APP raised question: 'ଶିଖ ଗୁରୁ' ବିବାଦରେ ଫୋରେନସିକ୍ ରିପୋର୍ଟ ଉପରେ ବାଚସ୍ପତିଙ୍କୁ ପ୍ରଶ୍ନ କଲା ଆପ୍‌

Advertisment

ଶିଖ ଗୁରୁଙ୍କୁ ଅପମାନ କରାଯିବା ପ୍ରସଙ୍ଗରେ ଆମ୍‌ ଆଦମୀ ପାର୍ଟି ଓ ଦିଲ୍ଲୀ ବିଜେପି ବିବାଦ ତୀବ୍ର ହୋଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶି ଏହି ପ୍ରସଙ୍ଗରେ ବିବାଦରେ ଥିବାବେଳେ ଆମ ଆଦମୀ ପାର୍ଟି (ଆପ୍‌) ଶନିବାର ଭାରତୀୟ ଜନତା ପାର୍ଟି ଉପରେ ତୀବ୍ର ଆକ୍ରମଣ କରିଛି

ଶିଖ ଗୁରୁଙ୍କୁ ଅପମାନ କରାଯିବା ପ୍ରସଙ୍ଗରେ ଆମ୍‌ ଆଦମୀ ପାର୍ଟି ଓ ଦିଲ୍ଲୀ ବିଜେପି ବିବାଦ ତୀବ୍ର ହୋଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶି ଏହି ପ୍ରସଙ୍ଗରେ ବିବାଦରେ ଥିବାବେଳେ ଆମ ଆଦମୀ ପାର୍ଟି (ଆପ୍‌) ଶନିବାର ଭାରତୀୟ ଜନତା ପାର୍ଟି ଉପରେ ତୀବ୍ର ଆକ୍ରମଣ କରିଛି

28b4a1d5-4573-46cd-9f86-5674d83c70fc

ନୂଆଦିଲ୍ଲୀ: ଶିଖ ଗୁରୁଙ୍କୁ ଅପମାନ କରାଯିବା ପ୍ରସଙ୍ଗରେ ଆମ୍‌ ଆଦମୀ ପାର୍ଟି ଓ ଦିଲ୍ଲୀ ବିଜେପି ବିବାଦ ତୀବ୍ର ହୋଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶି ଏହି ପ୍ରସଙ୍ଗରେ ବିବାଦରେ ଥିବାବେଳେ ଆମ ଆଦମୀ ପାର୍ଟି (ଆପ୍‌) ଶନିବାର ଭାରତୀୟ ଜନତା ପାର୍ଟି ଉପରେ ତୀବ୍ର ଆକ୍ରମଣ କରିଛି। ଆପ୍‌ ବିଜେପି ନେତା କପିଲ ମିଶ୍ରାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ଦ୍ୱାରା ଫୋରେନସିକ୍ ରିପୋର୍ଟ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି। ଫୋରେନସିକ୍ ରିପୋର୍ଟ ବିଜେପିର ଅଭିଯୋଗକୁ ସମର୍ଥନ କରେ ନାହିଁ ଏବଂ ଏହା ଧାର୍ମିକ ଭାବନାର ରାଜନୀତିକରଣ କରୁଥିବା ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆପ୍‌ ପ୍ରବକ୍ତା ଅନୁରାଗ ଧଣ୍ଡା କହିଛନ୍ତି ଯେ, ଜଳନ୍ଧର କୋର୍ଟରେ ଦାଖଲ ହୋଇଥିବା ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (ଏଫ୍‌ଏସ୍‌ଏଲ୍‌) ରିପୋର୍ଟରେ ଅତିିଶିି ‘ଗୁରୁ’ ଶବ୍ଦ ବ୍ୟବହାର କରିନଥିବା ଜଣାପଡ଼ିଛି। ସେ ଦାବି କରିଛନ୍ତି ଯେ, ଦିଲ୍ଲୀ ଏଫ୍‌ଏସ୍‌ଏଲ ରିପୋର୍ଟ ମଧ୍ୟ ଏ ସମ୍ପର୍କରେ ନିରବ ରହିଛି।

ଆହୁରି ପଢନ୍ତୁ: Cricket: ୧୯ ବର୍ଷରୁ କମ ବିଶ୍ବକପ୍: ହାତ ମିଳାଇଲେନି ଭାରତ, ବାଂଲାଦେଶ ଅଧିନାୟକ

ଅନ୍ୟପକ୍ଷରେ ଆପ୍ ପ୍ରବକ୍ତା ଧଣ୍ଡା କହିଛନ୍ତି ଯେ, କପିଲ ମିଶ୍ରା ଈଶ୍ୱରଙ୍କ ନିନ୍ଦା କରିଥିବାରୁ ତାଙ୍କୁ ବହିଷ୍କାର କରାଯିବା ଉଚିତ। ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଏଫ୍‌ଏସ୍‌ଏଲ୍ ରିପୋର୍ଟକୁ ସାର୍ବଜନୀନ କରନ୍ତୁ ବୋଲି ଧଣ୍ଡା ଦାବି କରିଥିଲେ। ଏଫ୍‌ଏସ୍‌ଏଲ୍ ରିପୋର୍ଟ ଉପରେ ବାଚସ୍ପତି ଗୁପ୍ତା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିସାରିଥିବାରୁ ଏହାକୁ କାହିଁକି ସାର୍ବଜନୀନ କରୁନାହାନ୍ତି ବୋଲି ଧଣ୍ଡା ପ୍ରଶ୍ନ କରିଥିଲେ। କପିଲ ମିଶ୍ରଙ୍କ ଟ୍ବିଟ୍‌ ଉପରେ ଧଣ୍ଡା ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ, କପିଲ ମିଶ୍ରଙ୍କ ‘ଏକ୍ସ’ ପୋଷ୍ଟ ଧାର୍ମିକ ଭାବନାକୁ ଆଘାତ ଦେଇପାରେ, ତେଣୁ ଏହାକୁ ହଟେଇ ଦେବାର ଆବଶ୍ୟକତା ଥିବା ଜଳନ୍ଧର କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢନ୍ତୁ: Cold Wave: ପୁଣି ଖସିଲା ପାରଦ: ସବୁଠାରୁ କମ୍ ତାପମାତ୍ରା ସହର ଓଡ଼ିଶାର ଦାର୍ଜିଲିଂ 

 କିନ୍ତୁ ବିଜେପି କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ କରୁ ନାହିଁ ବୋଲି ଧଣ୍ଡା ଅଭିଯୋଗ କରିଛନ୍ତି।
ଆପ୍‌ ନେତା ସୌରଭ ଭରଦ୍ବାଜ କପିଲ ମିଶ୍ରାଙ୍କୁ ଦରବାର ସାହେବରେ କ୍ଷମା ପ୍ରାର୍ଥନା କରିବାକୁ ଦୁଇ ଦିନର ସମୟ ହେଇଛନ୍ତି। ପଞ୍ଜାବ ପୁଲିସ ତଦନ୍ତ ନେଇ ଦିଲ୍ଲୀ ବାଚସ୍ପତି ସିବିଆଇ ତଦନ୍ତ ଦାବି କରିଥିବାବେଳେ ଭରଦ୍ବାଜ କହିଛନ୍ତି, ସିବିଆଇ ତଦନ୍ତ ହେଉକି ଏନ୍‌ଆଇଏ ତଦନ୍ତ କରାଯାଉ ଅତିଶି ଶିଖ୍‌ ଗୁରୁଙ୍କୁ ଅପମାନ କରିନାହାନ୍ତି ବୋଲି ସବୁଥିରେ ଜଣାପଡ଼ିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe