ନବୀନଙ୍କ ପରେ କଟକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍‌ ସୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଲେ

Advertisment
ନବୀନଙ୍କ ପରେ କଟକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍‌ ସୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଲେ

କଟକ: କଟକରେ ବୁଧବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରୋଡ ସୋ’ କରିଛନ୍ତି । ଅମିତ ଶାହାଙ୍କ ରୋଡ୍‌ ସୋ ଦରଘା ବଜାରରୁ ଆରମ୍ଭ ହୋଇ ଚୌଧୁରୀ ବଜାର ଓ ଚଣ୍ଡୀମନ୍ଦିର ଯାଏଁ ହୋଇଥିବା ଜଣାପଡ଼ିଛି। ଶାହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । କଟକବାସୀ ନିଶ୍ଚୟ ବିଜେପିଙ୍କୁ ଭୋଟ ଦେବେ ବୋଲି ଅମିତ ଶାହା ଆଶାବାଦୀ ଅଛନ୍ତି। ଏହି ରୋଡ ସୋ’ରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ସାମିଲ ଅଛନ୍ତିି।

ତେବେ କଟକରେ ରାତି ଯେତିକି ବଢ଼ୁଛି ରାଜନୀତି ତାତି ସେତିକି ବଢ଼ୁଥିବା କଥା କୁହାଯାଉଛି। ଗୋଟିଏ ଦିନରେ କଟକରେ ଦୁଇ ଜଣ ହେଭିେଓ୍ଵଟ ନେତାଙ୍କ ନିର୍ବାଚନ ପ୍ରଚାର ବେଶ୍‌ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ ବିଜେପିର ଗେରୁଆ ରଙ୍ଗ ଛାଇ ଥିବା ବେଳେ ଅନ୍ୟପଟେ ବିଜେଡିର ସବୁଜ ରଙ୍ଗ ଦେଖିବାକୁ ମିଳୁଛି।

ଆଜି ନବୀନ ହାଇଟେକ ବସ୍‌ରେ ବସି କଟକର ସିଡିଏ ସେକ୍ଟର ୬,୭ ଓ ୮, ସତୀଚଉରା ଦେଇ ଚଣ୍ଡୀଛକ ଆଦି ସ୍ଥାନରେ ଦଳୀୟପ୍ରାଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ମା’ ଚଣ୍ଡୀଙ୍କ ଦର୍ଶନ ପରେ ସେ ବକ୍ସି ବଜାର ବାରବାଟି ଷ୍ଟାଡିୟମ ଓ ରିଙ୍ଗରୋଡ ଦେଇ ଭୁବନେଶ୍ୱର ଗସ୍ତରେ ବାହାରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe