ନୂଆଦିଲ୍ଲୀ: ବର୍ଷାଦିନରେ ମଶାଙ୍କ ପ୍ରଜନନ ପାଇଁ ସବୁଠାରୁ ଅନୁକୂଳ ସମୟ ହୋଇଥାଏ ବୋଲି କୁହାଯାଏ। ଏହି ସମୟରେ ମଶା ଏବଂ ସେମାନଙ୍କ ଦ୍ବାରା ହେଉଥିବା ରୋଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥାଏ।
ବର୍ଷା ଦିନ ଆରମ୍ଭ ହେବା ଦିନ ଠାରୁ ଡେଙ୍ଗୁ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ବିଏମସି (ବୃହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍) ଅନୁଯାୟୀ, ଜୁନ୍ ଏବଂ ଜୁଲାଇ ତୁଳନାରେ ଅଗଷ୍ଟ ପ୍ରଥମ ଦୁଇ ସପ୍ତାହରେ ଡେଙ୍ଗୁ, ଚିକନଗୁନିଆ ଏବଂ ଲେପ୍ଟୋସ୍ପାୟରୋସିସ୍ ରୋଗ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।
ମୁମ୍ବାଇରେ ମଶା ବୃଦ୍ଧି ପାଉଥିବା ଘଟଣାକୁ ଗମ୍ଭୀରତା ସହ ନେଇ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏହାର ସମାଧାନ ପାଇଁ ଏକ ପରାମର୍ଶ ଦେଇଛନ୍ତି। ମଶାକୁ ଦୂର କରିବା ପାଇଁ ଶିଳ୍ପପତି ଚାଇନାର ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ମହିନ୍ଦ୍ରା ନିଜ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଚାଇନାର ଇଲେକ୍ଟ୍ରୋନିକ୍ ଉପକରଣର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ମୁମ୍ବାଇରେ ବଢ଼ୁଥିବା ଡେଙ୍ଗୁ ମାମଲାକୁ ଦେଖି ମୁଁ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଏହି ଛୋଟିଆ ତୋପକୁ କେମିତି ହାସଲ କରାଯାଇ ପାରିବ। ଯାହାକି ମଶାକୁ ଖୋଜି ତାହାକୁ ନଷ୍ଟ କରି ପାରିବ। ଆପଣଙ୍କ ଘର ପାଇଁ ଏହା ଏକ ଲୁହାର ଗମ୍ଭୁଜ।
Follow Us