କଟୁରୀ ଚୋଟରେ ବିଞ୍ଝାରପୁର ପୁଲିସ କର୍ମଚାରୀ ଗୁରୁତର, ଅଭିଯୁକ୍ତ ଫେରାର

କଟୁରୀ ଚୋଟରେ ବିଞ୍ଝାରପୁର ପୁଲିସ କର୍ମଚାରୀ ଗୁରୁତର। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

jaj90

ଯାଜପୁର: କଟୁରୀ ଚୋଟରେ ବିଞ୍ଝାରପୁର ଥାନାର ୨ ପୁଲିସ କର୍ମଚାରୀ ଗୁରୁତର। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜଣେ ଲୋକ ୧୧୨କୁ କଲ୍ କରିଥିଲେ। ଏହାପରେ ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇଥିଲେ। ହେଲେ, ହନୁମାନ ଛକ ନିକଟରେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। କଟୁରୀରେ ଆକ୍ରମଣ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe