ଉତ୍ତର ପ୍ରଦେଶର କାନପୁର ଗ୍ରାମାଞ୍ଚଳ ଥାନା ଅଧୀନ ଶିବଲି-ରାନିଆ ରାସ୍ତାରର ଏକ ବୁଲାଣିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସମାରୋହରୁ ଫେରୁଥିବା ରିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କାରଟି ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ୱ ପୋଖରୀକୁ ଖସିପଡ଼ିଛି, ଯେଉଁ ଥିରେ ଜଣେ ଶିଶୁ ସମେତ ମୋଟ ୪ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୬ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦ୍ରୁତ ଗତି ଯୋଗୁଁ କାରଟି ସିଧାସଳଖ ରାସ୍ତାପାର୍ଶ୍ୱ ପୋଖରୀକୁ ଖସିପଡ଼ିଥିଲା ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
- Feb 21, 2026 08:04 IST
ଟୋଲ୍ ପ୍ଲାଜାରେ ସଂପୂର୍ଣ୍ଣ ବନ୍ଦ ହେବ ନଗଦ କାରବାର!
tollgate ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ସରକାର ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ନଗଦ କାରବାରକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ଟୋଲ୍ ଆଦାୟ ପ୍ରକ୍ରିୟାକୁ ଡିଜିଟାଇଜ୍ କରିବାକୁ ବିଚାର କରୁଛନ୍ତି। ଫଳସ୍ୱରୂପ ଟୋଲ୍ ପ୍ଲାଜାରେ ଦେୟ ଶେଷରେ FASTag ଏବଂ UPI ଭଳି ଡିଜିଟାଲ୍ ମୋଡ୍ ଉପରେ ନିର୍ଭର କରିପାରେ। ବର୍ତ୍ତମାନର ନିୟମ ଅନୁଯାୟୀ ଯଦି ଆପଣଙ୍କ ଗାଡ଼ିରେ ବୈଧ FASTag ନାହିଁ କିମ୍ବା FASTag କାମ କରୁନାହିଁ। ଯେଉଁମାନେ UPI ବ୍ୟବହାର କରି ଦେୟ ଦେବାକୁ ବାଛନ୍ତି, ସେମାନଙ୍କୁ ସେମାନଙ୍କ ଗାଡ଼ିର ବର୍ଗ ଉପରେ ନିର୍ଭର କରି ୧.୨୫ ଗୁଣ ଟୋଲ୍ ଟିକସ ଦେବାକୁ ପଡିବ।
- Feb 21, 2026 07:53 IST
ମୋ ଅନୁରୋଧରେ ରୁଷରୁ ତେଲ ଆମଦାନୀ ହ୍ରାସ କଲା ଭାରତ: ଟ୍ରମ୍ପ
/filters:format(webp)/sambad/media/media_files/2025/11/19/trump-2025-11-19-02-04-52.jpg)
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ତାଙ୍କ ଅନୁରୋଧରେ ରୁଷ ସହିତ ବାଣିଜ୍ୟ ଏବଂ ଶକ୍ତି ସମ୍ପର୍କକୁ ଯଥେଷ୍ଟ ହ୍ରାସ କରିଛି। ଟ୍ରମ୍ପଙ୍କ ଅନୁଯାୟୀ ଏହି ପଦକ୍ଷେପ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ତାଙ୍କର ରଣନୀତିର ଏକ ଅଂଶ। ଏକ ସାମ୍ପ୍ରତିକ ଅଭିଭାଷଣରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଭାରତ ସହିତ ମୋର ଏକ ସୁନ୍ଦର ସମ୍ପର୍କ ଅଛି। ଭାରତ ରୁଷଠାରୁ ତେଲ ପାଉଥିଲା। କିନ୍ତୁ ମୋ ଅନୁରୋଧରେ ସେମାନେ ରୁଷ ସହିତ ସେମାନଙ୍କର ସମ୍ପର୍କକୁ ଯଥେଷ୍ଟ ହ୍ରାସ କରିଛନ୍ତି।
- Feb 21, 2026 07:48 IST
୧୮ ଦିନରେ ୮୮,୦୨୨ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଉତ୍ତର ପ୍ରଦେଶ ପୁଲିସ
/filters:format(webp)/sambad/media/media_files/2024/12/26/Hhc3J0eunS1D0J6Egftr.jpg)
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ ସାରା ରାଜ୍ୟରେ ୧୮ ଦିନିଆ ଅଭିଯାନରେ ୮୮,୦୨୨ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ଡିଜିପି ରାଜୀବ କୃଷ୍ଣଙ୍କ ନିର୍ଦ୍ଦେଶରେ ଫେବ୍ରୁଆରି ୧ ତାରିଖରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଜିଲ୍ଲା ପୁଲିସକୁ ୧,୦୮,୩୭୨ ଜଣଙ୍କୁ ଖୋଜିବା ପାଇଁ ଟାର୍ଗେଟ ଦିଆଯାଇଥିଲା। ଏହି ସମସ୍ତ ବ୍ୟକ୍ତି ୧ ଜାନୁଆରି ୨୦୨୪ ରୁ ୧୮ ଜାନୁଆରି ୨୦୨୬ ମଧ୍ୟରେ ନିଖୋଜ ହୋଇଥିଲେ। ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ନିଖୋଜ କରିବା ବିଷୟରେ ପୁଲିସକୁ ରିପୋର୍ଟ କରିଥିଲେ। ପୁଲିସ ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜିକୃତ ନିଖୋଜ ବ୍ୟକ୍ତିଙ୍କ ମାମଲାଗୁଡ଼ିକର ଶାରୀରିକ ତଦନ୍ତ କରି ଜାଣିପାରିଲା ଯେ ଅଧିକାଂଶ ନିଖୋଜ ବ୍ୟକ୍ତି ଘରକୁ ଫେରିଛନ୍ତି। କିନ୍ତୁ ସେମାନଙ୍କ ପରିବାର ସେମାନଙ୍କ ଫେରିବା ବିଷୟରେ ପୋଲିସକୁ ଜଣାଇ ନଥିଲେ। ଫଳସ୍ୱରୂପ, ଏହି ବ୍ୟକ୍ତିମାନେ ପୁଲିସ ରେକର୍ଡରେ ନିଖୋଜ ରହିଗଲେ।
- Feb 21, 2026 07:32 IST
ଗୁଜରାଟ ସରକାର ରକିବେ ବିବାହ ପଞ୍ଜୀକରଣ ଆଇନରେ ସଂଶୋଧନ
/sambad/media/post_attachments/images/2026/02/21/article/image/jagran-photo-1771633335777_v-236865.webp)
ଗାନ୍ଧିନଗର: ଗୁଜୁରାଟରେ ’ଲଭ୍ ଜିହାଦ’କୁ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁଜୁରାଟ ସରକାର ବିବାହ ପଞ୍ଜୀକରଣ ଆଇନରେ ସଂଶୋଧନ କରୁଛନ୍ତି, ଯାହା ଫଳରେ ନିଜ ପରିଚୟ ପ୍ରକାଶ ନକରି କିମ୍ବା ପିତାମାତାଙ୍କୁ ଅନ୍ଧାରରେ ନ ରଖି ପ୍ରେମ ପାଇଁ ବିବାହ କରିବା ଆଉ ସହଜ ହେବ ନାହିଁ। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ରାଜ୍ୟ ବିଧାନସଭାରେ କହିଛନ୍ତି ଯେ ବିଦ୍ୟମାନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି ଏବଂ ନୂତନ ବ୍ୟବସ୍ଥା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବ। ସାଂଘଭି ଗୃହରେ କହିଛନ୍ତି ଯେ ଅନେକ ସାମାଜିକ ସଂଗଠନ ଏବଂ ନାଗରିକ ବିବାହ ପଞ୍ଜୀକରଣ ପ୍ରକ୍ରିୟାରେ ଥିବା ତ୍ରୁଟିଗୁଡ଼ିକୁ ସମାଧାନ କରିବାକୁ ଦାବି କରିଛନ୍ତି। 'ଲଭ୍ ଜିହାଦ'କୁ ଉଲ୍ଲେଖ କରି ସେ ଏହାକୁ ଏକ ‘ସାଂସ୍କୃତିକ ଆକ୍ରମଣ’ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗକୁ ଅଣଦେଖା କରିପାରିବେ ନାହିଁ।
- Feb 21, 2026 07:10 IST
ମୁଁ ଯାହା ଚାହିଁବି ତାହା କରିପାରିବି: ଟ୍ରମ୍ପ
/filters:format(webp)/sambad/media/media_files/2026/02/21/donald-trump-2026-02-21-07-09-27.jpg)
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ରାୟ ପରେ ତାଙ୍କ ନିଜ ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି। କୋର୍ଟଙ୍କ ନିଷ୍ପତ୍ତିରେ କ୍ରୋଧିତ ହୋଇ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେମାନେ ଯାହା ଚାହିଁବେ ତାହା କରିପାରିବେ। ଆମେରିକା ସୁପ୍ରିମକୋର୍ଟ ୨୦ ଫେବ୍ରୁଆରି, ୨୦୨୬ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ଶୁଳ୍କ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଅତ୍ୟନ୍ତ ନିରାଶାଜନକ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ସେ ଆମେରିକା ସୁପ୍ରିମକୋର୍ଟର କିଛି ବିଚାରପତିଙ୍କ ପାଇଁ ଲଜ୍ଜିତ। ସେ କୋର୍ଟର ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ଏପର୍ଯ୍ୟନ୍ତ, ସେ କୋର୍ଟଗୁଡ଼ିକୁ କ୍ରୋଧିତ ନ କରିବା ପାଇଁ ବହୁତ ସତର୍କ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ପାଖରେ ଅନ୍ୟ ବିକଳ୍ପ ଅଛି। ସେ କହିଛନ୍ତି ଯେ କୋର୍ଟ ବିଦେଶୀ ସ୍ୱାର୍ଥ ଦ୍ୱାରା ପ୍ରଭାବିତ ହୋଇଛି। ଶୁଳ୍କ ଉପରେ ସୁପ୍ରିମକୋର୍ଟର ନିଷ୍ପତ୍ତି ଅତ୍ୟନ୍ତ ନିରାଶାଜନକ। ମୁଁ କୋର୍ଟର କିଛି ବିଚାରପତିଙ୍କ ପାଇଁ ଲଜ୍ଜିତ, ସମ୍ପୂର୍ଣ୍ଣ ଲଜ୍ଜିତ ଯେ ସେମାନଙ୍କ ପାଖରେ ଆମ ଦେଶ ପାଇଁ ଯାହା ଠିକ୍ ତାହା କରିବାର ସାହସ ନାହିଁ। ମୁଁ ଜଷ୍ଟିସ୍ ଥମାସ, ଆଲିଟୋ ଏବଂ କାଭାନାଙ୍କୁ ସେମାନଙ୍କର ଶକ୍ତି, ଜ୍ଞାନ ଏବଂ ଆମ ଦେଶ ପ୍ରତି ପ୍ରେମ ପାଇଁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। - Feb 21, 2026 07:04 IST
ନାଇଜେରିଆରେ ୫୦ ଜଣଙ୍କୁ ହତ୍ୟା, ମହିଳା-ଶିଶୁଙ୍କୁ ଅପହରଣ
/sambad/media/post_attachments/images/2026/02/21/article/image/jagran-photo-1771632547949_v-865573.webp)
ମାଇଦୁଗୁରି: ନାଇଜେରିଆର ଉତ୍ତର-ପଶ୍ଚିମ ଜାମଫାରା ରାଜ୍ୟର ଏକ ଗାଁରେ ଗଣହତ୍ୟା ହୋଇଛି। ସଶସ୍ତ୍ର ଲୋକଙ୍କ ଆକ୍ରମଣରେ ପ୍ରାୟ ୫୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ମହିଳା ଓ ଶିଶୁଙ୍କୁ ଅପହରଣ କରାଯାଇଛି। ଶୁକ୍ରବାର ଦିନ ଜଣେ ରାଜ୍ୟ ସଂସଦ ସଦସ୍ୟ କହିଛନ୍ତି। ବୁକ୍କୁୟୁମ୍ ଦକ୍ଷିଣର ପ୍ରତିନିଧିତ୍ୱ କରୁଥିବା ସାଂସଦ ହାମିସୁ ଏ. ଫାରୁ କହିଛନ୍ତି ଯେ ଆକ୍ରମଣକାରୀମାନେ ଟୁଙ୍ଗାନ୍ ଦୁତ୍ସେ ଗାଁରେ ଆକ୍ରମଣ କରିଥିଲେ। ଗୁରୁବାର ଠାରୁ ଶୁକ୍ରବାର ପ୍ରାୟ ୩ଟା ୩୦ ପର୍ଯ୍ୟନ୍ତ ସେମାନେ କୋଠା ପୋଡ଼ି ଦେଇଥିଲେ ଏବଂ ଖସିଯିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଉପରେ ଗୁଳି ଚଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)