ସରିଗଲା ପ୍ରଥମ ଦିନର ଟିକଟ୍‌ : ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରବଳ ଉତ୍ସାହ

ସାତ ବର୍ଷର ବ୍ୟବଧାନ ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ଲିଗ୍‌ ପ୍ରତିଯୋଗିତା ଚାତକଭଳି ଚାହିଁ ବସିଥିବା ଜିଲ୍ଲାର ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଉଦ୍‌ଘାଟନୀ ଦିନର ସମସ୍ତ ଟିକଟ୍‌ ବିକ୍ରି ହୋଇଯିବା, ହକି ପ୍ରତି ଜିଲ୍ଲାବାସୀଙ୍କ ଭଲପାଇବାକୁ ପ୍ରମାଣିତ କରେ।

ୂଳା

ରାଉରକେଲା: ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)ର ପ୍ରତ୍ୟାବର୍ତ୍ତନକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି। ଆଉ ମାତ୍ର ଗୋଟିଏ ସପ୍ତାହପରେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକିପ୍ରେମୀ ବିଶ୍ୱସ୍ତରୀୟ ହକିର ଚମତ୍କାର ପ୍ରଦର୍ଶନ ଦେଖିବାର ସୁଯୋଗ ପାଇବେ। ସାତ ବର୍ଷର ବ୍ୟବଧାନ ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ଲିଗ୍‌ରେ ଦେଶ ତଥା ବିଦେଶର ଏକାଧିକ ଅଭିଜ୍ଞ ତଥା ଉଦୀୟମାନ ଖେଳାଳି ନିଜର କ୍ରୀଡ଼ା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତା ଚାତକଭଳି ଚାହିଁ ବସିଥିବା ଜିଲ୍ଲାର ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଉଦ୍‌ଘାଟନୀ ଦିନର ସମସ୍ତ ଟିକଟ୍‌ ବିକ୍ରି ହୋଇଯିବା, ହକି ପ୍ରତି ଜିଲ୍ଲାବାସୀଙ୍କ ଭଲପାଇବାକୁ ପ୍ରମାଣିତ କରେ।

ଚ୍‌ଆଇଏଲ୍‌ର ପ୍ରତ୍ୟେକ ମ୍ୟାଚ୍‌କୁ ଦର୍ଶକ ମାଗଣରେ ଉପଭୋଗ କରିବେ। ତେବେ ନିଃଶୁଳ୍କ ଟିକଟ୍‌ ବୁକିଂ ବାଧ୍ୟତାମୂଳକ କରାଯାଇଛି। ୱେବ୍‌ସାଇଟ୍‌ ‘ଟିକଟ୍‌ଜିନି’ ମାଧ୍ୟମରେ ଦର୍ଶକ ସଂରକ୍ଷିତ କରିଥିବା ଟିକଟ୍‌କୁ ଧରି ଷ୍ଟାଡିୟମ ପ୍ରବେଶ କରିବେ। ଦର୍ଶକ ଗେଟ୍‌ ନଂ ୨ ଓ ୬ ଦେଇ ଷ୍ଟାଡିୟମକୁ ପ୍ରବେଶ କରିବେ। ଯିଏ ଆଗୁଆ ପହଞ୍ଚିବ, ତାକୁ ମନପସନ୍ଦର ସ୍ଥାନ ମିଳିପାରିବ। ପ୍ରତିଯୋଗିତାକୁ ଆହୁରୀ ଆକର୍ଷଣୀୟ କରିବାକୁ ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରତିଷ୍ଠିତ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରାପର୍‌ କିଙ୍ଗ୍‌ ତଥା ସିଆମକ୍‌ ଡାଭର୍‌ ଡ୍ୟାନ୍ସ ଗ୍ରୁପ୍‌ କାର୍ଯ୍ୟକ୍ରମ ପରିବେଷଣ କରିବେ। ସମ୍ଭବତଃ ଏହି ଆଖିଝଲସା ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ମଜା ନେବାକୁ ଦର୍ଶକ ଟିକଟ୍‌ ବୁକିଂ କରିଥିବା ଅନୁମାନ କରାଯାଉଛି।
   

ଏଚ୍‌ଆଇଏଲ୍‌ର ପ୍ରତ୍ୟେକ ମ୍ୟାଚ୍‌କୁ ଦର୍ଶକ ମାଗଣରେ ଉପଭୋଗ କରିବେ। ତେବେ ନିଃଶୁଳ୍କ ଟିକଟ୍‌ ବୁକିଂ ବାଧ୍ୟତାମୂଳକ କରାଯାଇଛି। ୱେବ୍‌ସାଇଟ୍‌ ‘ଟିକଟ୍‌ଜିନି’ ମାଧ୍ୟମରେ ଦର୍ଶକ ସଂରକ୍ଷିତ କରିଥିବା ଟିକଟ୍‌କୁ ଧରି ଷ୍ଟାଡିୟମ ପ୍ରବେଶ କରିବେ। ଦର୍ଶକ ଗେଟ୍‌ ନଂ ୨ ଓ ୬ ଦେଇ ଷ୍ଟାଡିୟମକୁ ପ୍ରବେଶ କରିବେ। ଯିଏ ଆଗୁଆ ପହଞ୍ଚିବ, ତାକୁ ମନପସନ୍ଦର ସ୍ଥାନ ମିଳିପାରିବ। ପ୍ରତିଯୋଗିତାକୁ ଆହୁରୀ ଆକର୍ଷଣୀୟ କରିବାକୁ ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରତିଷ୍ଠିତ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରାପର୍‌ କିଙ୍ଗ୍‌ ତଥା ସିଆମକ୍‌ ଡାଭର୍‌ ଡ୍ୟାନ୍ସ ଗ୍ରୁପ୍‌ କାର୍ଯ୍ୟକ୍ରମ ପରିବେଷଣ କରିବେ। ସମ୍ଭବତଃ ଏହି ଆଖିଝଲସା ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ମଜା ନେବାକୁ ଦର୍ଶକ ଟିକଟ୍‌ ବୁକିଂ କରିଥିବା ଅନୁମାନ କରାଯାଉଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯିବ। ସାରା ଦେଶର ହକିପ୍ରେମୀ ଯେଭଳି ପ୍ରତିଟି ମ୍ୟାଚ୍‌କୁ ଉପଭୋଗ କରିବେ, ସେଥିପାଇଁ ଏକାଧିକ ଚ୍ୟାନେଲରେ ତଥା ଏକାଧିକ ଭାଷାରେ ପ୍ରସାରଣ କରାଯିବ। ଦୂରଦର୍ଶନ, ଡିଡି ସ୍ପୋର୍ଟ୍ସ, ସୋନି ସ୍ପୋର୍ଟ୍ସ ନେଟୱର୍କ-ସୋନୀ ଟେନ୍‌-୧, ୩ ଓ ୪ ସମେତ ଡିଜିଟାଲ ମାଧ୍ୟମ ପ୍ରସାର ଭାରତୀର ନୂଆ ଓଟିଟି ପ୍ଲାଟଫର୍ମ‌୍, ସୋନୀ ଲିଭ୍‌ ଓ ୱେଭ୍‌ସରେ ସିଧା ପ୍ରସାରିତ ହେବ। ୧୬ରୁ ଅଧିକ କ୍ୟାମେରା, ଡ୍ରୋନ୍ ସଟ୍, ଗୋଲ୍‌ପୋଷ୍ଟ କ୍ୟାମେରା, ଖେଳାଳିଙ୍କ କ୍ଲୋଜ୍‌ଅପ୍‌ ସହିତ ବିସ୍ତୃତ ମ୍ୟାଚ୍ କଭରେଜ୍ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe