ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆପଡ଼ାଠାରେ ବଚସାରୁ ଛୁରାମାଡ ହୋଇଛି । ଆଉ ଏହି ଛୁରାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇପଡିଛନ୍ତି । ଦୁଇ ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ମୃତକ ଜଣକ ହେଲେ ବିନିକା ସହର ନୂଆପଡା ଗ୍ରାମର ସୋମନାଥ ମେହେର । ଅନ୍ୟ ଆହତମାନେ ହେଉଛନ୍ତି ବିନିକା ସହର ହରିଜନପଡାର
ଟୁନୁ ରନବିଡ଼ା, ହରିଜନପଡାର ଅମିତ୍ ଭରାସାଗର ଓ ରାକେଶ ଭେସ୍ରା | ମିଳିଥିବା ସୂଚନା ଅନୁଯାୟୀ ରାକେଶଙ୍କ ସହ ନୂଆପଡ଼ାର ସୋମନାଥ ମେହେରଙ୍କ ସହ କୌଣସି କାରଣ ନେଇ ଝଗଡା ହୋଇଥିଲା | ହରିଜନପଡ଼ାର ତିନି ଜଣ ମିଶି ନୂଆପଡ଼ାର ସୋମନାଥ ମେହେରଙ୍କୁ ଆକ୍ରମଣ କରିଥିଲେ ।
ଆଉ ଏହି ଆକ୍ରମଣରେ ସୋମନାଥ ମେହେରଙ୍କର ମୃତ୍ୟୁ ହୋଇଥିବାବେଳେ ହରିଜନ ପଡ଼ାର ଟୁନୁ ରଣବିଡ଼ା ଓ ଅମିତ ଭରାସାଗରକୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ବିନିକା ପୁଲିସ ବିନିକା ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି | ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।ଅନ୍ୟପଟେ ବଚସାର ପ୍ରକୃତ କାରଣ ଜଣାପଡ଼ିନାହିଁ।
Follow Us