ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ା ସହରର ରେଲି ସାହିରେ ଜଣେ ୫୨ ବର୍ଷୀୟ ବ୍ଯକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଜଣକ ହେଲେ ରେଲି ସାହିର ଆର୍.ଜେମସ୍। ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

New Project (11)

ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ା ସହରର ରେଲି ସାହିରେ ଜଣେ ୫୨ ବର୍ଷୀୟ ବ୍ଯକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଟାଙ୍ଗିଆ ଚୋଟରେ ବ୍ଯକ୍ତିଙ୍କ ଗୋଟିଏ ଗୋଡ଼ ଓ ଅନ୍ଯ ଏକ ଗୋଡ଼ର ତିନୋଟି ଆଙ୍ଗୁଳି ଛିଡ଼ିଯାଇଛି। ଗୁରୁତର ଜଣକ ହେଲେ ରେଲି ସାହିର ଆର୍.ଜେମସ୍।

ଜେମସ୍ ସାହିରେ ଠିଆ ହୋଇଥିବା ବେଳେ ତିନି ଜଣ ଯୁବକ ଆସି ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ଉଭୟଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା। ୩ ଜଣ ଯୁବକ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆରେ ଜେମସ୍ ଙ୍କୁ ଆକ୍ରମଣ କରିଥିଲେ। ତେବେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇବା ପରେ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ପକ୍ଷରୁ ରାୟଗଡ଼ା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ଜେମସ୍ ସାହିରେ ଠିଆ ହୋଇଥିବା ବେଳେ ତିନି ଜଣ ଯୁବକ ଆସି ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ଉଭୟଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା। ୩ ଜଣ ଯୁବକ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆରେ ଜେମସ୍ ଙ୍କୁ ଆକ୍ରମଣ କରିଥିଲେ। ତେବେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇବା ପରେ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ପକ୍ଷରୁ ରାୟଗଡ଼ା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe