Air Marshal Video: ବୋନସ୍ ପାଇଁ ହାଲ୍ ଅଧିକାରୀମାନେ ଜାତୀୟ ସୁରକ୍ଷାକୁ ଅଣଦେଖା କରୁଥିଲେ: ଅବସରପ୍ରାପ୍ତ ଏୟାର ମାର୍ଶାଲଙ୍କ ଭିଡିଓ ନେଇ ହଙ୍ଗାମା

Advertisment

ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଦୀପ୍ତେନ୍ଦୁ ଚୌଧୁରୀଙ୍କ ଏକ ଭିଡିଓ ଶିରୋନାମା ପାଲଟିଛି। ଏହି ଭିଡିଓରେ, ସେ ଦାବି କରିଛନ୍ତି ଯେ, ହାଲ୍(ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍)କର୍ମଚାରୀମାନେ ବୋନସ୍ ଲୋଭରେ ଉତ୍ପାଦନରେ ବିଳମ୍ବ କରୁଥିଲେ

ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଦୀପ୍ତେନ୍ଦୁ ଚୌଧୁରୀଙ୍କ ଏକ ଭିଡିଓ ଶିରୋନାମା ପାଲଟିଛି। ଏହି ଭିଡିଓରେ, ସେ ଦାବି କରିଛନ୍ତି ଯେ, ହାଲ୍(ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍)କର୍ମଚାରୀମାନେ ବୋନସ୍ ଲୋଭରେ ଉତ୍ପାଦନରେ ବିଳମ୍ବ କରୁଥିଲେ

IMG-20260202-WA0060

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ, ଭାରତୀୟ ସଶସ୍ତ୍ର ବାହିନୀ ନିରନ୍ତର ସେମାନଙ୍କର ଶକ୍ତି ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ୨୦୨୬-୨୭ ସାଧାରଣ ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଗୁରୁତ୍ବ ପ୍ରଦାନ କରିଛନ୍ତି।

ବଜେଟ୍‌ରେ ପ୍ରତିରକ୍ଷାକୁ ଗୁରୁତ୍ବ ବେଳେ ପକେଟ ଭରୁଛନ୍ତି ବାବୁ

ପ୍ରତିରକ୍ଷା ବଜେଟ୍ ପାଇଁ ୭.୮୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗତ ବର୍ଷର ବଜେଟ୍‌ରେ ଏହି ପରିମାଣ ୬,୮୧,୨୧୦ କୋଟି ଟଙ୍କା ଥିଲା। କେନ୍ଦ୍ର ପ୍ରତିରକ୍ଷା କ୍ଷେତ୍ରର ବଜେଟ୍ ବୃଦ୍ଧି କରିଛି। ତଥାପି, କେନ୍ଦ୍ର ବଜେଟ୍ ବିଷୟରେ ଆଲୋଚନା ମଧ୍ୟରେ, ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଦୀପ୍ତେନ୍ଦୁ ଚୌଧୁରୀଙ୍କ ଏକ ଭିଡିଓ ଶିରୋନାମା ପାଲଟିଛି।

 ଏହି ଭିଡିଓରେ, ସେ ଦାବି କରିଛନ୍ତି ଯେ, ହାଲ୍(ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍)କର୍ମଚାରୀମାନେ ବୋନସ୍ ଲୋଭରେ ଉତ୍ପାଦନରେ ବିଳମ୍ବ କରୁଥିଲେ। ଏୟାର ମାର୍ଶାଲ ଦୀପ୍ତେନ୍ଦୁ ଚୌଧୁରୀ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ। ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟସେବା ପଦକ, ବାୟୁ ସେନା ପଦକ ଓ ବିଶିଷ୍ଟ ସେବା ପଦକ ପାଇଛନ୍ତି। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ର କର୍ମଚାରୀମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। କର୍ମଚାରୀମାନେ ବର୍ଷ ଶେଷ ବୋନସ୍ ପାଇବା ପାଇଁ ଉତ୍ପାଦନରେ ବିଳମ୍ବ କରୁଥିବା ସେ ଭିଡିଓରେ କହୁଛନ୍ତି।

ମେଜର ଡିଜିଭି ସିଂ ରାୱତ ଏହି ଭିଡିଓ ସେୟାର କରିଛନ୍ତି

ଅବସରପ୍ରାପ୍ତ ଏୟାର ମାର୍ଶାଲ ଦୀପ୍ତେନ୍ଦୁ ଚୌଧାରୀଙ୍କ ଏହି ଭିଡିଓକୁ ମେଜର ଦିଗବିଜୟ ସିଂହ ରାୱତ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି। କୀର୍ତ୍ତିଚକ୍ର ବିଜେତା ମେଜର ଦିଗବିଜୟ ସିଂହ ରାୱତ ତାଙ୍କ ପୂର୍ବତନ ଆକାଉଣ୍ଟରେ ଭିଡିଓଟି ସେୟାର କରି ଲେଖିଛନ୍ତି, ହାଲ୍‌ର କର୍ମଚାରୀମାନେ ବର୍ଷ ଶେଷରେ ବୋନସ୍ ପାଇବା ପାଇଁ ଉତ୍ପାଦନରେ ବିଳମ୍ବ କରୁଥିଲେ। ଏହା ସମ୍ପୂର୍ଣ୍ଣ ଅବିଶ୍ୱସନୀୟ। ହାଳ୍‌ର ବାବୁମାନେ ବୋନସ୍ ଲୋଭରେ ଜାତୀୟ ସୁରକ୍ଷାକୁ କିପରି କ୍ଷତି ପହଞ୍ଚାଉଥିଲେ? ଯେତେବେଳେ ଆମ ସିଷ୍ଟମରେ ଏଭଳି ପଚାସଢ଼ା ଚିନ୍ତାଧାରା ରଖିଥିବା ଲୋକ ଅଛନ୍ତି, ସେତେବେଳେ ଆମକୁ ବାହ୍ୟ ଶତ୍ରୁମାନଙ୍କର ଆବଶ୍ୟକତା ଅଛି କି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe