ବିଶ୍ୱକପ୍‌: ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, କେବଳ ଥରଟିଏ ଜିତିଥିଲା କ୍ୱିଓ୍ଵି ଟିମ୍‌

Advertisment
ବିଶ୍ୱକପ୍‌: ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, କେବଳ ଥରଟିଏ ଜିତିଥିଲା କ୍ୱିଓ୍ଵି ଟିମ୍‌

Navbharat Times

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପ୍‌ ୨୦୧୯ର ସେମିଫାଇନାଲ ସୁନିଶ୍ଚିତ ହୋଇସାରିଛି। ଭାରତ ବନାମ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ପରେ ପଏଣ୍ଟ ଟେବୁଲ ଆଧାରରେ ସେମିଫାଇନାଲ ମ୍ୟାଚ୍‌ ଚୂଡ଼ାନ୍ତ ହୋଇଛି। ଭାରତ ୭ ଓ୍ଵିକେଟରେ ଶ୍ରୀଲଙ୍କାକୁ ଓ ଦକ୍ଷିଣ ଆଫ୍ରିକା ୧୦ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏବେ ଅଙ୍କ ତାଲିକାରେ ୧ ନମ୍ବରରେ ଥିବା ଭାରତ (୧୫ ପଏଣ୍ଟ) ଜୁଲାଇ ୯ରେ ନ୍ୟୁଜିଲାଣ୍ଡ (୧୧ ପଏଣ୍ଟ)କୁ ଭେଟିବ। ସେହିପରି ୨ୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ (୧୪ ପଏଣ୍ଟ) ଜୁଲାଇ ୧୧ରେ ୩ୟ ସ୍ଥାନରେ ଥିବା ଇଂଲଣ୍ଡ (୧୨ ପଏଣ୍ଟ)କୁ ମୁକାବିଲା କରିବ। ପ୍ରଥମ ସେମିଫାଇନାଲରେ ଭାରତ ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରାଫେଡ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ଭେଟିବ।

publive-image Navbharat Times

ସେମିଫାଇନାଲ ମୁକାବିଲା କଥା ଯଦି ଆଲୋଚନା କରିବା ଇତିହାସ ଟିମ ଇଣ୍ଡିଆ ସପକ୍ଷରେ ରହିଛି। ବିଶ୍ୱକପ ଇତିହାସରେ ଟିମ ଇଣ୍ଡିଆ ଏଯାଏଁ ୭ଟି ସେମିଫାଇନାଲ ଖେଳିଛି। ଏଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୮ଟି ସେମିଫାଇନାଲ ମ୍ୟାଚ୍‌ ଖେଳି ଗୋଟିଏ ଜିତିଛି।

ବିଶ୍ୱକପରେ ଭାରତୀୟ ଟିମ ୭ଥର ସେମିଫାଇନାଲରେ ପହଂଚିଛି। ବିଗତ ୬ଟି ମ୍ୟାଚରୁ ୩ଟିରେ ବିଜୟୀ (୧୯୮୩, ୨୦୦୩, ୨୦୧୧) ହୋଇଛି। ସେହିଭଳି ୩ଥର ହାରିବାକୁ (୧୯୮୭, ୧୯୯୬, ୨୦୧୫) ପଡିଛି। ନ୍ୟୁଜିଲାଣ୍ଡ ଟିମ କେବଳ ଥରଟିଏ ସେମିଫାଇନାଲରେ ବିଜୟ ହାସଲ କରିଛି। ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତର ବିଜୟ ଆଶା ଅଧିକ ରହୁଛି।

ଭାରତ ଓଲଡ୍‌ ଟ୍ରାଫେଡ ପଡ଼ିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ କେବଳ ଗୋଟିଏ ମ୍ୟାଚ୍‌ ଖେଳିଛି। ୧୯୭୫ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତକୁ ହାରିବାକୁ ପଡ଼ିଥିଲା। ମୋଟମୋଟା ଭାବେ କହିବାକୁ ଗଲେ ଭାରତ ଏହି ପଡ଼ିଆରେ ୧୦ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe