Advertisment

AIADMK :ଏଆଇଏଡିଏମ୍‌କେ ନିର୍ବାଚନୀ ପ୍ରତିଶ୍ରୁତି: ପୁରୁଷଙ୍କ ପାଇଁ ମାଗଣା ବସ୍‌ଯାତ୍ରା, ମହିଳାଙ୍କ ପାଇଁ ମାସକୁ ୨ ହଜାର ଟଙ୍କା

Advertisment

ଏଆଇଏଡିଏମ୍‌କେ ମହାସଚିବ ଏଡପ୍ପାଦି କେ ପଲାନିସ୍ବାମୀ ଶନିବାର ତାମିଲନାଡ଼ୁ ଲୋକଙ୍କ ପାଇଁ ୫ ଟି ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି। ଦଳର ନିର୍ବାଚନୀ ଇସ୍ତାହାର କମିଟି ରାଜ୍ୟ ସାରା ବୈଠକ ଶେଷ କରିବା ପରେ ଅଧିକ ପ୍ରତିଶ୍ରୁତି ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଏଆଇଏଡିଏମ୍‌କେ ମହାସଚିବ ଏଡପ୍ପାଦି କେ ପଲାନିସ୍ବାମୀ ଶନିବାର ତାମିଲନାଡ଼ୁ ଲୋକଙ୍କ ପାଇଁ ୫ ଟି ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି। ଦଳର ନିର୍ବାଚନୀ ଇସ୍ତାହାର କମିଟି ରାଜ୍ୟ ସାରା ବୈଠକ ଶେଷ କରିବା ପରେ ଅଧିକ ପ୍ରତିଶ୍ରୁତି ଘୋଷଣା କରାଯିବ ବୋଲି ସେ କହିଛନ୍ତି।

305b21a5-2132-4fb8-abfa-c3a974bc5010

ଚେନ୍ନାଇ: ଚଳିତ ବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏଆଇଏଡିଏମକେ ଏହାର ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛି। ଏଆଇଏଡିଏମ୍‌କେ ମହାସଚିବ ଏଡପ୍ପାଦି କେ ପଲାନିସ୍ବାମୀ ଶନିବାର ତାମିଲନାଡ଼ୁ ଲୋକଙ୍କ ପାଇଁ ୫ ଟି ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି। ଦଳର ନିର୍ବାଚନୀ ଇସ୍ତାହାର କମିଟି ରାଜ୍ୟ ସାରା ବୈଠକ ଶେଷ କରିବା ପରେ ଅଧିକ ପ୍ରତିଶ୍ରୁତି ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ପଲାନିସ୍ବାମୀ ଘୋଷଣା କରିଥିବା ୫ଟି ନିର୍ବାଚନୀ ଇସ୍ତାହାରରେ ପ୍ରତ୍ୟେକ ପରିବାରର ମୁଖ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସ ୨୦୦୦ ଟଙ୍କା ପ୍ରଦାନ କରିବା। ମହିଳାଙ୍କ ପରି ପୁରୁଷଙ୍କୁ ସିଟି ବସ୍‌ରେ ମାଗଣା ଯାତ୍ରା ସୁବିଧା ପ୍ରଦାନ କରିବା ରହିଛି। ଏହାବ୍ୟତୀତ ଅମ୍ମା ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ଜମି ଓ କୋଠା ଘର ପ୍ରଦାନ କରିବା, ସହରାଞ୍ଚଳରେ ସରକାର ଜମି କିଣି ବହୁତଳ ଆବାସ କରି ଘର ନଥିବା ଲୋକଙ୍କୁ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ଜନଜାତି ସମୁଦାୟର ବିବାହିତଙ୍କ ପାଇଁ ସରକାର ଜମି କିଣିବା ସହିତ କୋଠା ଘର ନିର୍ମାଣ କରିବେ। ଚତୁର୍ଥରେ ୧୦୦ ଦିନ ବଦଳରେ ୧୫୦ ଦିନର କର୍ମନିଯୁକ୍ତି ଗ୍ୟାରେଣ୍ଟି। ଅମ୍ମା ଦୁଇ ଚକିଆ ଯୋଜନାରେ ୫ ଲକ୍ଷ ମହିଳାଙ୍କୁ ଦୁଇଚକିଆ ଗାଡ଼ି ପାଇଁ ୨୫,୦୦୦ ଟଙ୍କା ଲେଖାଏଁର ସବସିଡି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe