ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ

ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଛି। 

ଡି’ବ୍ରଦର୍ସ ଲିଙ୍କ୍‌ : ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଇଡିର ଜେରା

ଯାଜପୁର: ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଛି।  ଆଜି ଯାଜପୁର ଜିଲ୍ଲା ଧର୍ମଶାଳରେ ଚାଲିଥିବା ଯଜ୍ଞରେ ଯୋଗ ଦେବାକୁ ଯିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ନିଜର କିଛି ସମର୍ଥକଙ୍କ ସହ ପ୍ରଣବ ଏଠାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଛି ।

ଆଜି ଯାଜପୁର ଜିଲ୍ଲା ଧର୍ମଶାଳରେ ଚାଲିଥିବା ଯଜ୍ଞରେ ଯୋଗ ଦେବାକୁ ଯିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ନିଜର କିଛି ସମର୍ଥକଙ୍କ ସହ ପ୍ରଣବ ଏଠାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଛି । ଗାଁ ଭିରତକୁ ଯିବାବେଳକୁ ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡି ଧରି ପ୍ରଣବଙ୍କ ଗାଡ଼ିକୁ ଅଟକାଇଥିଲେ । ଯଜ୍ଞସ୍ଥଳକୁ ଯିବାକୁ ଦେଇନଥିଲେ। ପ୍ରଣବଙ୍କ ସହ ଆସିଥିବା ସମର୍ଥକମାନେ ଯୁବକଙ୍କ ସହ ଯୁକ୍ତିତର୍କ କରିବାରୁ ପରିସ୍ଥିତି ଗୁରୁତର ହୋଇଥିଲା। 

ଗାଁ ଭିରତକୁ ଯିବାବେଳକୁ ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡି ଧରି ପ୍ରଣବଙ୍କ ଗାଡ଼ିକୁ ଅଟକାଇଥିଲେ । ଯଜ୍ଞସ୍ଥଳକୁ ଯିବାକୁ ଦେଇନଥିଲେ। ପ୍ରଣବଙ୍କ ସହ ଆସିଥିବା ସମର୍ଥକମାନେ ଯୁବକଙ୍କ ସହ ଯୁକ୍ତିତର୍କ କରିବାରୁ ପରିସ୍ଥିତି ଗୁରୁତର ହୋଇଥିଲା। ଏନେଇ ପ୍ରଣବ କିନ୍ତୁ ଏଯାଏ ଥାନାରେ ଅଭିଯୋଗ କରିନାହାନ୍ତି। 

 ଖବର ପାଇ ଜେନାପୁର ଆଇଆଇସି ସେଠାରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହାପରେ ପ୍ରଣବ ପୂର୍ବ ଯୋଜନା ଅନୁସାରେ ଯଜ୍ଞ ସ୍ଥଳକୁ ଯାଇ ମାଙ୍କ ଦର୍ଶନ କରି ଫେରି ଯାଇଥିଲେ। ଏ ନେଇ ପ୍ରଣବଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ ଏହି ଘଟଣାକୁ ସ୍ବୀକାର କରିବା ସହ ଆରୁହା, ଡଙ୍କାରି ଅଞ୍ଚଳର ପଥର ମାଫିଆମାନେ ଏପରି ଘଟାଇଥିବା କହିଛନ୍ତି।

bjd

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe