Amitabh’ and Rekha: ଅମିତାଭ ନିଜ ରାଜନୈତିକ ଇଚ୍ଛାକୁ ପୂରଣ କରିବାକୁ ଯାଇ ପ୍ରେମକୁ ଦେଇଥିଲେ ବଳି: ରେଖାଙ୍କ ସାଙ୍ଗ

Advertisment

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଘନିଷ୍ଠ ବନ୍ଧୁ ବିନା ରମାନି ଏକ ସାକ୍ଷାତକାରରେ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରେଖା ଅମିତାଭଙ୍କୁ ନିଜର ଭାବୁଥିଲେ ଏବଂ ସେ ଚାହୁଁଥିଲେ ଯେ ଅମିତାଭ ତାଙ୍କୁ ସର୍ବସାଧାରଣରେ ଗ୍ରହଣ କରନ୍ତୁ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଘନିଷ୍ଠ ବନ୍ଧୁ ବିନା ରମାନି ଏକ ସାକ୍ଷାତକାରରେ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରେଖା ଅମିତାଭଙ୍କୁ ନିଜର ଭାବୁଥିଲେ ଏବଂ ସେ ଚାହୁଁଥିଲେ ଯେ ଅମିତାଭ ତାଙ୍କୁ ସର୍ବସାଧାରଣରେ ଗ୍ରହଣ କରନ୍ତୁ

5d36cc92-96ac-42b2-b1e4-ff6fc26dbb47

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଘନିଷ୍ଠ ବନ୍ଧୁ ବିନା ରମାନି ଏକ ସାକ୍ଷାତକାରରେ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରେଖା ଅମିତାଭଙ୍କୁ ନିଜର ଭାବୁଥିଲେ ଏବଂ ସେ ଚାହୁଁଥିଲେ ଯେ ଅମିତାଭ ତାଙ୍କୁ ସର୍ବସାଧାରଣରେ ଗ୍ରହଣ କରନ୍ତୁ। କିନ୍ତୁ ଅମିତାଭଙ୍କ ଠାରୁ କୌଣସି ଉତ୍ତର ନପାଇବାରୁ ଶେଷରେ ରେଖା ଜଣେ ଶିଳ୍ପପତିଙ୍କୁ ବିବାହ କରିଥିଲେ । 

ଏକ ସାମ୍ପ୍ରତିକ ସାକ୍ଷାତକାରରେ ଡିଜାଇନର ବିନା ରମାନି ଅମିତାଭ ଏବଂ ରେଖାଙ୍କ ସମ୍ପର୍କ ବିଷୟରେ କହିଛନ୍ତି। ବିନା ରେଖାଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିଲେ। ସେ ତାଙ୍କ ସାକ୍ଷାତକାରରେ କହିଥିଲେ ଯେ, ରେଖା ସବୁସମୟରେ ଅମିତାଭ ବଚ୍ଚନ ସହ ତାଙ୍କର ଥିବା ସଂପର୍କକୁ ସର୍ବସମ୍ମୁଖରେ ଜଣାଇବାକୁ ଚାହୁଁଥିଲେ। କିନ୍ତୁ ଅମିତାଭ ନିଜ ରାଜନୈତିକ କ୍ୟାରିୟର ଯୋଗୁଁ ରେଖାଙ୍କ ସହ ଥିବା ନିଜ ସଂପର୍କକୁ ସାର୍ବଜନୀନ ହେବାକୁ ଦେଇ ନଥିଲେ।

ଆହୁରି ପଢନ୍ତୁ: Landrover Village: ଏହି ଗାଁରେ ସମସ୍ତଙ୍କ ଘରେ ଅଛି ଏକାଧିକ ଲ୍ୟାଣ୍ଡରୋଭର, ଭଡାରେ ଲଗାନ୍ତି ଦାମୀ କାର

ମଜବୁତ ଥିଲା ଅମିତାଭ ଏବଂ ରେଖାଙ୍କ ସଂପର୍କ 
ଅମିତାଭ ବଚ୍ଚନ ଏବଂ ରେଖାଙ୍କ ସମ୍ପର୍କ ବିଷୟରେ କହିବାକୁ ଯାଇ ବିନା କହିଛନ୍ତି ଯେ, "ଯେତେବେଳେ ମୁଁ ରେଖାଙ୍କୁ ଭେଟିଥିଲି, ସେ ଅମିତାଭ ବଚ୍ଚନଙ୍କୁ ତାଙ୍କ ଦୁନିଆ ବୋଲି ଭାବୁଥିଲେ।" ଯେତେବେଳେ ରେଖା ଅମିତାଭଙ୍କୁ ଭଲ ପାଉଥିଲେ କି ନାହିଁ ବୋଲି ବିନାଙ୍କୁ ପଚରାଗଲା ସେତେବେଳେ ସେ ଦୁହେଁ ଦୁହିଁଙ୍କ ଆତ୍ମାକୁ ଭଲପାଉଥିଲେ ବୋଲି କହିବା ସହ, ସେମାନଙ୍କ ଭିତରେ ଏକ ଭିନ୍ନ ପ୍ରକାର ଯୋଗାଯୋଗ ରହିଥିଲା ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe