Blackmailing:ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ଛୁରାମାଡ଼

Advertisment

ଝିରପାଣି ଥାନା ଅଞ୍ଚଳସ୍ଥ ଜଗ୍‌ଦା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଛୁରାମାଡ଼ରେ ଗୁରୁତର ହୋଇଥିବା ମହିଳା ରିତାବାଳା ସାମଲ(୫୧)। ତାଙ୍କୁ ଗୁରୁତର ଅବସ୍ଥାରେ ସିଡବ୍ଲୁଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ଓ ବେକରେ ଦୁର୍ବୃତ ଛୁରାମାଡ଼ କରିଥିବା ଜଣାପଡ଼ିଛି।

ଝିରପାଣି ଥାନା ଅଞ୍ଚଳସ୍ଥ ଜଗ୍‌ଦା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଛୁରାମାଡ଼ରେ ଗୁରୁତର ହୋଇଥିବା ମହିଳା ରିତାବାଳା ସାମଲ(୫୧)। ତାଙ୍କୁ ଗୁରୁତର ଅବସ୍ଥାରେ ସିଡବ୍ଲୁଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ଓ ବେକରେ ଦୁର୍ବୃତ ଛୁରାମାଡ଼ କରିଥିବା ଜଣାପଡ଼ିଛି।

Attack

ରାଉରକେଲା: ଝିରପାଣି ଥାନା ଅଞ୍ଚଳସ୍ଥ ଜଗ୍‌ଦା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଛୁରାମାଡ଼ରେ ଗୁରୁତର ହୋଇଥିବା ମହିଳା ରିତାବାଳା ସାମଲ(୫୧)। ତାଙ୍କୁ ଗୁରୁତର ଅବସ୍ଥାରେ ସିଡବ୍ଲୁଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ଓ ବେକରେ ଦୁର୍ବୃତ ଛୁରାମାଡ଼ କରିଥିବା ଜଣାପଡ଼ିଛି। ଝିରପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତାନଘନା ଆରମ୍ଭ କରିଛି। ଅଭିଯୁକ୍ତ କୋଏଲନଗର ଅଞ୍ଚଳର ଚନ୍ଦନ ସାମଲ ବୋଲି ଶ୍ରୀମତୀ ସାମଲ କହିଛନ୍ତି। ସୂଚନାନୁଯାୟୀ, ରିତାବାଳା ସାମଲ, ସ୍ବାମୀ ତପନ ସାମଲ ଓ ପୁଅଙ୍କ ସହ ଜଗ୍‌ଦା ଜେ/୩ରେ ରୁହନ୍ତି। ଚନ୍ଦନ ସାମଲ ତାଙ୍କ ଗାଁ ପାଖର ଜଣେ ସମ୍ପକୀୟ ପରିଚୟ ଦେଇ ସାମଲ ପରିବାର ସହ ମିଶିଥିଲା। 

ଆହୁରି ପଢନ୍ତୁ: Call of the Wildfire: ବନାଗ୍ନିର ଆହ୍ବାନ
ପରିବାର ଲୋକଙ୍କ ବିଶ୍ବାସ ଜିତିବା ପରେ ପ୍ରତିଦିନ ଘରକୁ ଆସିବା ସହ ଖିଆପିଆ କରୁଥିଲା। ସମ୍ପର୍କୀୟଙ୍କ ପରିଚିତ ହୋଇଥିବାରୁ ଶ୍ରୀ ସାମଲ ମଧ୍ୟ ଚନ୍ଦନକୁ ସାନଭାଇ ଭଳି ବ୍ୟବହାର କରୁଥିଲେ। ପରେ ସେ ଜିମିବାଡ଼ି ଶସ୍ତାରେ କରାଇଦେବା ଆଳରେ ହଜାରହଜାର ଟଙ୍କା ନେଇଥିଲା। ଶ୍ରୀ ସାମଲଙ୍କ ଘର ଆଖପାଖ ଲୋକଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ନେଇଥିଲେ। ଟଙ୍କା ମାଗିବାରୁ ଧମକଚମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। କିଛିଦିନ ପୂର୍ବରୁ ସେ ଶ୍ରୀମତୀ ସାମଲଙ୍କ ଫଟୋକୁ ଏଆଇରେ ଅଶ୍ଲୀଳ ଫଟୋ କରି ତାଙ୍କ ସ୍ବାମୀ ଓ ପୁଅକୁ ପଠାଇଥିଲେ। ଏନେଇ ତାଙ୍କୁ ତାଗିଦ୍‌ କରାଯିବାରୁ ସେ ମହିଳାଙ୍କୁ ବଦ୍‌ନାମ କରିଦେବେ ବୋଲି ଧମକ ଦେଉଥିଲେ। ପରିବାରଲୋକେ ଥାନା‌ରେ ଦ୍ବାରସ୍ଥ ହେବାପରେ ମଧ୍ୟ ସେ ନିର୍ଭୟରେ ଶ୍ରୀମତୀ ସାମଲଙ୍କୁ କଲ କରି ଅସଭ୍ୟ କଥା କହୁଥିଲେ। 

ଆହୁରି ପଢନ୍ତୁ: The weight of plastic: ଜୀବଜନ୍ତୁଙ୍କ ଓଜନକୁ ଟପିଗଲାଣି ପ୍ଲା‌ଷ୍ଟିକ୍‌ ଓଜନ
ମହିଳା ଜଣକ ବିରୋଧ କରିବା ପରେ ସୋମବାର ସନ୍ଧ୍ୟାରେ ତାଙ୍କ ଘରେ ପଶିବା ସହ ତାଙ୍କୁ ଛୁରାମାଡ଼ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁଅ ନିକଟସ୍ଥ ସିଡବ୍ଲୁଏସ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଅଭିଯୁକ୍ତ ଚନ୍ଦନକୁ ଧରିବାକୁ ଖୋଜୁଛି। ସୂଚନାଯୋଗ୍ୟ, ଚନ୍ଦନ ସାମଲ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି। ଜମି କିଣାବିକା ନାଁରେ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଠକେଇ କରିଥିବା ମାମଲା ରହିଛି। ଏନେଇ ତା ନାଁରେ ୱାରେଣ୍ଟ ମଧ୍ୟ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe