କୋମନା: ନୂଆପଡାରେ ଉପନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ ଥିବାବେଳେ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି | ଆଜି କୋରାପୁଟ ବିଧାୟକଙ୍କ ପିଏସଓ ନାମରେ କଂଗ୍ରେସ ଅଭିଯୋଗ ଆଣିଛି | ଗତକାଲି ବିଳମ୍ବିତ ରାତିରେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ପିଏସଓ ରାସ୍ତା ଉପରେ ଫାଙ୍କା ଗୁଳିଚାଳନା କରିଥିବା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ଦଳ ପକ୍ଷରୁ କୋମନା ଥାନାରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି l
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଗତ ରାତିରେ କୋମନାରେ ଶାସକ ଦଳର କୋରାପୁଟ ବିଧାୟକ ଶ୍ରୀ ମାଛଙ୍କ ପିଏସଓ ବିନା କାରଣରେ ରାସ୍ତା ଉପରେ ଫାଙ୍କା ଗୁଳିଚାଳନା କରିଥିଲେ | ଦଳ କହିଛି ଯେ ଏଭଳି ଗୁଳିଚାଳନା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବା ସହ ଲୋକ ଆତଙ୍କିତ ଅଛନ୍ତି | କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ନିର୍ବାଚନ ପାଇ ଆସିଥିବା ବିଧାୟକଙ୍କୁ ଏହି ଅଞ୍ଚଳରୁ ବାହାର କରିବା ସହ ତାଙ୍କ ନାମରେ ମାମଲା ରୁଜୁ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |
ଆହୁରି ପଢନ୍ତୁ: Stampede At Andhra Temple: ବେଶୀ ଦୂର ନୁହେଁ ମ, ଓଡିଶାରୁ ମାତ୍ର ୧୫ କିଲୋମିଟର ଦୂରତାରେ ଘଟିଛି ଦଳାଚକଟା
ଏନେଇ କଂଗ୍ରେସ ଦଳ ପକ୍ଷରୁ କୋମନା ଥାନାରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି l ଏନେଇ କୋମନା ଥାନା ଆଇଆଇସି ରଶ୍ମିତା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାତିରେ ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଏନେଇ କୋମନା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/11/01/firing-2025-11-01-21-44-39.jpg)