ଆସନ୍ତାକାଲି ସଂଧ୍ୟା ୬.୩୦ ପରଠାରୁ ଆସିବ ଏକ୍‌ଜିଟ୍‌ ପୋଲ୍‌: ଏକ୍‌ଜିଟ୍‌ ପୋଲ୍‌ କ’ଣ? କେତେ ସତ ହୋଇଥାଏ ଏହାର ଆକଳନ?

Advertisment
ଆସନ୍ତାକାଲି ସଂଧ୍ୟା ୬.୩୦ ପରଠାରୁ ଆସିବ ଏକ୍‌ଜିଟ୍‌ ପୋଲ୍‌: ଏକ୍‌ଜିଟ୍‌ ପୋଲ୍‌ କ’ଣ? କେତେ ସତ ହୋଇଥାଏ ଏହାର ଆକଳନ?

ନୂଆଦିଲ୍ଲୀ: ଦୀର୍ଘ ପ୍ରକ୍ରିୟା ପରେ ଶେଷ ହେବାକୁ ଯାଉଛି ଲୋକସଭା ନିର୍ବାଚନ। ଆସନ୍ତାକାଲି ସପ୍ତମ ବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନୀ ଫଳାଫଳ ମେ ୨୩ରେ ପ୍ରକାଶ ପାଇବାକୁ ଥିବା ବେଳେ ରବିବାର ସଂଧ୍ୟାରେ ଆସିବ ଏକ୍‌ଜିଟ୍‌ ପୋଲ୍ ବା ବୁଥ୍ ବାହୁଡ଼ା ମତ। କ’ଣ ଏହି ଏକ୍‌ଜିଟ୍‌ ପୋଲ୍‌? ଏହା କିପରି ହୁଏ?

ନିର୍ବାଚନୀ ଏକଜିଟ୍‌ ପୋଲ୍‌ ହେଉଛି ମତଦାତାମାନଙ୍କ ମତ ଆଧାରିତ ପୂର୍ବାନୁମାନ । ଭୋଟଦାନ କେନ୍ଦ୍ରରେ ମତଦାତାମାନେ ନିଜର ମତ ସାବ୍ୟସ୍ତ କରି ସାରି ବାହାରକୁ ଯିବା ସମୟରେ ସେମାନଙ୍କ ଠାରୁ ସଂଗ୍ରହ ହୋଇଥିବା ମତ ଆଧାରରେ ପ୍ରସ୍ତୁତ ହୋଇଥାଏ ଏହି ପୋଲ୍‌।

କେଉଁ ଦଳ ସରକାର ଗଠନ କରିବ ଏଥିରୁ ଏକ ପ୍ରକାରର ଇଙ୍ଗିତ ମିଳିଥାଏ। ଯେପରି ଓପିନିୟନ୍‌ ପୋଲ୍‌ ସମୟରେ ମତଦାତାମାନେ କାହାକୁ ଭୋଟ୍‌ ଦେବା ପାଇଁ ମନସ୍ଥ କରିଛନ୍ତି ବୋଲି ପଚରା ଯାଇଥାଏ ସେହିପରି ଏକ୍‌ଜିଟ୍‌ ପୋଲ୍‌ରେ ମତଦାତାମାନେ କାହାକୁ ଭୋଟ୍‌ ଦେଇଛନ୍ତି ବୋଲି ପଚରା ଯାଇଥାଏ। ଅନେକଗୁଡ଼ିଏ ସଂସ୍ଥା ମିଳିତ ଭାବେ ଏହି ଏକ୍‌ଜିଟ୍‌ ପୋଲ୍‌ କରିଥାନ୍ତି।

publive-image Snopes.com

ତେବେ, ଉଭୟ ଓପିନିୟନ ପୋଲ୍‌ ଓ ଏକ୍‌ଜିଟ୍‌ ପୋଲକୁ  ନିର୍ବାଚନ ପ୍ରକ୍ରିୟା ମଧ୍ୟରେ କରିବା ପାଇଁ ନିର୍ବାଚନ କମିସନ ବାରଣ କରିଛନ୍ତି। ନିର୍ବାଚନ ମଧ୍ୟରେ ଓପିନିୟନ ପୋଲ୍‌ ଓ ଏକ୍‌ଜିଟ୍‌ ପୋଲ କରିବା ନିୟମ ବହିର୍ଭୂତ।

ଚଳିତବର୍ଷ ରବିବାର ଅର୍ଥାତ ଆସନ୍ତାକାଲି ସଂଧ୍ୟା ୬.୩୦ରେ ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ଏକ୍‌ଜିଟ୍‌ ପୋଲ୍‌ ଆସିବ ବୋଲି ସୂଚନା ରହିଛି।

ତେବେ, ଏହି ଏକ୍‌ଜିଟ୍‌ ପୋଲ୍‌ ସବୁବେଳେ ସଠିକ୍‌ ପୂର୍ବାନୁମାନ କରିପାରିନଥାଏ। ୨୦୦୪ ଓ ୨୦୦୯ରେ ହୋଇଥିବା ପୂର୍ବାନୁମାନ ଭୁଲ୍‌ ସାବ୍ୟସ୍ତ ହୋଇଥିବା ବେଳେ ୨୦୧୪ ମସିହାରେ ବିଜେପି ସଂଖ୍ୟା ଗରିଷ୍ଠ ହାସଲ କରିବ ବୋଲି ଠିକ୍‌ ଆକଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe