ନୂଆଦିଲ୍ଲୀ: ଚଳିତ ଏସୀୟ ପ୍ରତିଯୋଗିତାରେ ଅର୍ଜୁନ ବାବୁତା ଓ ଏଲାଭେନିଲ ଭାଲାରିଭାନ ୧୦ମିଟର ଏୟାର ରାଇଫଲ୍ ମିଶ୍ରିତ ଯୁଗଳରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ ଅର୍ଜୁନ ଓ ଏଲାଭେନିଲ ୫୦୫ ସ୍କୋର୍ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରିପବ୍ଲିକ୍ କୋରିଆର କିମ୍ ଓରିମନେ୍ ଉନ୍ଜି (୫୦୧) ଓ ଜାପାନର ନାଓୟା ଓକାଡା ଓ ମିସାକି ନୋବାତା (୪୩୭.୯) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।
ଭାରତୀୟ ଯୋଡ଼ି ଯୋଗ୍ୟତା ରାଉଣ୍ଡରେ ୬୩୨.୯ ସହ ଶୀର୍ଷରେ ରହିଥିଲେ। ହେଲେ ଅନ୍ୟ ଏକ ଭାରତୀୟ ଯୋଡ଼ି ରୁଦ୍ରାଂକ୍ଷ ଓ ମେଘନା ସାଜାନର ୬୨୯ ପଏଣ୍ଟ କରିଥିଲେ ମଧ୍ୟ ୪ ଦଳୀୟ ଫାଇନାଲ୍ରେ କେବଳ ପ୍ରତି ଦେଶର ଗୋଟିଏ ଦଳ ସ୍ଥାନ ପାଇବା ନିୟମ ଥିବାରୁ ଏମାନେ ଆଗକୁ ବଢ଼ି ପାରି ନଥିଲେ।
ଆହୁରି ପଢନ୍ତୁ: Santosh Trophy: ୧-୦ ଗୋଲ୍ରେ କେରଳକୁ ମାତ୍ ଦେଲା ସର୍ଭିସେସ୍
କନିଷ୍ଠ ବର୍ଗରେ ଶମ୍ଭାବୀ ଶ୍ରାବଣ କ୍ଷୀରସାଗର ଓ ହିଂମାଶୁ ଏସୀୟ ଜୁନିୟର ରେକର୍ଡ ୫୦୨.୪ ସ୍କୋର୍ ସହ ସ୍ବର୍ଣ୍ଣ ପଦକ ଜିତି ଦେଶର ଯୁଗଳ ଖୁସିରେ ଭଗାଦାର ହୋଇଥିଲେ। କାଜାଖସ୍ତାନ ରୌପ୍ୟ ଓ ମାଳଦୀପ କାଂସ୍ୟ ପାଇଥିଲା। ଭାରତ ଏ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ୯ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୬ ପଦକ ପାଇ ସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/08/08bbs_32_08022026_112-2026-02-08-17-34-54.jpg)