ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ

ଲୁଟ୍ ଉଦ୍ୟମ କଲେ, ବିରୋଧ କରିବାରୁ ଭୁଜାଲିରେ ହାଣିଲେ। ଆଜି ପୂର୍ବାହ୍ନରେ ବାଲିପାଟଣା ଥାନା ବଦଳାଶାସନ ଗ୍ରାମ ରାସ୍ତାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜନୈକ କର୍ମଚାରୀଙ୍କ ଠାରୁ ଲୁଟ୍ କରିବାରେ ବିଫଳ ହେବାରୁ ଦୃର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଛନ୍ତି।

sbpt

ବାଲିପାଟଣା: ଲୁଟ୍ ଉଦ୍ୟମ କଲେ, ବିରୋଧ କରିବାରୁ ଭୁଜାଲିରେ ହାଣିଲେ। ଆଜି ପୂର୍ବାହ୍ନରେ ବାଲିପାଟଣା ଥାନା ବଦଳାଶାସନ ଗ୍ରାମ ରାସ୍ତାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜନୈକ କର୍ମଚାରୀଙ୍କ ଠାରୁ ଲୁଟ୍ କରିବାରେ ବିଫଳ ହେବାରୁ ଦୃର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଛନ୍ତି।

 କଲେକସନ୍ ସାରି ଫେରୁଥିବା ଉତ୍କର୍ଷ ଫାଇନାନ୍ସ କର୍ମଚାରୀ ଭବାନୀ ଶଙ୍କର ମହାନ୍ତିଙ୍କୁ ବଦଳା ଶାସନ ହାଇସ୍କୁଲ ନିକଟରେ ୨ ଜଣ ଲୁଟେରା ଲୁଟ୍ ଉଦ୍ଦେଶ୍ୟରେ ପ୍ରଥମେ ଅଟକାଇଥିଲେ। ଲୁଟ୍ ଉଦ୍ୟମ ବେଳେ ଭବାନୀ ଏହାକୁ ବିରୋଧ କରିବାରୁ ଲୁଟେରା ଦ୍ୱୟ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଛନ୍ତି। ଭବାନୀଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ସ୍ଥାନୀୟ ମେଡିକାଲରେ ଭବାନୀଙ୍କ ଚିକିତ୍ସା କରାଇଛନ୍ତି ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ବାଲିପାଟଣା ପୁଲିସ ପହଞ୍ଚି ତଦନ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe