Aryna Sabalenka in Final: ଅଷ୍ଟ୍ରେଲିଆନ୍ ଓପନ୍ ଟେନିସର ଫାଇନାଲରେ ଆରିନା ସାବାଲେଙ୍କା

Advertisment

ବିଶ୍ବର ପ୍ରଥମ ସିଡ୍ ବେଲାରୁଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୧୨ ନମ୍ବର ସିଡ୍ ତଥା ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ସିଧାସଳଖ ସେଟ୍ ୬-୨, ୬-୩ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି

ବିଶ୍ବର ପ୍ରଥମ ସିଡ୍ ବେଲାରୁଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୧୨ ନମ୍ବର ସିଡ୍ ତଥା ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ସିଧାସଳଖ ସେଟ୍ ୬-୨, ୬-୩ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି

0e5d1750-d7e1-11ef-859d-37bc8d58e371

ମେଲବର୍ଣ୍ଣ: ବିଶ୍ବର ପ୍ରଥମ ସିଡ୍ ବେଲାରୁଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୧୨ ନମ୍ବର ସିଡ୍ ତଥା ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ସିଧାସଳଖ ସେଟ୍ ୬-୨, ୬-୩ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି। ସାବାଲେଙ୍କା କ୍ରମାଗତ ୪ର୍ଥ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ମଧ୍ୟ ତାଙ୍କ ଅଷ୍ଠମ ଗ୍ରଣ୍ଡସ୍ଲାମ୍ ଫାଇନାଲ୍।

୨୦୨୩, ୨୦୨୪ ଓ ୨୦୨୫ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ସେ ପ୍ରବେଶ କରିଥିଲେ । ୨୦୨୩ ଓ ୨୦୨୪ରେ ସେ ଏହି ଗ୍ରାଣ୍ଡସ୍ଲାମ୍ ବିଜୟୀ ହୋଇଥିଲେ, କିନ୍ତୁ ୨୦୨୫ରେ ଆମେରିକାର ମାଡିସନ୍ କିଜଙ୍କଠାରୁ ପରାସ୍ତ ହୋଇଥିଲେ।

ହାତ ମିଳେଇଲେନି ସାବାଲେଙ୍କା, ସ୍ବିତୋଲିନା

କ୍ରିକେଟରେ ଯେପରି ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ଏସିଆ କପରେ ହାତ ମିଳେଇବାକୁ ନେଇ ବିବାଦ ଦେଖାଦେଇଥିଲା, ସେହିପରି ଏକ ବିବାଦ ଅଷ୍ଟ୍ରେଲିଆନ୍ ଓପନରେ ବି ଦେଖାଦେଇଛି। ଗୁରୁବାରର ସେମମିଫାଇନାଲରେ ସାବାଲେଙ୍କା ଓ ସ୍ବିତୋଲିନା ପରସ୍ପର ସହ ହାତ ମିଳାଇନଥିଲେ। ସାବଲେଙ୍କା ବେଲାରୁଷର ଖେଳାଳି ହୋଇଥିବାବେଳେ ସ୍ବିତୋଲିନା ହେଉଛନ୍ତି ୟୁକ୍ରେନର ଖେଳାଳି। ରୁଷ-ୟୁକ୍ରେନ ଯୁଦ୍ଧରେ ବେଲାରୁଷ ରୁଷକୁ ସମର୍ଥନ କରୁଥିବାରୁ ୟୁକ୍ରେନ ସହ ଏହି ଦେଶର ବିବାଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ମହିଳା ଖେଳାଳି ହାତ ମିଳାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe