ଏହି କାରଣରୁ ନିଜ ପତ୍ନୀଙ୍କ ପ୍ଲାଷ୍ଟିକ୍‌ ସର୍ଜରି କରିବାକୁ ଚାହୁଁଥିଲେ କେବିସି ପ୍ରତିଯୋଗୀ, ଏପରି ନକହିବାକୁ ପରାମର୍ଶ ଦେଲେ ବିଗ୍‌ ବି

Advertisment
ଏହି କାରଣରୁ ନିଜ ପତ୍ନୀଙ୍କ ପ୍ଲାଷ୍ଟିକ୍‌ ସର୍ଜରି କରିବାକୁ ଚାହୁଁଥିଲେ କେବିସି ପ୍ରତିଯୋଗୀ, ଏପରି ନକହିବାକୁ ପରାମର୍ଶ ଦେଲେ ବିଗ୍‌ ବି

www.canindia.com

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ଦେଶର ବଡ଼ ରିୟାଲିଟି ‌ସୋ ‘କୌନ ବନେଗା କରୋଡ଼ପତି’ରେ ଅନେକ ମଜା ମଜା ଘଟଣା ସବୁ ଦେଖିବାକୁ ମିଳିଥାଏ। ଏହି ସୋ’ରେ ଭାଗ ନେଉଥିବା ଅଂଶଗ୍ରହଣକାରୀମାନଙ୍କୁ ବିଗ୍‌ ସବୁବେଳେ ଏକ ସାଧାରଣ ପ୍ରଶ୍ନ ପଚାରି ଥାଆନ୍ତି। ପ୍ରଶ୍ନଟି ହେଉଛି, ‘କେବିସି’ରୁ ଜିତିବା ଟଙ୍କା ନେଇ ଆପଣ କ’ଣ କରିବେ।

ନିକଟରେ ବି ଏକ ସୋ’ରେ ବିଗ୍‌ ବି ସମାନ ପ୍ରଶ୍ନ ପଚାରିଥିଲେ। ମାତ୍ର ପ୍ରତିଭାଗୀଙ୍କ ଉତ୍ତର ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଚମକି ପଡ଼ିଥିଲେ। ଏପରି କଥା ଆଉ କେବେ ନକହିବାକୁ ବିଗ୍‌ ବି ଅଂଶଗ୍ରହଣକାରୀଙ୍କୁ ନିବେଦନ କରିଥିଲେ।

ଅଂଶଗ୍ରହଣକାରୀ ଜଣକ ମଞ୍ଚ ଉପରେ ସେ ଜିତିିଥିବା ଟଙ୍କାରେ ନିଜ ପତ୍ନୀଙ୍କ ପ୍ଲାଷ୍ଟିକ୍‌ ସର୍ଜରି କରିବେ ବୋଲି କହିଥିଲେ। ସେ ଆହୁରି ବି କହିଥି‌ଲେ କି ଦୀର୍ଘ ୧୫ ବର୍ଷ ହେବ ସେହି ସମାନ ଚେହେରା ସେ ଦେଖଇ ଆସୁଛନ୍ତି। ସେହି ଚେହେରାରେ ପରିବର୍ତ୍ତନ ଆଣିବାକୁ ତାଙ୍କ ପତ୍ନୀଙ୍କର ସେ ପ୍ଲାଷ୍ଟିକ୍‌ ସର୍ଜରି କରିବାକୁ ଚାହାନ୍ତି।

publive-image News Brig

"କେବିସି" ସିଜନ ୧୨ର ପ୍ରତିଭାଗୀ କୋଶଲେନ୍ଦ୍ର ସିଂ ତୋମାରଙ୍କର ଏହି କଥା ଶୁଣା ଆଶ୍ଚର୍ଯ୍ୟଚକିତ ହୋଇ ପଡ଼ିଥିଲେ ହୋଷ୍ଟ୍‌ ଅମିତାଭ ବଚ୍ଚନ। ତାପରେ କୋଶଲେନ୍ଦ୍ର କହିଥିଲେ କି ସେ ଏହି କଥା ମଜାରେ କହିଛନ୍ତି ବୋଲି। ମଜାରେ ବି ଏପରି କଥା କୁହାଯିବା ଉଚିତ ନୁହେଁ ବୋଲି କୋଶଲେନ୍ଦ୍ରଙ୍କୁ ପରାମର୍ଶ ଦେଇଥିଲେ ବିଗ୍‌ ବି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମଧ୍ୟପ୍ରଦେଶ ଜଣେ ଗ୍ରାମ ପଞ୍ଚାୟତ ସଚିବ ଥିବା କୋଶଲେନ୍ଦ୍ର ସିଂ ତୋମାର କେବିସିରେ ଖେଳି କରି ୪୦ ହଜାର ଟଙ୍କା ଜିତଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe