ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କୁ ଲେଖିଲେ ଚନ୍ଦ୍ରବାବୁ ନାଇଡୁ

Advertisment
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କୁ ଲେଖିଲେ ଚନ୍ଦ୍ରବାବୁ ନାଇଡୁ

Opindia

ଅମରାବତୀ: ରାଜ୍ୟ ସରକାରଙ୍କ ପରାମର୍ଶ ବିନା ଆନ୍ଧ୍ରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ରାଜ୍ୟର ଗୁଇନ୍ଦା ବିଭାଗର ସାଧାରଣ ନିର୍ଦ୍ଦେଶକ(ଡିଜି), ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଏବଂ ମୁଖ୍ୟ ସଚିବ ଆଦିଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାକୁ ବଦଳି କରିଛନ୍ତି ବୋଲି ଦର୍ଶାଇ ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି) ପକ୍ଷରୁ ଗୁରୁବାର ସିଇଓଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଉଡୁ ନିର୍ବାଚନ କମିସନଙ୍କୁ ଏ ସଂପର୍କରେ ଏକ ଚିଠି ଲେଖି ଜଣାଇଛନ୍ତି ଯେ ‘ଡିଜି ହୁଅନ୍ତୁ, ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ହୁଅନ୍ତୁ ବା ସଚିବ ହୁଅନ୍ତୁ ଏ ସଭିଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ ବିନା ହିଁ ନିର୍ବାଚନ ଅଧିକାରୀ ବଦଳି କରି ଦେଇଛନ୍ତି।’

publive-image ANI

ଅନ୍ୟପକ୍ଷେ, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରାଜ୍ୟର ପ୍ରଶାସନିକ ଦେଖାଶୁଣା କରିବା ଅଧିକାର ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ବାରମ୍ବାର ମତ ରଖି କହିଛନ୍ତି କି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଭାଗକୁ ସମୀକ୍ଷା କରିବାର ଅଧିକାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe