ବରିଷ୍ଠ କ୍ୟାବିନେଟ୍‌ ପାହ୍ୟା ପାଇ ପାରନ୍ତି ଅମିତ ଶାହା

Advertisment
ବରିଷ୍ଠ କ୍ୟାବିନେଟ୍‌ ପାହ୍ୟା ପାଇ ପାରନ୍ତି ଅମିତ ଶାହା

Image Source: Hindustan Times

ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ ଟିମ୍‌ ସଂକ୍ରାନ୍ତରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେଥିରୁ ଗୋଟିଏ ହେଲା ବିଜେପି ମୁଖ୍ୟ ଅମିତ ଶାହା ଏଥିରେ ସାମିଲ ହେବେ ନା, ନାହିଁ।

ମନ୍ତ୍ରାଳୟ ଗଠନ ସଂକ୍ରାନ୍ତରେ କୌଣସି ଔପଚାରିକ ଆଲୋଚନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିଲେ ବି ଦଳୀୟସୂତ୍ରରୁ ପ୍ରକାଶ ଯେ ଶାହାଙ୍କୁ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ। ସେ ଆଣିଥିବା ପରିବର୍ତ୍ତନ ଯୋଗୁଁ ବିଜେପିର ବିଜୟ ପଥ ସୁଗମ ହୋଇପାରିଛି। ତାଙ୍କୁ କ୍ୟାବିନେଟ୍‌କୁ ନେଲେ ତାଙ୍କ ପରି ଜଣେ ଫଳପ୍ରଦ ବ୍ୟକ୍ତି ବିଜେପି ପାଇଁ ମିଳିବେ କି, ନାହିଁ ସନ୍ଦେହ ବୋଲି ଆଲୋଚନା ହେଉଛି।

ମେଣ୍ଟରେ ଥିବା ଶିବ ସେନା, ଜେଡି (ୟୁ), ଏଲ୍‌ଜେପି, ଅକାଳି ଦଳ ଏବଂ ଅପ୍‌ନା ଦଳ ମଧ୍ୟ ଯୋଗ ଦେବେ। କିନ୍ତୁ, ବିଜେପି ସ୍ପଷ୍ଟ ବହୁମତ ପାଇଥିବାରୁ ପ୍ରଥମ ପାଳି ପରି ସବୁ ଗୁରୁତ୍ୱପୂର୍ଣ୍ଣ ପଦବୀ ନିଜେ ରଖିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe