ନାଁ ଲେଖାଇବାକୁ ଆବେଦନ ଆରମ୍ଭ, ସୁନ୍ଦରଗଡ଼ ଜିଲ୍ଲାରେ ୧୧୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

Advertisment

ଶନିବାରଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ କଲେଜ)ରେ ଏକାଦଶ ପାଇଁ ନାମ ଲେଖାଇବାକୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁନ ୩୦ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ ଫର୍ମ ଦାଖଲ କରିପାରିବେ।

ଶନିବାରଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ କଲେଜ)ରେ ଏକାଦଶ ପାଇଁ ନାମ ଲେଖାଇବାକୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁନ ୩୦ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ ଫର୍ମ ଦାଖଲ କରିପାରିବେ।

ଆଜିଠୁ ଯୁକ୍ତ ଦୁଇ ଅନଲାଇନ୍ ନାମଲେଖା ପାଇଁ ଆବେଦନ

ରାଉରକେଲା: ଶନିବାରଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ କଲେଜ)ରେ ଏକାଦଶ ପାଇଁ ନାମ ଲେଖାଇବାକୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁନ ୩୦ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ ଫର୍ମ ଦାଖଲ କରିପାରିବେ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୧୧୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାଁ ଲେଖାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୧୧୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାଁ ଲେଖାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ। ଉଲ୍ଲେଖଯୋଗ୍ୟ, ଜିଲ୍ଲାରେଥିବା ମୋଟ୍‌ ୧୧୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୯୪ଟି କୋ-ଏଡ୍‌ (ଉଭୟ ପୁରୁଷ ଓ ମହିଳା) ବିଦ୍ୟାଳୟ ଥିବାବେଳେ ୫ଟି ମହିଳା ବିଦ୍ୟାଳୟ, ୨ଟି ସଂସ୍କୃତ ବିଦ୍ୟାଳୟ ଓ ୧୦ଟି ‌ଧାନ୍ଦାମୂଳକ ଶିକ୍ଷା ବିଦ୍ୟାଳୟ ରହିଛି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସର୍ବାଧିକ ୧୬ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ରହିଛି। ସେହିଭଳି ସୁନ୍ଦରଗଡ଼ ଟାଉନ୍‌ରେ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ସୁନ୍ଦରଗଡ଼ ସଦର ବ୍ଲକ୍‌ରେ ୫ଟି, ଟାଙ୍ଗରପାଲି ବ୍ଲକ୍‌ରେ ୪ଟି, ବାଲିଶଙ୍କରାରେ ୫ଟି, ବଡ଼ଗାଁରେ ୫, ବୀରମିତ୍ରପୁର ପୌରାଞ୍ଚଳରେ ୨, ବିଶ୍ରାରେ ୪, ବଣାଇରେ ୯, ଗୁରୁଣ୍ଡିଆରେ ୪, ହେମଗିରରେ ୯, କୋଇଡ଼ାରେ ୩, କୁଆରମୁଣ୍ଡାରେ ୪, କୁତ୍ରାରେ ୫, ଲହୁଣିପଡ଼ାରେ ୩, ଲାଠିକଟାରେ ୬, ଲେଫ୍ରିପଡ଼ାରେ ୫, ନୂଆଗାଁରେ ୪, ରାଜଗାଙ୍ଗପୁରରେ ୩, ରାଜଗାଙ୍ଗପୁର ପୌରାଞ୍ଚଳରେ ୩ ଓ ସବଡେଗାରେ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେଥିବା ମୋଟ୍‌ ୧୧୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୯୪ଟି କୋ-ଏଡ୍‌ (ଉଭୟ ପୁରୁଷ ଓ ମହିଳା) ବିଦ୍ୟାଳୟ ଥିବାବେଳେ ୫ଟି ମହିଳା ବିଦ୍ୟାଳୟ, ୨ଟି ସଂସ୍କୃତ ବିଦ୍ୟାଳୟ ଓ ୧୦ଟି ‌ଧାନ୍ଦାମୂଳକ ଶିକ୍ଷା ବିଦ୍ୟାଳୟ ରହିଛି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସର୍ବାଧିକ ୧୬ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ରହିଛି। ସେହିଭଳି ସୁନ୍ଦରଗଡ଼ ଟାଉନ୍‌ରେ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ସୁନ୍ଦରଗଡ଼ ସଦର ବ୍ଲକ୍‌ରେ ୫ଟି, ଟାଙ୍ଗରପାଲି ବ୍ଲକ୍‌ରେ ୪ଟି, ବାଲିଶଙ୍କରାରେ ୫ଟି, ବଡ଼ଗାଁରେ ୫, ବୀରମିତ୍ରପୁର ପୌରାଞ୍ଚଳରେ ୨, ବିଶ୍ରାରେ ୪, ବଣାଇରେ ୯, ଗୁରୁଣ୍ଡିଆରେ ୪, ହେମଗିରରେ ୯, କୋଇଡ଼ାରେ ୩, କୁଆରମୁଣ୍ଡାରେ ୪, କୁତ୍ରାରେ ୫, ଲହୁଣିପଡ଼ାରେ ୩, ଲାଠିକଟାରେ ୬, ଲେଫ୍ରିପଡ଼ାରେ ୫, ନୂଆଗାଁରେ ୪, ରାଜଗାଙ୍ଗପୁରରେ ୩, ରାଜଗାଙ୍ଗପୁର ପୌରାଞ୍ଚଳରେ ୩ ଓ ସବଡେଗାରେ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe