Ajit Pawar's plane crash: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ପ୍ରସଙ୍ଗ

Advertisment

ଏନ୍‌ସିପି ମୁଖ୍ୟ ତଥା ତତ୍‌କାଳୀନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜାନୁଆରି ୨୮ରେ ବାରାମତିଠାରେ ବିମାନ ଦୁର୍ଘଟଣାରେ ପରଲୋକ ଘଟିଥିଲା। ଏହି ବିମାନ ଦୁର୍ଘଟଣାର ଏବେ ତଦନ୍ତ ଚାଲିଛି।

ଏନ୍‌ସିପି ମୁଖ୍ୟ ତଥା ତତ୍‌କାଳୀନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜାନୁଆରି ୨୮ରେ ବାରାମତିଠାରେ ବିମାନ ଦୁର୍ଘଟଣାରେ ପରଲୋକ ଘଟିଥିଲା। ଏହି ବିମାନ ଦୁର୍ଘଟଣାର ଏବେ ତଦନ୍ତ ଚାଲିଛି।

21bbs_43_21022026_112

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ତଥା ତତ୍‌କାଳୀନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜାନୁଆରି ୨୮ରେ ବାରାମତିଠାରେ ବିମାନ ଦୁର୍ଘଟଣାରେ ପରଲୋକ ଘଟିଥିଲା। ଏହି ବିମାନ ଦୁର୍ଘଟଣାର ଏବେ ତଦନ୍ତ ଚାଲିଛି। ଏହି ମାମଲାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ମନ୍ତ୍ରିପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଏନ୍‌ସିପି (ଏସ୍‌ପି) ମହାସଚିବ ରୋହିତ ପାୱାର। 

ରୋହିତ ବିମାନ ଦୁର୍ଘଟଣା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଠାଇ ଆସୁଛନ୍ତି। କାରଜାଟ୍‌-ଜାମଖେଡ୍‌ ବିଧାୟକ ତଥା ଅଜିତଙ୍କ ସମ୍ପର୍କୀୟ ରୋହିତ ଦୁର୍ଘଟଣାଗ୍ରସ୍ତ ବିମାନର ନିର୍ମାତା ଭିଏସ୍ଆର୍‌ କମ୍ପାନି ଉପରେ ଅନେକ ପ୍ରଶ୍ନ ଉଠାଇବା ସହିତ ଓ କମ୍ପାନି ସହିତ ନାଇଡୁଙ୍କ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ ଏହି ବିମାନ ଦୁର୍ଘଟଣାର ନିରପେକ୍ଷ ତଥା ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ବାରା ତଦନ୍ତ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଲିୟରଜେଟ୍‌ ୪୫ ଏୟାରକ୍ରାଫ୍ଟ ଦୁର୍ଘଟଣାରେ ଅଜିତଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe