୩ ମାସରେ ସର୍ବନିମ୍ନ; ଦେଶରେ ୪,୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

୩ ମାସରେ ସର୍ବନିମ୍ନ; ଦେଶରେ ୪,୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

Jansatta

ନୂଆଦିଲ୍ଲୀ: ଗତ ୩ ମାସ ମଧ୍ୟରେ ସବୁଠାରୁ କମ୍‌ କରୋନା ଭାଇସର୍‌ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪, ୬୬,୮୬୨ରେ ପହଞ୍ଚିଛି।

ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୫୨,୩୩୬ରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କରୋନା ଜନିନ ୨୩ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ନୂତନ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫, ୨୮, ୦୩୦ରେ ପହଞ୍ଚିଛି।

ଦୈନିକ କରୋନା ପଜିଟିଭ୍‌ ହାର ୧.୨୦% ରହିଥିବା ବେଳେ ସାପ୍ତାହିକ ପଜିଟିଭ୍‌ ହାର ରହିଛି ୨.୦୬%। ଆହୁରି ବି ସୂଚନା ରହିଛି ଯେ ଏବେ ସୁଦ୍ଧା ସମୁଦାୟ ୨୧୩,୭୨ କୋଟି କରୋନା ଟିକା ଡୋଜ୍‌ ଦିଆ ସରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe