Air india flight issue:ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି :ଇନ୍ଧନ ନିୟନ୍ତ୍ରଣରେ ସମସ୍ୟା, ଉଡ଼ାଣ ବାତିଲ

Advertisment

ଏୟାର ଇଣ୍ଡିଆ ଡ୍ରିମ୍‌ଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଏବଂ ଇନ୍ଧନ ନିୟନ୍ତ୍ରଣରେ ଗୁରୁତର ସମସ୍ୟା ଦେଖାଦେବା ପରେ ଏହାକୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଆଜି ଲଣ୍ଡନରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଏଆଇ ୧୩୨ ର ଇଞ୍ଜିନ ଷ୍ଟାର୍ଟ ହେବା ସମୟରେ ଏହି ସମସ୍ୟା ପରିଲକ୍ଷିତ ହୋଇଥିଲା।

ଏୟାର ଇଣ୍ଡିଆ ଡ୍ରିମ୍‌ଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଏବଂ ଇନ୍ଧନ ନିୟନ୍ତ୍ରଣରେ ଗୁରୁତର ସମସ୍ୟା ଦେଖାଦେବା ପରେ ଏହାକୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଆଜି ଲଣ୍ଡନରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଏଆଇ ୧୩୨ ର ଇଞ୍ଜିନ ଷ୍ଟାର୍ଟ ହେବା ସମୟରେ ଏହି ସମସ୍ୟା ପରିଲକ୍ଷିତ ହୋଇଥିଲା।

02bbs_44_02022026_112

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଡ୍ରିମ୍‌ଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଏବଂ ଇନ୍ଧନ ନିୟନ୍ତ୍ରଣରେ ଗୁରୁତର ସମସ୍ୟା ଦେଖାଦେବା ପରେ ଏହାକୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଆଜି ଲଣ୍ଡନରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଏଆଇ ୧୩୨ ର ଇଞ୍ଜିନ ଷ୍ଟାର୍ଟ ହେବା ସମୟରେ ଏହି ସମସ୍ୟା ପରିଲକ୍ଷିତ ହୋଇଥିଲା। ବିମାନଟିର ବାମ ପାର୍ଶ୍ୱ ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ରେ ତ୍ରୁଟି ଯୋଗୁଁ ଏହାର ଉଡ଼ାଣ ବାତିଲ କରାଯାଇଛି।

ଆହୁରି ପଢନ୍ତୁ: Budget: ୨୦୨୬-୨୭ରେ ୧୭ ପ୍ରତିଶତ ଅଧିକ ଋଣ କରିବାକୁ ଲକ୍ଷ୍ୟ

ରିପୋର୍ଟ ଅନୁଯାୟୀ, ବିମାନଟି ଉଡ଼ାଣ ପାଇଁ ରନୱେକୁ ଯିବା ପୂର୍ବରୁ ଯେତେବେଳେ ପାଇଲଟ୍ ଇଞ୍ଜିନ ଷ୍ଟାର୍ଟ କରିଥିଲେ, ସେତେବେଳେ ଏହାର ବାମ ଇଞ୍ଜିନର ‘ଫୁଏଲ କଣ୍ଟ୍ରୋଲ ସୁଇଚ୍’ ସ୍ଥିର ରହିନଥିଲା। ପାଇଲଟ୍ ସୁଇଚ୍‌କୁ ଦୁଇଥର ‘ରନ୍’ ପୋଜିସନରେ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବାରମ୍ବାର ‘କଟ୍ ଅଫ୍’ ପୋଜିସନକୁ ପଳାଇ ଆସିଥିଲା। ଏହାର ଅର୍ଥ ହେଉଛି ଇଞ୍ଜିନକୁ ଯାଉଥିବା ଇନ୍ଧନ ସଠିକ୍ ଭାବେ ନିୟନ୍ତ୍ରିତ ହୋଇପାରୁ ନଥିଲା। ଏହି ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିବା ମାତ୍ରେ ସୁରକ୍ଷା ଦୃଷ୍ଟିରୁ ବିମାନର ଉଡ଼ାଣକୁ ସଙ୍ଗେ ସଙ୍ଗେ ବନ୍ଦ କରାଯାଇଥିଲା।

ଆହୁରି ପଢନ୍ତୁ:Balochistan: ୧୯୦ ବଲୁତ ବିଦ୍ରୋହୀ ନିହତ; ବିଦ୍ରୋହୀଙ୍କୁ ସମର୍ଥନ ଅଭିଯୋଗକୁ ଖଣ୍ଡନ କଲା ଭାରତ

ଏହି ଘଟଣାକୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଡିଜିସିଏ ଅତି ଗମ୍ଭୀରତାର ସହ ନେଇଛନ୍ତି। ବିଶେଷ କରି ଜୁନ୍ ୨୦୨୫ରେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଏଆଇ ୧୭୧ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣା ସହ ଏହି ତ୍ରୁଟିର ସାମଞ୍ଜସ୍ୟ ଥିବାରୁ ଚିନ୍ତା ବଢ଼ିଛି। ସେହି ଦୁର୍ଘଟଣାରେ ମଧ୍ୟ ଫୁଏଲ କଣ୍ଟ୍ରୋଲ ସୁଇଚ୍ ଫେଲ୍ ହେବା ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଥିଲା, ଯେଉଁଥିରେ ୨୬୦ ଜଣ ପ୍ରାଣ ହରାଇଥିଲେ। ସେହି ଘଟଣା ପରେ ସମସ୍ତ ଡ୍ରିମ୍‌ଲାଇନର ବିମାନର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଆହୁରି ପଢନ୍ତୁ: Dead: ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ହଷ୍ଟେଲରେ ପୁଣି ଅଘଟଣ

ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ, ଏହି ବିମାନ (ଭିଟି-ଏଏନ୍‌ଏକ୍ସ) ର ସଂପୂର୍ଣ୍ଣ ଯାଞ୍ଚ ପାଇଁ ବୋଇଂ କମ୍ପାନୀର ଇଞ୍ଜିନିୟରମାନଙ୍କୁ ସୂଚନା ଦିଆଯାଇଛି। ଯାତ୍ରୀମାନଙ୍କୁ ବିକଳ୍ପ ବିମାନ ମାଧ୍ୟମରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଏହି ବିମାନଟି ହିଥ୍ରୋରେ ଅଟକି ରହିଛି ଏବଂ ସୁରକ୍ଷା ସାର୍ଟିଫିକେଟ୍ ମିଳିବା ପରେ ହିଁ ଏହା ପୁଣି ଥରେ ଉଡ଼ାଣ ଭରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe