Advertisment

Air ambulance Accident: ଦିଲ୍ଲୀ ଯିବାବେଳେ ଓଡ଼ିଶା ସୀମାନ୍ତରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଜାଣନ୍ତୁ ବିସ୍ତୃତ ଖବର

Advertisment

ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଝାଡ଼ଖଣ୍ଡର ଚତରା ଠାରେ ଏକ ବଡ଼ ଏବଂ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ରାଞ୍ଚିରୁ ଦିଲ୍ଲୀକୁ ଯାଉଥିବା ଏକ ମେଡିକାଲ୍ ଏୟାର ଆମ୍ବୁଲାନ୍ସ ସୋମବାର ରାତି ପ୍ରାୟ ଆଠଟା ସମୟରେ ଚତରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଝାଡ଼ଖଣ୍ଡର ଚତରା ଠାରେ ଏକ ବଡ଼ ଏବଂ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ରାଞ୍ଚିରୁ ଦିଲ୍ଲୀକୁ ଯାଉଥିବା ଏକ ମେଡିକାଲ୍ ଏୟାର ଆମ୍ବୁଲାନ୍ସ ସୋମବାର ରାତି ପ୍ରାୟ ଆଠଟା ସମୟରେ ଚତରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

IMG-20260223-WA0293

ବନ୍ଧମୁଣ୍ଡା / ସୁନ୍ଦରଗଡ଼:(ଦେବ କୁମାର ଦେ) ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଝାଡ଼ଖଣ୍ଡର ଚତରା ଠାରେ ଏକ ବଡ଼ ଏବଂ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ରାଞ୍ଚିରୁ ଦିଲ୍ଲୀକୁ ଯାଉଥିବା ଏକ ମେଡିକାଲ୍ ଏୟାର ଆମ୍ବୁଲାନ୍ସ ସୋମବାର ରାତି ପ୍ରାୟ ଆଠଟା ସମୟରେ ଚତରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟନା ଚତରା ଜିଲ୍ଲାର ସିମରିଆ ଥାନା ଅଧୀନ କରମାଟାଣ୍ଡ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଘଟିଛି ବୋଲି ଜଣା ପଡ଼ିଛି। ଜିଲ୍ଲା ଏସ୍‌ପି ସୁମିତ ଅଗ୍ରୱାଲ୍ କହିଛନ୍ତି ଯେ ସେ ନିଜେ ଘଟଣାସ୍ଥଳକୁ ଯାଉଛନ୍ତି । ତାଙ୍କ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦେଇ ପାରିବେ ବୋଲି ସେ କହିଛନ୍ତି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଉଡାଣ ଭରିବାର କିଛି ସମୟ ପରେ ଏୟାର ଆମ୍ବୁଲାନ୍ସର ଏୟାର ଟ୍ରାଫିକ କଣ୍ଟ୍ରୋଲ୍ (ATC) ସହିତ ସମ୍ପର୍କ ବିଛିନ୍ନ ହୋଇ ଯାଇଥିଲା। ଦୀର୍ଘ ସମୟ ଯାଏଁ ସମ୍ପର୍କ ନ ହେବାରୁ ଖୋଜଖବର ଆରମ୍ଭ କରାଯାଇଥିଲା, ଯାହା ପରେ ଜଙ୍ଗଲ ଅଞ୍ଚଳରେ ବିମାନ ଦୁର୍ଘଟଣା ହୋଇଥିବା ଜଣା ପଡିଥିଲା। ଏହି ଏୟାର ଆମ୍ବୁଲାନ୍ସ ରାଞ୍ଚିରୁ ଜଣେ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀକୁ ନେଇ ଯାଉଥିଲା। ଏହି ବିମାନରେ ରୋଗୀ, ତାଙ୍କ ଦୁଇ ଜଣ ସମ୍ପର୍କୀୟ , ଜଣେ ଡାକ୍ତର, ଜଣେ ପୁରୁଷ ନର୍ସ ଓ ପାଇଲଟ୍ ସହ ମୋଟ ୭ ଜଣ ଥିବା ସୂଚନା ମିଳିଛି।

ଘଟଣାର ସୂଚନା ମିଳିବା ସହିତ ପ୍ରଶାସନ, ପୁଲିସ ଦଳ ଘଟଣାସ୍ଥଳକୁ ଯାଇଛନ୍ତି । ଦୁର୍ଘଟଣାସ୍ଥଳ ଜଙ୍ଗଲ ଅଞ୍ଚଳରେ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଦଳ ଘଟଣାସ୍ଥଳକୁ ପହଞ୍ଚିବାର ପ୍ରୟାସ ଜାରି ରଖିଛନ୍ତି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | 

ଉଲ୍ଲେଖ ଥାଉ କି କିଛି ଦିନ ତଳେ ରାଉରକେଲାରେ ଏୟାର ୱାନ ଇଣ୍ଡିଆର ଏକା ବିମାନ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe