ପଶ୍ଚିମବଙ୍ଗ: ନିର୍ବାଚନର ୩ ଦିନ ପୂର୍ବରୁ ମାଲଦା ପୁଲିସ୍‌ ଅଧୀକ୍ଷକ ଅର୍ଣ୍ଣବ ଘୋଷଙ୍କୁ ପଦରୁ ହଟାଇଲେ ନିର୍ବାଚନ କମିସନ

Advertisment
ପଶ୍ଚିମବଙ୍ଗ: ନିର୍ବାଚନର ୩ ଦିନ ପୂର୍ବରୁ ମାଲଦା ପୁଲିସ୍‌ ଅଧୀକ୍ଷକ ଅର୍ଣ୍ଣବ ଘୋଷଙ୍କୁ ପଦରୁ ହଟାଇଲେ ନିର୍ବାଚନ କମିସନ

Kolkata24x7

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଳାରେ ଲୋକସଭା ନିର୍ବାଚନର ମାତ୍ର ୩ ଦିନ ପୂର୍ବରୁ ଭାରତୀୟ ନିର୍ବାଚନ କମିସନ ଅର୍ଣ୍ଣବ ଘୋଷଙ୍କୁ ମାଲଦାର ପୁଲିସ୍‌ ଅଧୀକ୍ଷକ ପଦରୁ ହଟାଇ ଦେଇଛନ୍ତି। ବରୁଆପୁରର ଏସ୍‌ପି ଅଜୟ ପ୍ରସାଦ ଅର୍ଣ୍ଣବଙ୍କ ସ୍ଥାନରେ ମାଲଦା ଜିଲ୍ଳାର କାର୍ଯ୍ୟଭାର ସମ୍ଭାଳିବେ।

ବିଜେପିର ଜରେ ବରିଷ୍ଠ ନେତା ନିର୍ବାଚନ କମିସନଙ୍କ ନିକଟରେ ଅର୍ଣ୍ଣବ ଘୋଷଙ୍କ ନାମରେ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ ଆଣି କହିଥିିଲେ ଯେ ଅର୍ଣ୍ଣବ ଘୋଷ ଟିଏମ୍‌ସି ସରକାରଙ୍କ ସପକ୍ଷରେ କାମ କରୁଛନ୍ତି। ବିଜେପି ପକ୍ଷରୁ ଏପରି ଅଭିଯୋଗ ଆସିବା ପରେ ନିର୍ବାଚନ କମିସନ ଅର୍ଣ୍ଣବଙ୍କ ବଦଳି ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦେଶରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଟିଏମ୍‌ସି ସମର୍ଥକମାନେ ଭୋଟର୍‌ମାନଙ୍କୁ ଟିଏମ୍‌ସି ସପକ୍ଷରେ ଭୋଟ୍‌ ଦେବାକୁ ପ୍ରଭାବିତ କରିବା ଅଭିଯୋଗ ଆଣିଥିଲା ବିଜେପି। ଏପରିକି ୪୦ଟି ବୁଥ୍‌ରେ ସାନି ମତଦାନ ପାଇଁ ବିଜେପି ଦାବି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe