ଅଭିନନ୍ଦନଙ୍କ ଫେରିବା ପରେ ପରେ ପୁଞ୍ଚ୍‌ରେ ପାକ୍‌ର ଆକ୍ରମଣ: ୨ ଶିଶୁ, ମହିଳା ମୃତ

Advertisment
ଅଭିନନ୍ଦନଙ୍କ ଫେରିବା ପରେ ପରେ ପୁଞ୍ଚ୍‌ରେ ପାକ୍‌ର ଆକ୍ରମଣ: ୨ ଶିଶୁ, ମହିଳା ମୃତ

ପୁଞ୍ଚ୍‌: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାସ୍ଥିତ ଝୁଲାସ ଅଞ୍ଚଳରେ ଶୁକ୍ରବାର ରାତିରେ ପାକିସ୍ତାନୀମାନେ ଗୋଳା ବର୍ଷଣ କରିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଛି। ଦୁଇ ପିଲାଙ୍କ ଭିତର ଜଣେ ୯ ମାସର ଶିଶୁ ଥିଲା ବୋଲି ଜାଣିବାକୁ ମିଳିଛି। ପାକିସ୍ତାନୀଙ୍କ ଆକ୍ରମଣରେ ମହିଳାଙ୍କ ସ୍ୱାମୀ ଗୁରୁତର ଅହତ ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ନିୟନ୍ତ୍ରଣ ରେଖା ନିକଟରେ ଥିବା ତାଙ୍କ ଘର ଉପରକୁ ଗୋଳା ବର୍ଷଣ କରି ଏହି ଆକ୍ରମଣ କରିଥିଲେ।

ରାତି ପ୍ରାୟ ୧୦.୩୦ ସମୟରେ ଏହି ଆକ୍ରମଣ ହୋଇଥିଲା। ଦୁଇ ଦିନ ପାକିସ୍ତାନୀଙ୍କ କବଳରେ ରହି ଭାରତୀୟ ବାୟୁସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ ରାତି ପ୍ରାୟ ୯.୧୫ରେ ଓ୍ଵାଘା ସୀମା ଦେଇ ଭାରତକୁ ଫେରିବା ପରେ ପରେ ହିଁ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଭାରତୀୟ ସେନା ଯବାନଙ୍କୁ ଆକ୍ରମଣ କରିବାରୁ ୪୦ ସିଆର୍‌ପିଫ୍‌ ଯବାନ ସହିଦ ହୋଇଥିଲେ। ତା’ର ଠିକ୍‌ ୧୨ ଦିନ ଭିତରେ ଭାରତୀୟ ସେନା ପାଲଟା ଜବାବ ଦେବାକୁ ଯାଇ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ୪୦୦ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସେବେଠାରୁ ସୀମାରେ ବିବାଦ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe