ବିଜେପି ନୁହେଁ କଂଗ୍ରେସ ଆରମ୍ଭ କରିଥିଲା ହିନ୍ଦୀର ବ୍ୟବହାର: ଏଆଇଏଡିଏମକେ ନେତା

ଥମ୍ବିଦୁରାଇ କହିଛନ୍ତି, "ତ୍ରିଭାଷା ସୂତ୍ର ପାଇଁ କିଏ ଦାୟୀ? ଏହା କଂଗ୍ରେସ ସରକାର। ହିନ୍ଦୀ କିଏ ଆରମ୍ଭ କରିଥିଲା? କଂଗ୍ରେସ ସରକାର। ସେମାନେ (ଡିଏମକେ) କଂଗ୍ରେସ ସହିତ କାହିଁକି ଅଛନ୍ତି? ସେମାନେ (କଂଗ୍ରେସ) ତିନିଭାଷା ସୂତ୍ର ଆଣିଥିଲେ, ହିନ୍ଦୀ ଲାଗୁ କରିଥିଲେ।

thambidurai

ଚେନ୍ନାଇ: ନୂଆ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ କାର୍ଯ୍ୟକାରୀ କରିବା ସହ ଭାଷା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଂଚିଛି | ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରୁଥିବାବେଳେ ଏବେ ଏହି ବିବାଦକୁ ନେଇ ନୂଆ ଯୁକ୍ତି ବାଢ଼ିଛି ଏଆଇଏଡିଏମକେ | ଏଆଇଏଡିଏମକେ ନେତା ଏମ୍ ଥାମ୍ବିଦୁରାଇ କଂଗ୍ରେସ ଉପରେ ତାମିଲନାଡୁରେ ହିନ୍ଦୀ ପ୍ରଚଳନ କରିବାର ଅଭିଯୋଗ ଆଣିଛନ୍ତି। ସେ କଂଗ୍ରେସ ସହିତ ହାତ ମିଳାଇବା ପାଇଁ ଡିଏମକେ ଉପରେ ଆକ୍ରମଣ କରିଥିଲେ।

ଥମ୍ବିଦୁରାଇ କହିଛନ୍ତି, "ତ୍ରିଭାଷା ସୂତ୍ର ପାଇଁ କିଏ ଦାୟୀ? ଏହା କଂଗ୍ରେସ ସରକାର। ହିନ୍ଦୀ କିଏ ଆରମ୍ଭ କରିଥିଲା? କଂଗ୍ରେସ ସରକାର। ସେମାନେ (ଡିଏମକେ) କଂଗ୍ରେସ ସହିତ କାହିଁକି ଅଛନ୍ତି? ସେମାନେ (କଂଗ୍ରେସ) ତିନିଭାଷା ସୂତ୍ର ଆଣିଥିଲେ, ହିନ୍ଦୀ ଲାଗୁ କରିଥିଲେ। ଏସବୁ କଂଗ୍ରେସ ସରକାର କରିଛି। ଏବେ ସେମାନେ (ଡିଏମକେ) ସେମାନଙ୍କ (କଂଗ୍ରେସ) ସହିତ ମିଶି ଏକ ଖେଳ ଖେଳୁଛନ୍ତି।" ଏଆଇଏଡିଏମକେର କହିବା କଥା ଯେ ବିଜେପି ଏହି ତିନିଭାଷା ସୂତ୍ର ଆଣିନଥିଲା ବରଂ କଂଗ୍ରେସ ଏହାକୁ ଆରମ୍ଭ କରିଥିଲା |

ଏବେ ଡ଼ିଏମକେ କଂଗ୍ରେସ ସହ ମିଶି ଏକ ଖେଳ ଖେଳୁଛନ୍ତି ଓ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି | ଉଲ୍ଲେଖ ଥାଉ କି  ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାରଙ୍କର ଜାତୀୟ ଶିକ୍ଷା ନୀତି, ସୀମା ନିର୍ଦ୍ଧାରଣ ଏବଂ ତିନି ଭାଷା ସୂତ୍ର ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ନିରନ୍ତର ବିବାଦ ଲାଗିରହିଛି । ଡିଏମକେ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ତାମିଲନାଡୁ ଉପରେ ହିନ୍ଦୀ ଥୋପିବାକୁ ଚେଷ୍ଟା କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe