(Photo Credits: ANI)
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ରୋଡ୍ ସୋ’ କରୁଥିବା ସମୟରେ ଆମ୍ ଆଦ୍ମୀ ପାର୍ଟି(ଆପ୍) ସୁପ୍ରିମୋ ତଥା ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କୁ ଜଣେ ଲୋକ ଚାପୁଡ଼ା ମାରିଥିବା ବେଳର ଭିଡିଓ ଭାଇରାଲ୍ ହୋଇଛି। ବ୍ୟକ୍ତି ଜଣକ କେଜ୍ରିଓ୍ଵାଲ୍ଙ୍କ ସହ ଏପରି ଦୁର୍ବ୍ୟବହାର କରିବା ପରେ ଆପ୍ ସମର୍ଥକମାନେ ତାଙ୍କୁ ଘେରି ଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ପୁଲିସ୍ ହେପାଜତରେ ନେଇ ଯାଇଥିବା ସୂଚନା ରହିଛି
ଏହି ଘଟଣାଟି ନୂଆଦିଲ୍ଳୀର ସଂସଦୀୟ କ୍ଷେତ୍ର ମୋତି ନଗରରେ ଘଟିଥିବା ସୂଚନା ରହିଛି। ଏଠାରୁ ଆପ୍ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ବ୍ରିଜେଶ ଗୋୟାଲ୍। ମୋତି ନଗରରେ କେଜ୍ରିଓ୍ଵାଲ୍ ଏକ ରୋଡ୍ ସୋ’ରେ କରୁଥିବା ବେଳେ ନାଲି ରଂଗର ଟି-ସାର୍ଟ ପିନ୍ଧି ଜଣେ ବ୍ୟକ୍ତି କେଜ୍ରିଓ୍ଵାଲ୍ଙ୍କ ଗାଡ଼ି ଉପରକୁ ଚଢ଼ି ଯାଇଥିଲେ ଓ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ।
Follow Us