ମେଢ ବିସର୍ଜନ ବେଳେ ୪୦ ମିନିଟ ଅଟକିଲା ଆମ୍ବୁଲାନ୍ସ

Advertisment

ମେଢ ବିସର୍ଜନ ବେଳେ ୪୦ ମିନିଟ ଅଟକିଲା ଆମ୍ବୁଲାନ୍ସ` ଡିଜେ ବାଜ ଯୋଗୁଁ ଶଭୁ ନଥିଲାବେଳେ ପୁଲିସ ନଜରରେ ପଡିବା ଵେଳକୁ ବହୁ ସମୟ ହୋଇଯାଇଥିଲା। ଯାହାଫଳରେ କି ଆମ୍ବୁଲାନ୍ସଟିକୁ ପ୍ରାୟ ୪୦ ମିନିଟ ପରେ ଯାଇଥିଲା। ରାସ୍ତା ଜାମ ହଟାଇବା ପାଇଁ ପୁଲିସ ନାକେଦମ ହୋଇଯାଇଥିଲା।

Updated On

ମେଢ ବିସର୍ଜନ ବେଳେ ୪୦ ମିନିଟ ଅଟକିଲା ଆମ୍ବୁଲାନ୍ସ` ଡିଜେ ବାଜ ଯୋଗୁଁ ଶଭୁ ନଥିଲାବେଳେ ପୁଲିସ ନଜରରେ ପଡିବା ଵେଳକୁ ବହୁ ସମୟ ହୋଇଯାଇଥିଲା। ଯାହାଫଳରେ କି ଆମ୍ବୁଲାନ୍ସଟିକୁ ପ୍ରାୟ ୪୦ ମିନିଟ ପରେ ଯାଇଥିଲା। ରାସ୍ତା ଜାମ ହଟାଇବା ପାଇଁ ପୁଲିସ ନାକେଦମ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
ଆମ୍ବୁଲାନ୍‌ସରେ ଯିବେ କଏଦୀ

ସୋର: ବାଲେଶ୍ଵର ଜିଲ୍ଲା ଖଇରା ବଜାରରୁ ଚାଲିଥିଲା ଗଣେଶ ମେଢ ବିସର୍ଜନ ପାଇଁ ଶୋଭାଯାତ୍ରା । ଦୁଇଟି ମେଢ ଆଗପଛ ହୋଇ ଚାଲୁଥିଲା ବେଳେ ପାରମ୍ପରିକ ବାଦ୍ୟଯନ୍ତ୍ରର ନାଚଗୀତ ତାଳେ ସହିତ ଡିଜେ ମଧ୍ୟ ଵାଜୁଥିଲା। ପୁଲିସ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। ହଠାତ ଆମ୍ବୁଲାନ୍ସ  ଖଇରା ମେଡ଼ିକାଲରୁ ରୋଗୀ ନେଇ ଭଦ୍ରକ ଯାଉଥିଲା ,ହେଲେ ପୋଷ୍ଟ ଅଫିସ ଛକ ନିକଟରେ ଆମ୍ବୁଲାନ୍ସ ଆଉ ଆଗକୁ ଗଡି ପାରିନଥିଲା। ଆମ୍ବୁଲାନ୍ସ ସାଇରନ ବାଜୁଥାଏ ,କିନ୍ତୁ ଡିଜେ ବାଜ ଯୋଗୁଁ ଶଭୁ ନଥିଲାବେଳେ ପୁଲିସ ନଜରରେ ପଡିବା ଵେଳକୁ ବହୁ ସମୟ ହୋଇଯାଇଥିଲା। ଯାହାଫଳରେ କି ଆମ୍ବୁଲାନ୍ସଟିକୁ ପ୍ରାୟ ୪୦ ମିନିଟ ପରେ ଯାଇଥିଲା। ରାସ୍ତା ଜାମ ହଟାଇବା ପାଇଁ ପୁଲିସ ନାକେଦମ ହୋଇଯାଇଥିଲା।

ସେହିପରି ଆମ୍ବୁଲାନ୍ସଟି ଗଲାପରେ ୟୁକୋ ବ୍ୟାଙ୍କ ନିକଟ ସରକାରୀ ମଦ ଦୋକାନ ରାସ୍ତାରେ ହଠାତ ଗଣ୍ଡଗୋଳ ହୋଇଥିଲା । ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀଣୀ ମୌସୁମୀ ମହାନ୍ତି ସଦଳବଳେ ପହଞ୍ଚିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ଅଣଆୟତ୍ତ ହୋଇଥିଲା । କିଛି ସମୟପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲାବେଳେ ଭସାଣୀବେଳେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ପୁଲିସ  ଦୁର୍ବଳ ଥିବାର ଅଭିଯୋଗ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe