ପଞ୍ଚମ ଥର ପାଇଁ ଇଡି ଡାକରାକୁ ଅଣଦେଖା: କେନ୍ଦ୍ରୀୟ ଏଜେନ୍ସିର ଡାକରେ ପହଞ୍ଚିଲେନି କେଜ୍ରିୱାଲ୍‌

Advertisment
ପଞ୍ଚମ ଥର ପାଇଁ ଇଡି ଡାକରାକୁ ଅଣଦେଖା: କେନ୍ଦ୍ରୀୟ ଏଜେନ୍ସିର ଡାକରେ ପହଞ୍ଚିଲେନି କେଜ୍ରିୱାଲ୍‌

www.indiatoday.in

ନୂଆଦିଲ୍ଳୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଚମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ ନାହିଁ। ମଦ ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ଜେରାକୁ କେଜ୍ରିୱାଲ୍‌ ବାରମ୍ବାର ଏଡ଼ାଇ ଚାଲିଛନ୍ତି। ପୂର୍ବରୁ ଆମ୍‌ ଆଦମୀ ପାର୍ଟି (ଆପ୍‌) କହିଛି ଯେ ବାରମ୍ବାର ଡାକି କେଜ୍ରିୱାଲ୍‌ଙ୍କୁ ଗିରଫ କରିବାକୁ ‌ଯୋଜନା କରାଯାଉଛି।

ଗତ ଚାରିମାସ ମଧ୍ୟରେ ଏଜେନ୍ସି ଦ୍ବାରା ଜାରି କରାଯାଇଥିବା ଚାରିଟି ଡାକରାକୁ ଏଡ଼ାଇବା ପରେ ବୁଧବାର ଇଡି ଆପ୍‌ ସୁପ୍ରିମୋଙ୍କୁ ଏକ ନୂତନ ଏବଂ ପଞ୍ଚମ ସମନ ଜାରି କରିଛି। ଏହି ଡାକରା ବେଆଇନ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏଡ଼େଇ ଯାଇଛନ୍ତି।

ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଗିରଫ କରି ଦିଲ୍ଲୀ ଶାସନ କ୍ଷମତାକୁ ହାତକୁ ନେବାକୁ ଚାହୁଁଛନ୍ତି ବୋଲି ଆପ୍‌ କହିଛି। ଏକ ବିବୃତ୍ତି ଜାରି କରାଯାଇ ଦଳ ପକ୍ଷରୁ ଏହା କେବେ ଘଟିବାକୁ ଦେବୁ ନାହିଁ ବୋଲି କୁହାଯାଇଛି।

ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚତୁର୍ଥ ସମନ ଜାରି କରି ଆଜି ପହଞ୍ଚିବାକୁ କହିଥିଲା। ହେଲେ ଅରବିନ୍ଦ ଅନୁପସ୍ଥିତ ରହିଥିଲେ।

ଅରବିନ୍ଦ କେଜ୍ରିୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଆଇନ ଅନୁଯାୟୀ ଯାହା କରିବା ଆବଶ୍ୟକ ତାହା ସେ କରିବେ। ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟ ରଖି ଅନୁସନ୍ଧାନକାରୀ ଏଜେନ୍ସି ସମନ ବେଆଇନ ଭାବେ ଜାରି କରିଛି, ଯେଉଁଥିରେ କି ରାଜନୈତିକ ଉଦ୍ଦେଶ୍ୟ ଲୁଚି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe