ଅଟୋଚାଳକଙ୍କୁ ଏସିଡ୍‌ ମାଡ଼, ଲୁଟ୍‌ ଉଦ୍ୟମ ବିଫଳ

ଅଟୋ ଚାଳକଙ୍କଠାରୁ ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିଲେ। ଏଥିରେ ବିଫଳ ହେବାରୁ ଚାଳକଙ୍କୁ ଏସିଡ୍‌ ମାଡ଼ କରିଥିଲେ। ଅଟୋ ଚାଳକ ଗୁରୁତରଭାବେ ପୋଡ଼ିଯାଇଥିବାବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

RGH

ରାଉରକେଲା: ଦିନ ଦ୍ବିପ୍ରହରରେ ଜଣେ ଅଟୋ ଚାଳକଙ୍କଠାରୁ ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିଲେ। ଏଥିରେ ବିଫଳ ହେବାରୁ ଚାଳକଙ୍କୁ ଏସିଡ୍‌ ମାଡ଼ କରିଥିଲେ। ଅଟୋ ଚାଳକ ଗୁରୁତରଭାବେ ପୋଡ଼ିଯାଇଥିବାବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଘଟିଛି ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଦୁର୍ଗା ଛକ ନିକଟରେ।

ଶକ୍ତିନଗର ବିଶ୍ବକର୍ମା ବସ୍ତିରେ ରୁହନ୍ତି ଅମିତ କିସପଟ୍ଟା (୩୨)। ସେ ସେକ୍ଟର-୨ର ଜଣେ ବ୍ୟକ୍ତିଙ୍କ ଅଟୋ ଚଲାଉଛନ୍ତି। ଶୁକ୍ରବାର ଅପରାହ୍ଣ  ସାଢେ ୪ଟା। ପ୍ରତିଦିନ ଭଳି ଗତକାଲି ମଧ୍ୟ ଅମିତ ମାଲିକଙ୍କ ପାଖରେ ଅଟୋ ରଖି ନିଜ ଘରକୁ ଯିବାକୁ ସ୍ଥାନୀୟ ଦୁର୍ଗା ଛକରେ ବସ୍‌କୁ ଜଗିଥିଲେ। ଏତିକିବେଳେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଟଙ୍କା ମାଗିଥିଲେ। ତେବେ ଅମିତ ପ୍ରତିବାଦ କରିବାରୁ ମାଡ଼ମାରିବା ଆରମ୍ଭ କରିଥିଲେ। ଅମିତ ଆତ୍ମରକ୍ଷା ପାଇଁ ପାଲଟା ମାଡ଼ ମାରିବା ଆରମ୍ଭ କରିଥିଲେ। ଏଣୁ ଜଣେ ଦୁର୍ବୃତ୍ତ ଉତ୍‌କ୍ଷିପ୍ତ ହୋଇ ଅମିତଙ୍କ ଦେହରେ ଏସିଡ୍‌ ଢାଳିଦେଇଥିଲା। ଅମିତ ଗୁରୁତର ଆହତ ହୋଇ ତଳେ ପଡ଼ିଯିବାରୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଶକ୍ତିନଗର ବିଶ୍ବକର୍ମା ବସ୍ତିରେ ରୁହନ୍ତି ଅମିତ କିସପଟ୍ଟା (୩୨)। ସେ ସେକ୍ଟର-୨ର ଜଣେ ବ୍ୟକ୍ତିଙ୍କ ଅଟୋ ଚଲାଉଛନ୍ତି। ଶୁକ୍ରବାର ଅପରାହ୍ଣ  ସାଢେ ୪ଟା। ପ୍ରତିଦିନ ଭଳି ଗତକାଲି ମଧ୍ୟ ଅମିତ ମାଲିକଙ୍କ ପାଖରେ ଅଟୋ ରଖି ନିଜ ଘରକୁ ଯିବାକୁ ସ୍ଥାନୀୟ ଦୁର୍ଗା ଛକରେ ବସ୍‌କୁ ଜଗିଥିଲେ। ଏତିକିବେଳେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଟଙ୍କା ମାଗିଥିଲେ। ତେବେ ଅମିତ ପ୍ରତିବାଦ କରିବାରୁ ମାଡ଼ମାରିବା ଆରମ୍ଭ କରିଥିଲେ। ଅମିତ ଆତ୍ମରକ୍ଷା ପାଇଁ ପାଲଟା ମାଡ଼ ମାରିବା ଆରମ୍ଭ କରିଥିଲେ। ଏଣୁ ଜଣେ ଦୁର୍ବୃତ୍ତ ଉତ୍‌କ୍ଷିପ୍ତ ହୋଇ ଅମିତଙ୍କ ଦେହରେ ଏସିଡ୍‌ ଢାଳିଦେଇଥିଲା। ଅମିତ ଗୁରୁତର ଆହତ ହୋଇ ତଳେ ପଡ଼ିଯିବାରୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିଛି ସମୟପରେ ସ୍ଥାନୀୟଲୋକ ଗୁରୁତର ଆହତ ଅବସ୍ଥାରେ ଅମିତଙ୍କୁ ଉଦ୍ଧାରକରି ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe