ପହଞ୍ଚିପାରିଲାନି କାଗଜପତ୍ର, ଆଜି ରାତି ବି ଜେଲରେ କଟାଇବେ ଆରୟନ ଖାଁ

Advertisment
ପହଞ୍ଚିପାରିଲାନି କାଗଜପତ୍ର, ଆଜି ରାତି ବି ଜେଲରେ କଟାଇବେ ଆରୟନ ଖାଁ

ମୁମ୍ବାଇ : ଗୁରୁବାରଠାରୁ ଶାହରୁଖ ଖାଁଙ୍କ ପୁଅ ଆରୟନଙ୍କୁ ଜାମିନି ମିଳିସାରିଥିଲେ ବି ସେ ଏ ପର୍ଯ୍ୟନ୍ତ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଆଜି ରାତି ବି ଜେଲରେ କଟାଇବେ । କାରଣ  ଜେଲରୁ ସେ ମୁକୁଳିବା ପାଇଁ ଆବଶ୍ୟକ କାଗଜପତ୍ର ସଂଧ୍ୟା ସାଢେ ୫ଟା ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରି ନାହିଁ । ଫଳରେ ସେ ଆଜି ରାତି ଜେଲରେ ରହିବେ ବୋଲି ଜେଲ ଅଧିକାରୀମାନେ ସ୍ପଷ୍ଟ କରିଦେଇଛନ୍ତି ।

ଆଜି ଆରୟନଙ୍କ ଜାମିନ ସର୍ତ୍ତାବଳୀ ଆସିଛି । ସେଥିରେ କୁହାଯାଇଛି ଯେ ସେ ଦେଶଛାଡ଼ି ଯାଇପାରିବେ ନାହିଁ । ଏହା ସହିତ ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ଛାଡ଼ିପାରିବେ ନାହିଁ । ଏହା ସହିତ ସେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ଓ ଡ୍ରଗ୍ସ କାରବାରରେ ସଂପୃକ୍ତ ଲୋକମାନଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ । ସେ ସମାନ ପ୍ରକାରର କାର୍ଯ୍ୟକଳାପରେ ସଂପୃକ୍ତ ହୋଇପାରିବେ ନାହିଁ ।

ବମ୍ବେ ହାଇକୋର୍ଟ ହାଇକୋର୍ଟ ଗତକାଲି ଅପରାହ୍ଣରେ ଆରୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ଆରୟନଙ୍କ ସମେତ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ଜାମିନ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe