ଷ୍ଟାଲିନ ତୁମେ କେତେ ବଡ ମୂର୍ଖ: ଅନ୍ନାମଲାଇ

Advertisment

ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ଏକ୍ସରେ ଲେଖିଛନ୍ତି, "ତାମିଲନାଡୁ ସରକାରଙ୍କ ୨୦୨୫-୨୬ ବଜେଟରୁ ଟଙ୍କା ପ୍ରତୀକକୁ ହଟାଇ ଦେଇଛନ୍ତି, ଯାହାକୁ ଜଣେ ତାମିଲ ବ୍ୟକ୍ତି ଡିଜାଇନ୍ କରିଥିଲେ ଏବଂ ସମଗ୍ର ଭାରତ ଏହାକୁ ଗ୍ରହଣ କରିଥିଲା ।

ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ଏକ୍ସରେ ଲେଖିଛନ୍ତି, "ତାମିଲନାଡୁ ସରକାରଙ୍କ ୨୦୨୫-୨୬ ବଜେଟରୁ ଟଙ୍କା ପ୍ରତୀକକୁ ହଟାଇ ଦେଇଛନ୍ତି, ଯାହାକୁ ଜଣେ ତାମିଲ ବ୍ୟକ୍ତି ଡିଜାଇନ୍ କରିଥିଲେ ଏବଂ ସମଗ୍ର ଭାରତ ଏହାକୁ ଗ୍ରହଣ କରିଥିଲା ।

କ୍ୟାମେରା ସମ୍ମୁଖରେ ସାମ୍ବାଦିକାଙ୍କ ଉପରେ ବିରକ୍ତ ହେଲେ ତାମିଲନାଡୁ ‘ବିଜେପି’ ମୁଖ୍ୟ; ଉପସ୍ଥିତ ସାମ୍ବାଦିକଙ୍କ ପ୍ରତିବାଦ

ଚେନ୍ନାଇ: ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାରଙ୍କର ଜାତୀୟ ଶିକ୍ଷା ନୀତି, ସୀମା ନିର୍ଦ୍ଧାରଣ ଏବଂ ତିନି ଭାଷା ସୂତ୍ର ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ନିରନ୍ତର ବିବାଦ ଲାଗିରହିଛି । ତାମିଲନାଡୁର ଡିଏମକେ ସରକାର ତାମିଲନାଡୁ ବଜେଟର ଲୋଗୋରେ ଟଙ୍କାର ପ୍ରତୀକ ପରିବର୍ତ୍ତନ କରିଦେଇଛି । ତାମିଲନାଡୁ ସରକାର ଶୁକ୍ରବାର, ମାର୍ଚ୍ଚ ୧୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟ୍ ସମ୍ପର୍କରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଗୁରୁବାର ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ, ଦେଖାଯାଉଛି ଯେ ବଜେଟ ଲୋଗୋରେ ଟଙ୍କା ₹ ର ସରକାରୀ ପ୍ରତୀକ ବଦଳରେ ତାମିଲ ପ୍ରତୀକ ரூ ବ୍ୟବହାର କରାଯାଇଛି। ତେବେ ଷ୍ଟାଲିନ ସରକାରଙ୍କ ଏହି ମନମୁଖୀ ପରିବର୍ତ୍ତନକୁ ନେଇ ବିଜେପି କଡା ବିରୋଧ କରିଛି |

ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ଏକ୍ସରେ ଲେଖିଛନ୍ତି, "ତାମିଲନାଡୁ ସରକାରଙ୍କ ୨୦୨୫-୨୬ ବଜେଟରୁ ଟଙ୍କା ପ୍ରତୀକକୁ ହଟାଇ ଦେଇଛନ୍ତି, ଯାହାକୁ ଜଣେ ତାମିଲ ବ୍ୟକ୍ତି ଡିଜାଇନ୍ କରିଥିଲେ ଏବଂ ସମଗ୍ର ଭାରତ ଏହାକୁ ଗ୍ରହଣ କରିଥିଲା । ଏହି ପ୍ରତୀକ ଡିଜାଇନ୍ କରିଥିଲେ ପୂର୍ବତନ ଡ଼ିଏମକେ ବିଧାୟକଙ୍କ ପୁଅ ଉଦୟ କୁମାର। ତୁମେ କେତେ ବଡ ମୂର୍ଖ ହୋଇପାର ଏମକେ ଷ୍ଟାଲିନ୍।"

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରି ଲେଖିଛନ୍ତି ଯେ ଜଣେ ଭାରତୀୟ ଶିକ୍ଷାବିତ୍ ଏବଂ ଡିଜାଇନର ଉଦୟ କୁମାର ଧର୍ମଲିଙ୍ଗମ ପୂର୍ବତନ ଡିଏମକେ ବିଧାୟକଙ୍କ ପୁଅ। ସେ କହିଛନ୍ତି, "ଉଦୟ କୁମାର ଭାରତୀୟ ଟଙ୍କାର ପ୍ରତୀକ ଡିଜାଇନ୍ କରିଥିଲେ, ଯାହାକୁ ସାରା ଭାରତରେ ଗ୍ରହଣ କରାଯାଇଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତାମିଲନାଡୁ ବଜେଟ୍ ୨୦୨୫-୨୬ ଡକ୍ୟୁମେଣ୍ଟରୁ ଏହି ପ୍ରତୀକକୁ ହଟାଇ ଦେଇଥିଲେ। ଏହା ତାମିଲମାନଙ୍କ ପ୍ରତି ଅପମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe