ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ନିକଟରେ ହିଁ ଅଟକି ରହିଛି: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ନିକଟରେ ହିଁ ଅଟକି ରହିଛି: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି। କିନ୍ତୁ କେନ୍ଦ୍ରର ଅନୁରୋଧ ସତ୍ତ୍ୱେ ରାଜ୍ୟ ସରକାର ଏଥିପାଇଁ ଜରୁରୀ ସମନ୍ୱିତ ପ୍ରସ୍ତାବ ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି। ତେଣୁ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସ୍ତାବ ଏବେ ବି ଓଡ଼ିଶା ସରକାରଙ୍କ ନିକଟରେ ହିଁ ଅଟକି ରହିଛି।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ଉତ୍ତର ରଖି ପୁଣିଥରେ ଏଭଳି ସ୍ପଷ୍ଟ ଭାଷାରେ ଦୋହରାଇଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

publive-image Hindustan Times

ବୁଧବାର ଲୋକସଭାରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ହାଇକୋର୍ଟର ମୂଳପୀଠ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବେଞ୍ଚ ସ୍ଥାପନ ଯଶବନ୍ତ ସିଂହ କମିସନଙ୍କ ସୁପାରିସ୍ ଓ ସୁପ୍ରିମ୍ କୋର୍ଟଙ୍କ ରାୟ ଡବ୍ରୁପି (ସି) କ ୩୭୯୨୦୦ ଆଧାରରେ ସ୍ଥିର ହୁଏ। ଭିତ୍ତିଭୂମି ଯୋଗାଇ ଦେବା ଖର୍ଚ୍ଚ ବହନ କରିବା, ସ୍ଥାନ ଚିହ୍ନଟ କରିବା ତଥା ସଂପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମତି ସମ୍ବଳିତ ରାଜ୍ୟ ସରକାରଙ୍କଠାରୁ ଏକ ସମନ୍ବିତ ପ୍ରସ୍ତାବ ପାଇବା ପରେ ଯାଇ ଏ ଦିଗରେ କୌଣସି ପଦକ୍ଷେପ ନେବା ସମ୍ଭବ।
ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବେଞ୍ଚ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଏହାର ଉତ୍ତରରେ ହାଇକୋର୍ଟଙ୍କ ସହ ପରାମର୍ଶ କରି ବେଞ୍ଚ ପାଇଁ ସ୍ଥାନ ଚିହ୍ନଟ କରିବା ସହ ଏକ ବିସ୍ତୃତ ସମନ୍ବିତ ପ୍ରସ୍ତାବ ଦେବା ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନାହିଁ। ତେଣୁ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ନିକଟରେ ହିଁ ଅଟକି ରହିଛି ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe