Photo Credit: PTI
ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ଗତକାଲି ତାଙ୍କୁ ଦିଲ୍ଲୀର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କର ସ୍ୱତନ୍ତ୍ର ଦେଖାଶୁଣା କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ୬୬ ବର୍ଷିଅ ଜେଟଲୀ ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ଯାଇ ପହଞ୍ଚିଥିଲେ। ସେ ଗତ ୨ ମାସ ହେବ ଅସୁସ୍ଥ ରହି ଆସୁଛନ୍ତି। ଗତ ବର୍ଷ ତାଙ୍କର ଯକୃତ ପ୍ରତିରୋପଣ ହୋଇଥିଲା। ସେ ସମୟ ପରଠାରୁ ଜେଟଲୀ ପ୍ରାୟତଃ ଘରେ ରହୁଥିଲେ।
Follow Us