ଆମାଜନ୍‌ ଡେଲିଭରି ବୟଙ୍କ ନାମରେ ଗ୍ରାହକଙ୍କୁ ଠକିଥିବା ଅଭିଯୋଗ, ବରାଦ ହୋଇଥିବା ଫୋନ୍‌କୁ ଅନ୍ୟ ଜଣଙ୍କୁ ବିକିଦେଲେ

Advertisment
ଆମାଜନ୍‌ ଡେଲିଭରି ବୟଙ୍କ ନାମରେ ଗ୍ରାହକଙ୍କୁ ଠକିଥିବା ଅଭିଯୋଗ, ବରାଦ ହୋଇଥିବା ଫୋନ୍‌କୁ ଅନ୍ୟ ଜଣଙ୍କୁ ବିକିଦେଲେ

www.indiatoday.in

ନୂଆଦିଲ୍ଲୀ: ଜଣେ ଆମାଜନ୍‌ ୨୨ ବର୍ଷିଅ ଡେଲିଭରି ବୟଙ୍କ ନାମରେ ଗ୍ରାହକଙ୍କୁ ଠକିଥିବା ଅଭିଯୋଗ ଆସିଛି। ଜଣେ ଗ୍ରାହକ ବରାଦ କରିଥିବା ଏକ ଫୋନ୍‌ ତାଙ୍କୁ ଦେବା ବଦଳରେ ଡେଲିଭରି ବୟ ଜଣକୁ ତାହାକୁ ଅନ୍ୟ ଜଣଙ୍କୁ ବିକ୍ରି କରିଥିବା ଜାଣିବାକୁ ମିଳିଛି। ଗ୍ରାହକ ଜଣକ ଯେତେବେଳେ ତାଙ୍କୁ ପଚାରିଲେ ସେ ଉତ୍ତର ଦେଲେ କି ତାଙ୍କ ବରାଦ ବାତିଲ୍‌ ହୋଇଯାଇଛି ଓ ତାଙ୍କୁ ଫୋନ୍‌ ପରେ ମିଳିବ।

ଅଭିଯୋଗ ଆସିବା ପରେ ପୁଲିସ୍‌ ଉକ୍ତ ଫୋନ୍‌କୁ ଅନ୍ୟ ଜଣଙ୍କ ନିକଟରୁ ଜବତ କରିଛି। ଡେଲିଭରି ବୟ ଜଣକ ଅନ୍ୟ ଜଣେ ଗ୍ରାହକଙ୍କଠାରୁ ନଗଦ ଟଙ୍କା ନେଇ ଫୋନ୍‌ ବିକ୍ରି କରି ଦେଇଥିବା ଜାଣିବାକୁ ମିଳିଛି।

ଦିଲ୍ଲୀ ପୁଲିସ୍‌ ଡେଲିଭରି ବୟଙ୍କ ନାମରେ ଗ୍ରହଣ କରିଥିବା ଅଭିଯୋଗରେ ଅଭିଯୋଗକାରୀ ଲେଖିଛନ୍ତି ଯେ ସେ ଆମାଜୋନ୍‌ରେ ଏକ ଫୋନ୍‌ ବରାଦ ଦେଇଥିଲେ। ଆମାଜନ୍‌ର ଜଣେ ଡେଲିଭରି ବୟ ଅକ୍ଟୋବର ୨ ତାରିଖରେ କିଡ୍‌ୱାଇ ନଗରରେ ଥିବା ତାଙ୍କ ବ‌ାସଭବନକୁ ଆସି ତାଙ୍କ ବରାଦ ବାତିଲ୍‌ ହୋଇଯାଇଛି ବୋଲି କହିଥିଲେ। ‌ତାଙ୍କ ଫୋନ୍‌ ତାଙ୍କୁ ଶୀଘ୍ର ମିିଳିବ ବୋଲି ମଧ୍ୟ ବାଳକ ଜଣକ ତାଙ୍କୁ କହିଥିଲେ।

ଯେତେବେଳେ ଆମାଜନ ସାଇଟରେ ଏହା ଯାଞ୍ଚ କରାଯାଇଥିଲା, ସେ ମୋବାଇଲ୍‌ଟିକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଦେଇଛନ୍ତି ବୋଲି କହିଥିଲେ ଡେଲିଭରି ବୟ। ଯେତେବେଳେ ଫୋନ୍‌ ନପାଇ ପୂର୍ବରୁ ଅନ୍‌ଲାଇନ୍‌ ଯୋଗ‌େ ପୈଠ କରିଥିବା ଟଙ୍କା ଫେରସ୍ତ ପାଇଁ ଅଭିଯୋଗକାରୀ ଆମାଜନ ସହ ଯୋଗାଯୋଗ କରିଥିଲେ, କମ୍ପାନି ତାଙ୍କୁ କହିଥିଲା ​​ଯେ ସେମାନଙ୍କ ତଦନ୍ତରୁ ଜଣାପଡ଼ିଛି ଯେ ଫୋନ୍ ତାଙ୍କୁ ପୂର୍ବରୁ ଦିଆଯାଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe