ପ୍ରଭାସଙ୍କ ଆଗରେ ହ୍ରିତିକ କିଛି ନୁହନ୍ତି; ଜାଣନ୍ତୁ କାହିଁକି ଏଭଳି କହିଲେ ଅଲ୍ଲୁ ଅର୍ଜୁନ

ଅଲୁ ଅର୍ଜୁନ, ହ୍ରିତିକ ରୋଶନ ଏବଂ ପ୍ରଭାସଙ୍କୁ ମଧ୍ୟରେ ତୁଳନା କରିଥିବାର ଏକ ପୁରୁଣା ଭିଡିଓ ଭାଇରାଲ। ପ୍ରଭାସଙ୍କ ଆଗରେ ହ୍ରିତିକ କିଛି ନୁହନ୍ତି ବୋଲି କହିଥିଲେ ଅଲ୍ଲୁ ଅର୍ଜୁନ।

Allu Arjun's video clip has gone viral.

ମୁମ୍ବାଇ: ସୋସିଆଲ ମିଡିଆରେ ଅଧିକ ଲୋକପ୍ରିୟ ଥିବା ସେଲିବ୍ରିଟିଙ୍କ ଏକ ତାଲିକା ପ୍ରକାଶ କରିଛି ଅରମାକ୍ସ ମିଡିଆ। ଏହି ତାଲିକାରେ ଉଲ୍ଲେଖ କରାଯାଇଥିବା ଶ୍ରେଷ୍ଠ ୧୦ ନାମ ମଧ୍ୟରୁ ୭ଜଣ ସାଉଥ ସୁପରଷ୍ଟାର ଏବଂ ବାକି କେବଳ ୩ଜଣ ବଲିଉଡ ଅଭିନେତା ଥିବା ଦେଖାଯାଇଛି। ୧୦ଜଣକ ମଧ୍ୟରେ ରହିଛନ୍ତି, ପ୍ରଭାସ, ବିଜୟ, ଶାହରୁଖ ଖାନ୍, ମହେଶ ବାବୁ, ଜୁନିଅର ଏନଟିଆର, ଅକ୍ଷୟ କୁମାର, ଅଲୁ ଅର୍ଜୁନ, ସଲମାନ ଖାନ, ରାମ ଚରଣ ଏବଂ ଶେଷରେ ଅଜିତ କୁମାର।

ଏହି ତାଲିକା ଆସିବା ପରେ ଏବେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ପୁରୁଣା ହୋଇଥିବା ବେଳେ ଏଥିରେ ସେ ହ୍ରିତିକ ରୋଶନଙ୍କୁ ପ୍ରଭାସଙ୍କ ସହ ମଧ୍ୟରେ ତୁଳନା କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ନିଜ ନିଜର ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ଭିଡିଓରେ ଅଲ୍ଲୁ ଅର୍ଜୁନ କହୁଛନ୍ତି ଯେ,ସମସ୍ତଙ୍କ ମଧ୍ୟରୁ ନମ୍ବର ୱାନ ହେଉଛନ୍ତି ପ୍ରଭାସ। ‌ଏସଏସ ରାଜାମୌଲି ଯେମିତି କହିଥିଲେ ଯେ, ପ୍ରଭାସଙ୍କ ଆଗରେ ହ୍ରିତିକ କିଛି ନୁହନ୍ତି। ଏହା ସମ୍ପୂର୍ଣ୍ଣ ସତ। ଏହା ଶୁଣି ପ୍ରଭାସ ହସୁଥିବା ଦେଖିବାକୁ ମିଳିଛି।

ତେବେ ଏହି ଭିଡିଓ ଦେଖି କିଛି ଲୋକ ଅଲ୍ଲୁ ଅର୍ଜୁନଙ୍କୁ ସମର୍ଥନ କରୁଥିବା ବେଳେ କିଛି ସହମତ ନଥିବା କହିଛନ୍ତି। ହ୍ରିତିକଙ୍କ ସହ ତୁଳନା କରିବା ଭୁଲ ବୋଲି କିଛି ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe