ପିଏମ୍ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ବା‌ର୍ଷିକ ଉତ୍ସବ

ପିଏମ୍ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ବା‌ର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ବକ୍ତାଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇଥିଲେ।

ୂର

ବାମନାଳ: ପିଏମ୍ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ବା‌ର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ବକ୍ତାଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଶଙ୍କର ଭୋଇ, ଏନ୍ ଏ ସି ଅଧ୍ୟକ୍ଷା ସଶ୍ମିତା ସାହୁ, ଜିଲ୍ଲା ସହଶିକ୍ଷା ଅଧିକାରୀ ଦ୍ବିତିକାନ୍ତ ପ୍ରଧାନ, ବିଡିଓ ଅଭିଜିତ ଷଡଙ୍ଗୀ, ତହସିଲଦାର ମନୋଜ ପ୍ରଧାନ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ଦାଶ, ଆଲମୁନୀ କମିଟି ସଭାପତି ନାରାୟଣ ମିଶ୍ର, ପରିଚାଳନା କମିଟିର ସଭାପତି ସସୀମା ବେଗମ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ସ୍କୁଲର ଶ୍ରେଣୀଗୃହର ଅଭାବ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ଏବଂ ଶ୍ରେଣୀ ଗୃହ ଗୁଡ଼ିକର ଛାତ ବିପଦସଙ୍କୁଳ ଅବସ୍ଥାରେ ଥିବାର ଅସୁବିଧା ଏବଂ ଏକ ପ୍ରେକ୍ଷାଳୟ ଗୃହ ଅଭାବ ଏବଂ ଖେଳ ପଡ଼ିଆକୁ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ଦୃଷ୍ଟି ଆକଷର୍ଣ କରିଥିଲେ। ଯେଉଁ ସବୁ ଆବଶ୍ୟକତା ବିଦ୍ୟାଳୟର ରହିବ, ସେ ସବୁକୁ ପୁରଣ କରିବା ପାଇଁ ମୋର ପୂର୍ଣ୍ଣ ସହଯୋଗ ରହିବ ବୋଲି ତାଙ୍କ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ଏହାପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିମାପଡା ଇନ୍ଦିରାଗାନ୍ଧୀ ମହିଳା ଡିଗ୍ରୀ କଲେଜ ଏବଂ ଇନ୍ଦିରାଗାନ୍ଧୀ ମହିଳା ଉଚ୍ଚ ବିଦ୍ୟାଳୟରେ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ସ୍ମାର୍ଟ କ୍ଲାସ ରୁମ ଏବଂ ଇ-ଲାଇବ୍ରେରୀକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। 

 ସ୍କୁଲର ବରିଷ୍ଠ ଶିକ୍ଷକ ଜ୍ୟୋତିରଞ୍ଜନ ରଥ ସ୍ବାଗତ ଭାଷଣ ଦେବା ପରେ ଶୁଭମ୍ ମଲ୍ଲିକ ନାମକ ଛାତ୍ର ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧନା କରିଥିଲେ। ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ ନନ୍ଦିତା ସାହୁ ପାଠ କରିଥିଲେ ଏହା ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀମତୀ ସାହୁ ସ୍କୁଲର ଶ୍ରେଣୀଗୃହର ଅଭାବ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ଏବଂ ଶ୍ରେଣୀ ଗୃହ ଗୁଡ଼ିକର ଛାତ ବିପଦସଙ୍କୁଳ ଅବସ୍ଥାରେ ଥିବାର ଅସୁବିଧା ଏବଂ ଏକ ପ୍ରେକ୍ଷାଳୟ ଗୃହ ଅଭାବ ଏବଂ ଖେଳ ପଡ଼ିଆକୁ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ଦୃଷ୍ଟି ଆକଷର୍ଣ କରିଥିଲେ। ଯେଉଁ ସବୁ ଆବଶ୍ୟକତା ବିଦ୍ୟାଳୟର ରହିବ, ସେ ସବୁକୁ ପୁରଣ କରିବା ପାଇଁ ମୋର ପୂର୍ଣ୍ଣ ସହଯୋଗ ରହିବ ବୋଲି ତାଙ୍କ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ଏହାପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିମାପଡା ଇନ୍ଦିରାଗାନ୍ଧୀ ମହିଳା ଡିଗ୍ରୀ କଲେଜ ଏବଂ ଇନ୍ଦିରାଗାନ୍ଧୀ ମହିଳା ଉଚ୍ଚ ବିଦ୍ୟାଳୟରେ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ସ୍ମାର୍ଟ କ୍ଲାସ ରୁମ ଏବଂ ଇ-ଲାଇବ୍ରେରୀକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe