ପୁରୁଷ ଶ୍ରେଣୀରେ ଭୋଟ୍‌ ଦେଲେ ଆସାମର ପ୍ରଥମ କିନ୍ନର ବିଚାରପତି

Advertisment
ଗୁଜୁରାଟରେ ୧୮ରୁ ୨୦ ଲକ୍ଷ ନକଲି ଭୋଟର ଅଛନ୍ତି: କଂଗ୍ରେସ

www.news18.com

ଗୌହ୍ଵାଟୀ: ଚଳିତ ନିର୍ବାଚନରେ ଆସାମରେ ସମୁଦାୟ ୪୧୯ ଜଣ କିନ୍ନରଙ୍କ ନାମ ଭୋଟର୍‌ ତାଲିକାରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଆସାମର ପ୍ରଥମ କିନ୍ନର ବିଚାରପତି ସ୍ୱାତୀ ବିଧାନ ବରୁହା ଅଭିଯୋଗ ଆଣି କହିଛନ୍ତି ଯେ ସେ ସେ ଅନିଚ୍ଛା ସତ୍ତ୍ୱେ ପୁରୁଷ ବର୍ଗରେ ଭୋଟ୍‌ ଦେବା ପାଇଁ ବାଧ୍ୟ ହୋଇଛନ୍ତି। ଏ ସଂପର୍କରେ ସ୍ୱାତୀ କହିଛନ୍ତି କି କିନ୍ନରମାନଙ୍କ ମଧ୍ୟରେ ମତଦାନ ସଂଖ୍ୟା କମୁଥିବାର ଏହା ଏକ ପ୍ରମୁ୍‌ଖ କାରଣ। ଅନେକଙ୍କ ଭୋଟର୍‌ ଆଇକାର୍ଡରେ ଲିଙ୍ଗ ପୁରୁଷ ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ବଦଳାଇବା ପାଇଁ କାଠିକର ପାଠ ହୋଇପଡୁଛି।

ସେ ନିଜର କ୍ଷେଭ ପ୍ରକାଶ କରି କହିଛନ୍ତି ଯେ ଆମର ଶ୍ରେଣୀ ଭିନ୍ନ। ଆମ କାହିଁକି ସେମାନଙ୍କ ପସନ୍ଦର ଶ୍ରେଣୀରେ ନିଜକୁ ସାମିଲ୍‌ କରି ମତ ଦେବୁ? ମୁଁ କିନ୍ନର ବର୍ଗରେ ଭୋଟ ଦେବାକୁ ଚାହିଁଥିଲି ମାତ୍ର ସେମିତି ସୁଯୋଗ ମିଳିଲାନି। ଏପରିକି ମୁଁ ନିର୍ବାଚନ କମିସନଙ୍କୁ ମୋର ଡକୁମେଣ୍ଟ ଦେଖାଇ କିନ୍ନର ବର୍ଗରେ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲି ମାତ୍ର ମୋତେ ନିର୍ବାଚନ ପରେ ଆସିବାକୁ କହିଥିଲେ ବୋଲି ସ୍ୱାତୀ ଅଭିଯୋଗ ଆଣି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe