ପହଞ୍ଚିପାରିଲାନି ଆମ୍ବୁଲାନ୍ସ: ପୁଣି ଥରେ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

Advertisment

ଭଲ ରାସ୍ତା ନଥବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ। ଫଳରେ ପୁଣିଥରେ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଏକ ଚିତ୍ର ଆସିଛି ସ୍ୱାଭିମାନ ଅଞ୍ଚଳରୁ। 

ଭଲ ରାସ୍ତା ନଥବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ। ଫଳରେ ପୁଣିଥରେ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଏକ ଚିତ୍ର ଆସିଛି ସ୍ୱାଭିମାନ ଅଞ୍ଚଳରୁ। 

ଆସିଲାନି ୧୦୮ ଆମ୍ବୁଲାନ୍‌ସ:ବୃଦ୍ଧଙ୍କ ଜୀବନ ଗଲା

ମାଲକାନଗିରି: ଭଲ ରାସ୍ତା ନଥବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ। ଫଳରେ ପୁଣିଥରେ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଏକ ଚିତ୍ର ଆସିଛି ସ୍ୱାଭିମାନ ଅଞ୍ଚଳରୁ। 

ବଡ଼ପଦର ପଞ୍ଚାୟତ ସ୍ଥିତ ସମରରାଙ୍ଗନୀ ଗ୍ରାମର ଶାନ୍ତମା ଖରାଙ୍କୁ ଗର୍ଭଯନ୍ତ୍ରଣା ହୋଇଥିଲ । ସ୍ୱାମୀ ଆଦୁ ଖରା ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ। ହେଲେ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ମୁନା ହରିଜନ ଓ କିଛି ସମର୍କୀୟମାନେ ମିଶି ଷ୍ଟ୍ରେଚରରେ ଦୁଇ କିଲୋମିଟର ୧୦୮ ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ପରେ ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା। ଗର୍ଭବତୀ ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe